ETV Bharat / state

ଅନୁଗୋଳରେ ତଳ ମୁହାଁ କୋରୋନା, 78 ନୂଆ ପଜିଟିଭ ଚିହ୍ନଟ - 78 new corona positive in anugul

ଅନୁଗୋଳରୁ ମଙ୍ଗଳବାର 78 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 9 ହଜାର 146ରେ ପହଞ୍ଚିଛି । ସେହିପରି ଜିଲ୍ଲାରେ ଗୋଟିଏ ଦିନରେ 123 ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ଅନୁଗୋଳରେ ତଳ ମୁହାଁ କୋରୋନା, 78 ନୂଆ ପଜିଟିଭ ଚିହ୍ନଟ

author img

By

Published : Nov 4, 2020, 7:47 AM IST

ଅନୁଗୋଳ: ଅନୁଗୋଳରେ ତଳ ମୁହାଁ କୋରୋନା । ଦିନକୁ ଦିନ ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା । ମଙ୍ଗଳବାର ଅନୁଗୋଳରୁ 78 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 9 ହଜାର 146 ରେ ପହଞ୍ଚିଥିବା ଜିଲ୍ଲା ଲୋକ ସମ୍ପର୍କ ବିଭାଗ କର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି । ପୂର୍ବପେକ୍ଷା କମ୍ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଜିଲ୍ଲାବାସୀଙ୍କୁ ପାଇଁ ଆଶ୍ବସ୍ତି ଆଣିଛି । ଅନ୍ୟପଟେ ମଙ୍ଗଳବାର ଜିଲ୍ଲାରୁ 123 ଜଣ ଆରୋଗ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୩ ଜଣ କୋଭିଡ ହସ୍ପିଟାଲରୁ , ୪ ଜଣ କୋଭିଡ କେୟାର ସେଣ୍ଟରରୁ ଓ ୧୦୬ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଜିଲ୍ଲାରୁ ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳରୁ 19 ଜଣ, କଣିହାଁ ବ୍ଲକରୁ 11 ଜଣ, ଅନୁଗୋଳ ପୌରାଞ୍ଚଳରୁ 9 ଜଣ, ତାଳଚେର ବ୍ଲକରୁ 8 ଜଣ, ଆଠମଲ୍ଲିକ ବିଜ୍ଞାପିତ ଆଞ୍ଚଳ ପରିଷଦରୁ 8 ଜଣ, ତାଳଚେର ପୌରାଞ୍ଚଳରୁ 6 ଜଣ, ଅନୁଗୋଳ ବ୍ଲକ ଅଞ୍ଚଳରୁ 6 ଜଣ, ପାଲଲହଡା ବ୍ଲକରୁ 5 ଜଣ, ଛେଣ୍ଡିପଦା ବ୍ଲକରୁ 3 ଜଣ ଏବଂ ଆଠମଲ୍ଲିକ ଓ କିଶୋରନଗର ବ୍ଲକରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସମସ୍ତେ ଅନ୍ୟ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ଯୋଗୁଁ ସଂକ୍ରମିତ ହୋଇଥିବା ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରୀକ୍ଷଣ କରାଯାଉଥିବା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.