ETV Bharat / state

ଆତ୍ମହୂତି ପୂର୍ବରୁ ବୃଦ୍ଧଙ୍କୁ ଉଠାଇ ନେଲା ପୋଲିସ - ଆତ୍ମହୁତି ପାଇଁ ଆସିଥିବା ବୃଦ୍ଧଙ୍କୁ କାବୁ କଲା ପୋଲିସ

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆତ୍ମହୂତି ପାଇଁ ଆସିଥିବା ଜଣେ ବୃଦ୍ଧଙ୍କୁ ଉଠାଇ ନେଲା ପୋଲିସ । ସରକାରୀ ଅଧିକାରୀ ଗରିବ ଆଦିବାସୀ ବୃଦ୍ଧଙ୍କ ଗୁହାରୀ ନଶୁଣିବାରୁ ଆତ୍ମହତ୍ୟା ପାଇଁ ଆସିଥିଲେ ବୃଦ୍ଧ । ଅଧିକ ପଢନ୍ତୁ...

ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆତ୍ମହୁତି ପାଇଁ ଆସିଥିବା ବୃଦ୍ଧଙ୍କୁ କାବୁ କଲା ପୋଲିସ

author img

By

Published : Feb 17, 2021, 2:27 PM IST

ଅନୁଗୋଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆତ୍ମହୂତି ପାଇଁ ଆସିଥିବା ଜଣେ ବୃଦ୍ଧଙ୍କୁ ଉଠାଇ ନେଲା ପୋଲିସ । ସରକାରୀ ଅଧିକାରୀ ଗରିବ ଆଦିବାସୀ ବୃଦ୍ଧଙ୍କ ଗୁହାରୀ ନଶୁଣିବାରୁ ଆତ୍ମହତ୍ୟା ପାଇଁ ଆସିଥିଲେ ବୃଦ୍ଧ । ଆତ୍ମହୁତି ପାଇଁ ଆସିଥିବା ବୃଦ୍ଧ ଜଣକ ହେଉଛନ୍ତି ହଣ୍ଡପା ଥାନା ନାକଚି ପଞ୍ଚାୟତସ୍ଥିତ ବଡ ଡଙ୍ଗୁଆଣି ଗାଁର ଶଙ୍କର୍ଷଣ ବେହେରା । ଶଙ୍କର୍ଶଣ ଅଭିଯୋଗ ମୁତାବକ ତାଙ୍କର କିଛି ଜମିକୁ ପ୍ରସନ୍ନ ମିଶ୍ର ନାମକ ଜଣେ ବ୍ୟକ୍ତି ହଡପ କରି ନେଇଛନ୍ତି । ସେ ଜଣେ ତଫସିଲ ଭୁକ୍ତ ଉପ ଜାତିର ଲୋକ ହୋଇଥିବା ବେଳେ ତାଙ୍କ ଜମିକୁ ହଡପ କରି ନେଇଥିବା ପ୍ରସନ୍ନ ମିଶ୍ର ସାଧାରଣ ବର୍ଗ ।

ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆତ୍ମହୁତି ପାଇଁ ଆସିଥିବା ବୃଦ୍ଧଙ୍କୁ କାବୁ କଲା ପୋଲିସ

ଶଙ୍କର୍ଷଣଙ୍କ ଯେଉଁ ଜମିକୁ ପ୍ରସନ୍ନ ମିଶ୍ର ହଡପ କରିଛନ୍ତି ସେ ଜମି ଜାତୀୟ ରାଜପଥ ପାଇଁ ଅଧିଗ୍ରହଣ ହୋଇଛି । ଯେଉଁ ଜମି ବାବଦକୁ ମିଳିଥିବା ଅର୍ଥ ଶଙ୍କର୍ଷଣକୁ ମିଳୁନାହିଁ । ଯାହା ପାଇଁ ସେ କୋର୍ଟରେ ମାମଲା କରିଥିବା ବେଳ କୋର୍ଟ ତାଙ୍କ ସପକ୍ଷରେ ରାଏ ଦେଇଛନ୍ତି । ଏତେ ସବୁ ପରେ ବି ରାଜପଥ ଜମି ଅଧିଗ୍ରହଣ କାର୍ଯ୍ୟରେ ନିୟୋଜିତ ଭୂ ଅର୍ଜନ ଅଧିକାରୀ ତାଙ୍କ ଦାବି ଶୁଣି ନାହାଁନ୍ତି । ଏନେଇ ବାରମ୍ବାର ଭୂ ଅର୍ଜନ ଅଧିକାରୀଙ୍କ ନିକଟକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଜି ବାଧ୍ୟ ହୋଇ ଶଙ୍କର୍ଷଣ ଆତ୍ମହତ୍ୟା ପାଇଁ ଆସିଥିଲେ ।

ଶଙ୍କର୍ଷଣ ବିଭିନ୍ନ ରୋଗରେ ପୀଡିତ ଥିଲେ ବି ଚିକିତ୍ସା ପାଇଁ ଏବେ ଅର୍ଥ ବାଧକ ସାଜିଛି । ଏ ସମ୍ପର୍କରେ ମଧ୍ୟ ସେ ସରକାରୀ ବାବୁକୁ ଜଣାଇଥିଲେ ବି ତାଙ୍କ କଥା ବିଚାର ନକରାଯିବାରୁ ସେ ଜୀବନ ହରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.