ETV Bharat / state

ଟ୍ରାକ୍ଟର ଓଲଟି ଜଣେ ଶିଶୁ ମୃତ, 3 ଗୁରୁତର - ଟ୍ରାକ୍ଟର ଓଲଟି ଜଣେ ଶିଶୁ ମୃତ

ଅନୁଗୋଳ ଜିଲା ପାଳଲହଡାର ଖମାର ଥାନା ରଜଡଙ୍ଗ ପଞ୍ଚାୟତରେ ଅଘଟଣ । ଏଠାରେ କିଛି ଛୋଟ ପିଲା ଗାଁର ଏକ ଟ୍ରାକ୍ଟର ଡାଲାରେ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ 3 ଶିଶୁ ଗୁରୁତର ଅଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଟ୍ରାକ୍ଟର ଓଲଟି ଜଣେ ଶିଶୁ ମୃତ
ଟ୍ରାକ୍ଟର ଓଲଟି ଜଣେ ଶିଶୁ ମୃତ
author img

By

Published : Mar 22, 2020, 10:57 PM IST

ଅନୁଗୋଳ: ଅନୁଗୋଳ ଜିଲା ପାଳଲହଡାର ଖମାର ଥାନା ରଜଡଙ୍ଗ ପଞ୍ଚାୟତ ବଡଗୁଣ୍ଡ ଗାଁରେ ଟ୍ରାକ୍ଟର ଓଲଟି ଜଣେ ଶିଶୁ ମୃତ । ଏହି ଦୁର୍ଘଟଣାରେ 3 ଶିଶୁ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ରବିବାର କିଛି ଛୋଟ ପିଲା ଗାଁର ଏକ ଟ୍ରାକ୍ଟର ଡାଲାରେ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ସୁବାସ ହେମ୍ବ୍ରମ (୯ )ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଗାଁର ୩ ଶିଶୁ ଦେବେନ୍ ବୋଇପାଇ, ଆକାଶ ହେମ୍ବ୍ରମ ଓ ଦୀପକ ସମ୍ବାଡ (୫) ଗୁରୁତର ଆହତ ହୋଇ ପ୍ରଥମେ ଖମାର ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

ପରେ ଅବସ୍ଥା ଗୁରୁତର ହେବାରୁ ସମସ୍ତ ଆହତଙ୍କୁ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଖମାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଅନୁଗୋଳକୁ ସଂଗ୍ରାମ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.