ETV Bharat / state

Crocodile Satkosia Gorge: ସାତକୋଶିଆ ଗଣ୍ଡରେ ଛଡା ହେଲା ଆଉ 4 ଘଡ଼ିଆଳ - ସାତକୋଶିଆ ଗଣ୍ଡରେ ଘଡିଆଳ

ସାତକୋଶିଆ ଅଭୟାରଣ୍ୟର ମହାନଦୀ ସାତକୋଶିଆ ଗଣ୍ଡ (Satkosia Gorge)ରେ ଛଡ଼ାଗଲା ଆଉ 4 ଟି ଘଡ଼ିଆଳ କୁମ୍ଭୀର। ଗଣ୍ଡରେ ପ୍ରାକୃତିକ ପରିବେଶ ମଧ୍ୟରେ କୁମ୍ଭୀର ପ୍ରଜନନ ପାଇଁ ବନବିଭାଗ ଆରମ୍ଭ କରିଛି ପ୍ରୟାସ। ଅଧିକ ପଢନ୍ତୁ

Crocodile in Satkosia Gorge: ସାତକୋଶିଆ ଗଣ୍ଡରେ ଛଡାହେଲା ଆଉ 4 ଘଡ଼ିଆଳ

author img

By

Published : Dec 4, 2021, 8:47 AM IST

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟର ମହାନଦୀ ସାତକୋଶିଆ ଗଣ୍ଡ (Satkosia Gorge)ରେ ଛଡ଼ାଗଲା ଆଉ 4 ଟି ଘଡ଼ିଆଳ କୁମ୍ଭୀର। ଗଣ୍ଡରେ ପ୍ରାକୃତିକ ପରିବେଶ ମଧ୍ୟରେ କୁମ୍ଭୀର ପ୍ରଜନନ ପାଇଁ ବନବିଭାଗ ଆରମ୍ଭ କରିଛି ପ୍ରୟାସ। ଏହି କୁମ୍ଭୀରଗୁଡିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଛି। ଛୋଟ ବଡ଼ ଏହି ୪ଟି ପ୍ରାପ୍ତ ବୟସ୍କ ଘଡ଼ିଆଳଙ୍କୁ ମହାନଦୀର ସାତକୋଶିଆ ଗଣ୍ଡରେ ଛଡ଼ାଯାଇଛି। ତେବେ ସେମାନଙ୍କ ଗତିବିଧିକୁ ନଜର ରଖିବା ପାଇଁ ସେମାନଙ୍କ ଶରୀରରେ ସାଟେଲାଇଟ୍‌ ଟ୍ରାନ୍ସମିଟର ଲଗାଯାଇଛି।

Crocodile in Satkosia Gorge: ସାତକୋଶିଆ ଗଣ୍ଡରେ ଛଡାହେଲା ଆଉ 4 ଘଡ଼ିଆଳ

ଗଣ୍ଡକୁ ତିନୋଟି ପର୍ଯ୍ୟାୟରେ ୧୫ଟି କୁମ୍ଭୀର ଅଣାଯାଇଛି । ସାତକୋଶିଆ ଗଣ୍ଡରେ ମଗର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଘଡ଼ିଆଳ ସଂଖ୍ୟା କମିବାର ଲାଗିଛି । ବନ ବିଭାଗର ତଥ୍ୟ ଅନୁଯାୟୀ ୨୦୧୯-୨୦ କୁମ୍ଭୀର ଗଣନାରେ ସାତକୋଶିଆ ଗଣ୍ଡରେ ୮ଟି ଘଡ଼ିଆଳ ଓ ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୪ଟି କୁମ୍ଭୀରକୁ ମିଶାଇ ମୋଟ ୧୨ଟି ଘଡ଼ିଆଳ ଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.