ETV Bharat / state

ଅନୁଗୋଳର ପୁଣି 5 କୋରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା 111

author img

By

Published : Jul 6, 2020, 9:21 PM IST

ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୋମବାର ପୁଣି 5 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 111ରେ ପହଁଞ୍ଚିଛି । ଅଧିକ ପଢ଼ନ୍ତୁ...

5 more covid-19 positive cases, 5 more covid-19 in Anugul, ଅନୁଗୋଳର ପୁଣି 5 କୋରୋନା ଆକ୍ରାନ୍ତ, Anugul corona update, ଅନୁଗୋଳ ଖବର
ଅନୁଗୋଳର ପୁଣି 5 କୋରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା 111

ଅନୁଗୋଳ: ଜିଲ୍ଲାରେ ସୋମବାର ପୁଣି 5 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ପାଞ୍ଚକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 111ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୋଲି ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

5 more covid-19 positive cases, 5 more covid-19 in Anugul, ଅନୁଗୋଳର ପୁଣି 5 କୋରୋନା ଆକ୍ରାନ୍ତ, Anugul corona update, ଅନୁଗୋଳ ଖବର
ଅନୁଗୋଳର ପୁଣି 5 କୋରୋନା ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାର କିଶୋର ନଗର ଅଞ୍ଚଳର 45 ବର୍ଷୀୟ ବ୍ୟକ୍ତି ଯିଏ କି ନିଜର ବାପାଙ୍କ କ୍ୟାନ୍ସର ଚିକିତ୍ସା ପାଇଁ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲକୁ ଯାଇଥିଲେ । ସେହିଭଳି ତାଳଚେର ଅଞ୍ଚଳରୁ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁମାନେ କି ହୋମ କ୍ଵରେଣ୍ଟାଇନରେ ଥିଲେ ଓ ସେମାନେ ଅହମଦାବାଦ ଓ କଲିକତାରୁ ଫେରିଥିଲେ ବୋଲି ସୂଚନା ରହିଛି । ସେମାଙ୍କ ମଧ୍ୟରୁ ଜଣେ ମହିଳା ମଧ୍ୟ ଅଛନ୍ତି । ଅନ୍ୟ ଆକ୍ରାନ୍ତ ଜଣକ ଜିଲ୍ଲାର ଅନୁଗୋଳ ବ୍ଲକ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରର ବୋଲି ସୂଚନା ରହିଛି । ତେବେ ସୋମବାର ୩ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ୬୩କୁ ଵୃଦ୍ଧି ପାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.