ETV Bharat / state

85 ବର୍ଷ ବୟସରେ ଚାଷ କରିବାର ନିଶା

ଚାଷ କରିବାର ନିଶା । ଯାହାଙ୍କ ଇଚ୍ଛା ନିକଟରେ ହାର ମାନିଛି ବୟସ । 85 ବର୍ଷ ବୟସରେ ବି ଚାଷ କରି ଉପାର୍ଜନ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଖାଲି ସେତିକି ନୁହେଁ ତାଙ୍କ ପାଇଁ ରୋଜଗାର ପାଉଛନ୍ତି ଗାଁ ର 20 ପରିବାର । ଜାଣନ୍ତୁ ପୁରା ଖବର...

author img

By

Published : Dec 29, 2019, 5:21 AM IST

85 ବର୍ଷ ବୟସରେ ଚାଷ କରିବାର ନିଶା
85 ବର୍ଷ ବୟସରେ ଚାଷ କରିବାର ନିଶା

ଅନୁଗୋଳ: ଚାଷ କରିବାର ନିଶା । ଯାହାଙ୍କ ଇଚ୍ଛା ନିକଟରେ ହାର ମାନିଛି ବୟସ । 85 ବର୍ଷ ବୟସରେ ବି ଚାଷ କରି ଉପାର୍ଜନ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଖାଲି ସେତିକି ନୁହେଁ ତାଙ୍କ ପାଇଁ ରୋଜଗାର ପାଉଛନ୍ତି ଗାଁ ର 20 ପରିବାର । ତାଙ୍କ କ୍ଷେତରେ କାମ କରି ଅନ୍ୟମାନେ ବି ହୋଇପାରିଛନ୍ତି ରୋଜଗାର କ୍ଷମ । ଏଭଳି ଜଣେ ସଫଳ ଚାଷୀ ଅଛନ୍ତି ଅନୁଗୋଳ ଜିଲ୍ଲାରେ । ନାଁ ପୀତାମ୍ବର ଦେହୁରୀ । ବୟସ ୮୫ ବର୍ଷ । ପରିଣତ ବୟସ ରେ ତାଙ୍କର ଚାଷ କରିବାର ନିଶା । ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ତାଙ୍କର ବୟସ ।

85 ବର୍ଷ ବୟସରେ ଚାଷ କରିବାର ନିଶା

ନିଜ ଜମିରେ ଚାଷ କରି ପ୍ରତି ବର୍ଷ ଲକ୍ଷ ଲକ୍ଷ ତାଙ୍କ ଲାଭ କରନ୍ତି ପିତାମ୍ବର । ମୁଖ୍ୟତଃ ଲେମ୍ବୁ ଚାଷ କରି ପୀତାମ୍ବର ଏହି ଲାଭ ପାଆନ୍ତି । ଖାଲି ଯେ ନିଜେ ଲାଭ ପାଆନ୍ତି ତାହା ନୁହେଁ ତାଙ୍କ କ୍ଷେତରେ ଅନ୍ୟମାନଙ୍କୁ କାମ କରାଇ ରୋଜଗାର ମଧ୍ୟ ଦିଅନ୍ତି । ପୀତାମ୍ବର ନିଜର ପ୍ରାୟ ୮ ଏକର ଜମିରେ ଲେମ୍ବୁ , ୪ ରୁ ୫ ଏକର ଜମିରେ ବାଇଗଣ ଓ ଅନ୍ୟାନ୍ୟ ପନିପରିବା ମଧ୍ୟ ଚାଷ କରନ୍ତି । ବର୍ଷ ତମାମ ପିତାମ୍ବର ନିଜ କ୍ଷେତରେ ହିଁ ବ୍ୟସ୍ତ ରୁହନ୍ତି । ସକାଳ ହେଲେ ପିତାମ୍ବର ନିଜ ଗାଡି ଧରି ବାହାରି ପଡନ୍ତି କ୍ଷେତକୁ । ଆଉ ଲାଗି ପଡନ୍ତି କାମରେ । ବୟସ ଅଧିକ ହୋଇଥିବାରୁ ପରିବାର ଆକଟ କଲେବି କାହାରି କଥା ଶୁଣନ୍ତି ନାହିଁ ସେ ।

ଅନୁଗୋଳ ବ୍ଲକ ହିଡସିଙ୍ଗ ଗାଁରେ ପୀତାମ୍ବରଙ୍କ ଘର । ପରିବାର ଲୋକେ ଅନ୍ୟତ୍ର ଆସି ରହୁଥିବା ବେଳେ ଏକାକୀ ନିଜ ଘରେ ରହି ପୀତାମ୍ବର ନିଜର କ୍ଷେତବାଡି ଦେଖାଶୁଣା କରିବା ସହ ଚାଷ କରନ୍ତି । ସମଗ୍ର ବ୍ଲକରେ ମଧ୍ୟ ସେ ଜଣେ ବଡ ଚାଷୀ ଭାବେ ବେଶ ଜଣାଶୁଣା । ଏତେ ବୟସରେ ବି ସେ ନିଜେ ରୋଜଗାର କରିବା ସହ ତାଙ୍କ ପାଇଁ ୨୦ ପରିବାର ରୋଜଗାର ପାଇଛନ୍ତି । ଯାହା ପାଇଁ ଗାଁ ରେ ମଧ୍ୟ ତାଙ୍କୁ ସମସ୍ତେ ଆଦର କରନ୍ତି ।

ପରିଣତ ବୟସରେ ପୀତାମ୍ବରଙ୍କ ଭଳି ଚାଷ କରିବାର ନିଶା ନିଶ୍ଚିତ ଅନ୍ୟମାନଙ୍କ ପାଇଁ ଉଦାହରଣ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥଙ୍କ ରିପୋର୍ଟ, ଇଟିଭି ଭାରତ

Intro:ଚାଷ କରିବାର ନିଶା । ଯାହାଙ୍କ ଇଛା ନିକଟର ହାର ମାଣିଛି ବୟସ । 85 ବର୍ଷ ବୟସ ରେ ବି ଚାଷ କରି ଉପାର୍ଜନ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଖାଲି ସେତିକି ନୁହେଁ ତାଙ୍କ ପାଇଁ ରୋଜଗାର ପାଉଛନ୍ତି ଗାଁ ର 20 ପରିବାର । ତାଙ୍କ କ୍ଷେତ ରେ କାମ କରି ଅନ୍ୟମାନେ ବି ହୋଇପାରିଛନ୍ତି ରୋଜଗାର କ୍ଷମ । ଏଭଳି ଜଣେ ଚାଷୀ ଅଛନ୍ତି ଅନୁଗୋଳ ଜିଲାରେ ।Body:Vo – 1
ଏ ହେଉଛନ୍ତି ପୀତାମ୍ବର ଦେହୁରୀ । ବୟସ ୮୫ ବର୍ଷ । ପରିଣତ ବୟସ ରେ ତାଙ୍କର ଚାଷ କରିବାର ନିଶା । ଦୃଢ ଇଛା ଶକ୍ତି ଆଗରେ ହାର ମାନିଛି ତାଙ୍କର ବୟସ । ନିଜ ଜମିରେ ଚାଷ କରି ପ୍ରତି ବର୍ଷ ଲକ୍ଷ ଲକ୍ଷ ତାଙ୍କ ଲାଭ କରନ୍ତି ପିତାମ୍ବର । ମୁଖ୍ୟତ ଲେମ୍ବୁ ଚାଷ କରି ପୀତାମ୍ବର ଏହି ଲାଭ ପାଆନ୍ତି । ଖାଲି ଯେ ନିଜ ଲାଭ ପାଆନ୍ତି ତାହା ନୁହଁ ତାଙ୍କ କ୍ଷେତରେ ଅନ୍ୟମାନଙ୍କୁ କାମ କରାଇ ରୋଜଗାର ମଧ୍ୟ ଦିଅନ୍ତି । ପୀତାମ୍ବର ନିଜ ର ପ୍ରାୟ ୮ ଏକର ଜମିରେ ଲେମ୍ବୁ , ୪ ରୁ ୫ ଏକର ଜମିରେ ବାଇଗର ଓ ଅନ୍ୟାୟ ପାରିବା ମଧ୍ୟ ଚାଷ କରନ୍ତି । ବର୍ଷ ତାମମ ପିତାମ୍ବର ନିଜ କ୍ଷେତରେ ହିଁ ବ୍ୟସ୍ତ ରୁହନ୍ତି । ସକାଳ ହେଲେ ପିତାମ୍ବର ନିଜ ଗାଡି ଧରି ବାହାରି ପଡନ୍ତି କ୍ଷେତ କୁ । ଆଉ ଲାଗି ପଡନ୍ତି କାମ ରେ । ବାୟଶା ଅଧିକ ହୋଇ ଥିବାରୁ ପରିବାର ଆକଟ କଲେବି କାହାରି କଥା ଶୁଣନ୍ତି ନାହିଁ ସେ ।
Byte – 1 ପୀତାମ୍ବର ଦେହୁରୀ , ଚାଷୀ
Byte – 2 ମାନସ ଦେହୁରୀ , ପୀତାମ୍ବରଙ୍କ ନାତି
Vo – 2
ଅନୁଗୋଳ ବ୍ଲକ ହିଡିଂସିଙ୍ଗ ଗାଁ ରେ ପୀତାମ୍ବର ଙ୍କ ଘର । ପରିବାର ଲୋକେ ଅନ୍ୟତ୍ର ଆସି ରୋହୁଥିବା ବେଳେ ଏକାକୀ ନିଜ ଘରେ ରହି ପୀତାମ୍ବର ନିଜ ର କ୍ଷେତବାଡି ଦେଖାଶୁଣା କରିବା ସହ ଚାଷ କରନ୍ତି । ସମଗ୍ର ବ୍ଲକ ରେ ମଧ୍ୟ ସେ ଜଣେ ବଡ ଚାଷୀ ଭାବେ ବେଶ ଜଣାଶୁଣା । ଏତେ ବୟସ ରେ ବି ସେ ନିଜେ ରୋଜଗାର କରିବା ସହ ତାଙ୍କ ପାଇଁ ୨୦ ପରିବାର ରୋଜଗାର ପାଇଛନ୍ତି । ଯାହା ପାଇଁ ଗାଁ ରେ ମଧ୍ୟ ତାଙ୍କୁ ସମସ୍ତେ ଆଦର କରନ୍ତି ।
Byte – 3 ଅର୍ଜୁନ ପ୍ରଧାନ, ହିଡିସିଙ୍ଘ ଗ୍ରାମବାସୀ
Conclusion:ପରିଣତ ବୟସରେ ପୀତାମ୍ବର ଙ୍କ ଭଳି ଚାଷ କରିବାର ନିଶା ନିଶ୍ଚିତ ଅନ୍ୟମାନଙ୍କ ପାଇଁ ଉଦାହରଣ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.