ଅନୁଗୋଳ: ଖେଳ ହେଲା କାଳ । କ୍ରିକେଟ ଖେଳ ସମୟରେ ବଲ ଆଣିବାକୁ ଯାଇ ଆଉ ଜୀବିତ ଫେରିଲେନି ଶୁଭମ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଦେହୁରୀ ଗାଁରେ ଘଟିଛି ଏହି ଦୁଖଦ ଘଟଣା । ମୃତକ ବାଳକ ହେଉଛନ୍ତି ଅଦିତ ଦେହୁରୀଙ୍କ ପୁଅ ଶୁଭମ ।
ଶୁଭମ ଗାଁ ପାଖ ହାଟ ପଡିଆରେ କ୍ରିକେଟ ଖେଳିବାବେଳେ ବଲଟି ଏକ ଓଲଡିଂ ଦୋକାନ ଉପରେ ପଡିଯାଇଥିଲା । ବଲ ଆଣିବା ପାଇଁ ସେ ଯାଇଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ପାଖରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟାକରିଥିଲେ । ହେଲେ ବିଜୁଳି ଥିବାରୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ପରେ ଶୁଭମ ତଳକୁ ଖସିପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ