ETV Bharat / state

କୋରୋନା କବଳରେ ଅନୁଗୋଳର 6 ବର୍ଷର ଶିଶୁ - ଅନୁଗୋଳରେ କୋରୋନା ଅପଡେଟ

ଅନୁଗୋଳ ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମଙ୍ଗଳବାର ଏକ 6 ବର୍ଷର ଶିଶୁ କୋରୋନା ଆକ୍ରାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସମ୍ପୃକ୍ତ ଶିଶୁ ନିଜ ପିତାମାତାଙ୍କ ସହ ମହାରାଷ୍ଟ୍ରରୁ ଫେରି ସଙ୍ଗରୋଧରେ ରହୁଥିଲା ।

corona in angul, angul latest news, child tested positive in angul, corona update in angul, coronavirsu news, ଅନୁଗୋଳରେ କୋରୋନା, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳରେ ଶିଶୁ କୋରୋନା ପଜିଟିଭ, ଅନୁଗୋଳରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ଅନୁଗୋଳରେ 6 ବର୍ଷର ଶିଶୁ କୋରୋନା ପଜିଟିଭ, ମୋଟ ସଂଖ୍ୟା 27
author img

By

Published : Jun 2, 2020, 9:35 PM IST

ଅନୁଗୋଳ: ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମଙ୍ଗଳବାର ଏକ 6 ବର୍ଷର ଶିଶୁ କୋରୋନା ଆକ୍ରାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସମ୍ପୃକ୍ତ ଶିଶୁ ନିଜ ପିତାମାତାଙ୍କ ସହ ମହାରାଷ୍ଟ୍ରରୁ ଫେରି ସଙ୍ଗରୋଧରେ ରହୁଥିଲା । ମଙ୍ଗଳବାର ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ ଜଣାପଡିଛି । ଏନେଇ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ।

ବୁଧବାର ସମ୍ପୃକ୍ତ ଶିଶୁକୁ ତାଳଚେର କୋଭିଡ-19 ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ତେବେ ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା 27ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ମଧ୍ୟରୁ 17 ଜଣ ସୁସ୍ଥ ହୋଇ କୋଭିଡ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ସମୁଦାୟ 4719 ଜଣଙ୍କର ନମୂନା ସଂଗ୍ରହ କରାଯାଇଛି । ସେଥିରୁ 4352ଟିର ରିପୋର୍ଟ ହସ୍ତଗତ ହୋଇଛି । ଯେଉଁଥିରୁ 4325ଟି ରିପୋର୍ଟ ନେଗେଟିଭ ଥିବା ବେଳେ 367ଟିର ରିପୋର୍ଟ ଆସିବା ବାକି ଅଛି।

ଏନେଇ ମଙ୍ଗଳବାର ଅନୁଗୋଳ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.