ETV Bharat / state

ବିପଦରେ କଲରାପତରିଆ ବାଘ, ଚମଡା ଓ ଦାନ୍ତ ନେଉଥିବାବେଳେ ୪ ଅଟକ

author img

By

Published : Nov 7, 2022, 8:58 AM IST

ଅନୁଗୋଳରେ ଗୋଟିଏ ପରେ ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହେବାରେ ଲାଗିଛି । ଆଜି ଆଠମଲ୍ଲିକ ଡିଭିଜନରେ ଗୋଟିଏ କଲରାପତାରିଆ ବାଘର ମୃତ୍ୟୁ ହୋଇଛି । ବାଘ ମାରି ଚମଡା ଓ ଦାନ୍ତ ନେଉଥିବାବେଳେ ୪ ଜଣକୁ ଅଟକ ରଖିଛି ବନ ବିଭାଗ । ଅଧିକ ପଢ଼ନ୍ତୁ

ବିପଦରେ କଲରାପତରିଆ, ବାଘ ମାରି ଚମଡା ଓ ଦାନ୍ତ ନେଉଥିବା ବେଳେ ୪ ଅଟକ

ଅନୁଗୋଳ: ଜିଲ୍ଲାରେ ବାଘଙ୍କ ଉପରେ ମାଡି ଆସୁଛି ବିପଦ । ଗତ ସପ୍ତାହରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଦୁଇଟି କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଥିବାବେଳେ, ଆଜି ଜିଲ୍ଲାର ଆଠମଲ୍ଲିକ ଡିଭିଜନରେ ଆଉ ଏକ କଲରାପତାରିଆର ମୃତ୍ୟୁ ହୋଇଛି । ତେବେ ବାଘ ମାରି ଚମଡା ଓ ଦାନ୍ତ ନେଉଥିବାବେଳେ ୪ ଜଣକୁ ଅଟକ ରଖିଛି ବନ ବିଭାଗ ।

ଫାଶ ପକାଇ ବାଘକୁ ମାରିବା ପରେ ତାର ଚମଡା, ଦାନ୍ତ ଓ ନଖ ନେବାକୁ ଚେଷ୍ଟା କରୁଥିବାବେଳେ ୪ ଜଣକୁ ବନ ବିଭାଗ ଧରିବାରେ ସଫଳ ହୋଇଛି । ଏନେଇ ଆଠମଲ୍ଲିକ DFO ସୂଚନା ଦେଇଛନ୍ତି । ଡିଭିଜନର ବାମୁରୁ ରେଞ୍ଜ, ଫୁଲଝରି ଜଙ୍ଗଲରେ ଏହି ଘଟଣା ଘଟିଛି । ବିଦ୍ୟୁତ ତାର ଲଗାଇ ବାଘକୁ ଶିକାର କରିବା ପରେ ତାର ଚମଡା ଛାଲୁଥିବାବେଳେ ବିଭାଗ ସେମାନଙ୍କୁ ଅଟକ ରଖିଛି । ଏନେଇ ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନା ଦିଆଯାଇ ନାହିଁ । ତେବେ ଅଟକ ରହିଥିବା ୪ ଜଣ କିଏ ଓ କେଉଁ ଅଞ୍ଚଳର ଓ ସେମାନେ କାହାକୁ ବାଘ ଚମଡା ଚାଲାଣ କରୁଥିଲେ ସେନେଇ ଅଧିକ ତଦନ୍ତ ଜାରି ରହିଥିବା ଆଠମଲ୍ଲିକ DFO ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଗତ ସପ୍ତାହରେ କୁଲାଙ୍ଗୀ ଗାଁ ନିକଟରୁ ଗୋଟିଏ କଲରାପତରିଆ ବାଘ ଓ ଛୁଆର ମୃତଦେହ ଠାବ କରାଯାଇଥିଲା । ଶିକାରୀ ଫାସରେ ପଡି ଦୁଇଟି ଯାକ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ସେହିପରି ଗତ ଜାନୁଆରୀ ମାସରେ ପୁରୁଣାକୋଟ ରେଞ୍ଜ ଗୋପାଳପୁର ଗାଁ ନିକଟରେ ଏକ କଲରାପତରିଆ ବାଘ ଶିକାରୀ ଫାସରେ ପଡି ଛଟପଟ ହେଉଥିବା ବେଳେ ବନ ବିଭାଗ ଉଦ୍ଧାର କରିଥିଲା । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବନ୍ୟଜନ୍ତୁ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । କେନ୍ଦ୍ର ସରକାର ସୁଦୂର ଆଫ୍ରିକାରୁ ଚିତା ବାଘ ଆଣି ସେମାନଙ୍କର ବଂଶ ବୃଦ୍ଧି କଥା ଚିନ୍ତା କରୁଛନ୍ତି । କିନ୍ତୁ ବନ ବିଭାଗ ଅଧିକାରୀ ମାନଙ୍କ ଅବହେଳା ଏବଂ ଇଚ୍ଛାଶକ୍ତି ଅଭାବରୁ ଗୋଟିଏ ପରେ ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହେଉଥିବା କୁହାଯାଉଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.