ETV Bharat / state

ଅନୁଗୋଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା 1700 ଅତିକ୍ରମ

ସୋମବାର ଅନୁଗୋଳ ଜିଲ୍ଳାରୁ ୯୧ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ୧୭୩୧ରେ ପହଁଚିଲା । ଅଧିକ ପଢୱ୍ତୁ..

17 ଶହ ଅତିକ୍ରମ କଲା ଅନୁଗୋଳରେ କୋରୋନା ଆକ୍ରାନ୍ତ

author img

By

Published : Sep 12, 2020, 10:21 PM IST

ଅନୁଗୋଳ: ଜିଲ୍ଲାରୁ ୯୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇ ପଜିଟିଭ ସଂଖ୍ୟା ପହଂଚିଛି ୧୭୩୧ରେ । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ ପୌରପାଳିକା ଅଞ୍ଚଳରୁ ସର୍ବାଧିକ ୨୮ (୨୪ ଜଣ ପୁରୁଷ ୪ ଜଣ ମହିଳା), ତାଳଚେର ବ୍ଲକ ଅଞ୍ଚଳରୁ ୧୫ ଜଣ (୯ ପୁରୁଷ ୬ ମହିଳା) ତାଳଚେର ପୌରାଞ୍ଚଳରୁ ୯ ଜଣ (୪ ପୁରୁଷ ୫ ମହିଳା) କିଶୋର ନଗର ବ୍ଲକ ଅଞ୍ଚଳରୁ ୯ଜଣ (୬ଜଣ ପୁରୁଷ ୩ ଜଣ ମହିଳା), ପାଲଲହଡା ବ୍ଲକ ଅଞ୍ଚଳରୁ ୭ ଜଣ (୫ପୁରୁଷ ୨ ଜଣ ମହିଳା) ଅନୁଗୋଳ ବ୍ଲକ ଅଞ୍ଚଳରୁ ୭ ଜଣ (୭ ଜଣ ପୁରୁଷ ), ବଅଁରପାଳ ବ୍ଲକ ଅଞ୍ଚଳରୁ ୭ ଜଣ (୫ପୁରୁଷ ୨ ଜଣ ମହିଳା) କଣିହାଁ ବ୍ଲକ ଅଞ୍ଚଳରୁ ୫ ଜଣ (୪ ପୁରୁଷ,ଜଣେ ମହିଳା) ଆଠମଲ୍ଲିକ ବ୍ଲକ ଅଞ୍ଚଳ ରୁ ୩ (୨ ପୁରୁଷ ଜଣେ ମହିଳା) ଓ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଜଣେ ମହିଳା ଅଛନ୍ତି। ସମସ୍ତେ ଅନ୍ୟ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣା ପଡ଼ିଛି ।

ସମସ୍ତ ଲକ୍ଷଣ ଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଥିବା ବେଳେ ସ୍ୱଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେଶନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତିମଧ୍ୟରେ ସୁସ୍ଥ ହୋଇଥିବା ୧୬ ଜଣଙ୍କୁ ନିଜ ଘରେ ଆଇସୋଲେଶନ ରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୫୮୨ଜଣଙ୍କୁ ମିଶାଇ ସୁସ୍ଥ ଙ୍କ ସଂଖ୍ୟା ୫୯୮ ରେ ପହଁଚିଲା । ଏନେଇ ସୂଚନା ଲୋକ ସମ୍ପର୍କ ବିଭଗ ପକ୍ଷରୁ ଜାରି ଏକ ପ୍ରେସ ବିବୃତ୍ତି ରେ ସୂଚନା ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.