ETV Bharat / state

ଅନୁଗୋଳରେ ଯୁବକଙ୍କୁ ଜିଅନ୍ତା ଜାଳିଦେବା ଘଟଣା: 3 ପରିବାରବର୍ଗ ଗିରଫ

author img

By

Published : Jan 13, 2021, 7:54 PM IST

ଅନୁଗୋଳରେ ଦାଣ୍ଡ ମଝିରେ ଯୁବକଙ୍କୁ ଜାଳିଦେବା ଘଟଣାରେ 3 ଜଣଙ୍କୁ ଗରିଫ କଲା ପୋଲିସ । ମୃତ ଯୁବକ ମଦପିଇ କରୁଥିଲେ ଅସାମାଜିକ କାମ । ଅଧିକ ପଢନ୍ତୁ...

ଅନୁଗୋଳରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା
ଅନୁଗୋଳରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା

ଅନୁଗୋଳ: ଜିଲ୍ଲା ସ୍ଥିତ ହଣ୍ଡପା ଥାନା କଦଲିମୁଣ୍ଡା ଗାଁରେ ଯୁବକଙ୍କୁ ଜିଅନ୍ତା ଜାଳିଦେବା ଘଟଣାରେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଗିରଫ ଅଭିଯୁକ୍ତ ମୃତ ଯୁବକଙ୍କ ସମ୍ପର୍କୀୟ ହୋଇଥିବା ସୂଚନା ।

ଅନୁଗୋଳରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: 3 ପରିବାରବର୍ଗ ଗିରଫ

ମଙ୍ଗଳବାର ରାଜୁ ପଧାନ ନାମକ ଜଣେ ଯୁବକଙ୍କୁ ଜିଅନ୍ତା ଜାଳି ହତ୍ୟା କରାଯାଇଥିଲା । ପୋଲିସ ଏହି ମାମଲାରେ ମୃତ ଯୁବକଙ୍କ ଭାଇ ସୁବାସ ପଧାନ, ମାଆ ବାସନ୍ତୀ ପଧାନ ଓ ବଡ଼ ଭଉଣୀ ସାନ୍ତ୍ୱନା ପଧାନଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା । ଏହାପରେ ଆଜି(ବୁଧବାର) 3 ଜଣଙ୍କୁ ଗିରଫ କରିଛି ପୋଲିସ । ରାଜୁଙ୍କ ଜଣେ ସମ୍ପର୍କୀୟ ଭାଉଜଙ୍କ କହିବା ଅନୁସାରେ ରାଜୁ ସବୁଦିନେ ନିଶାସକ୍ତ ଅବସ୍ଥାରେ ଆସି ଗାଳି ଗୁଲଜ କରନ୍ତି । ଏଥିସହ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ କରିଥାଆନ୍ତି । ପ୍ରତିବାଦ କଲେ ଘରଲୋକଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦିଅନ୍ତି । ପରିବାର ଲୋକେ ଏବଂ ସାହି ପଡିଶା ସମସ୍ତେ ଏଥିରେ ଅତିଷ୍ଠ ହୋଇ ପଡ଼ିଥିଲେ ।

ମଙ୍ଗଳବାର ଅପରାହ୍ନରେ ମଧ୍ୟ ରାଜୁ ଘରକୁ ଆସି ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ସେହିପରି ସମ୍ପର୍କୀୟ ମଧ୍ୟ କହିଛନ୍ତି ଯେ, ମୃତ ରାଜୁ ତାଙ୍କ ସହ ଖରାପ ବ୍ୟବହାର କରିବାରୁ ବଡଭାଇ ଓ ଅନ୍ୟମାନେ ମିଶି ପ୍ରଥମେ ରାଜୁକୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଏହାପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ଅନ୍ୟମାନେ ଦେଖୁଥିଲେ ମଧ୍ୟ କେହି କିଛି ପ୍ରତିବାଦ କରି ନଥିଲେ । ଓଲଟା ସମସ୍ତେ କବାଟ ବନ୍ଦ କରି ଘରକୁ ଚାଲି ଯାଇଥିଲେ। । ଏନେଇ ତଦନ୍ତ କରି ପୋଲିସ ଆଜି 3 ଜଣଙ୍କୁ ଗିରଫ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.