ETV Bharat / state

ଅନୁଗୋଳରେ ପୁଣି 22 ପଜେଟିଭ, 570ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବୁଧବାର ଅନୁଗୋଳ ଜିଲ୍ଲାରେ ପୁଣି ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୨ ଜଣକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 570 ରେ ପହଞ୍ଚିଛି । ଅଧିକ ପଢନ୍ତୁ..

22-new-corona-case-detected-in-anugul
22-new-corona-case-detected-in-anugul
author img

By

Published : Aug 19, 2020, 11:29 PM IST

ଅନୁଗୋଳ: ଜିଲ୍ଲାରୁ ବୁଧବାର ପୁଣି ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୨ ଜଣକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 570 ରେ ପହଞ୍ଚିଛି । ଏହି 22 ଜଣଙ୍କ ମଧ୍ୟରେ କଣିହାଁ ବ୍ଲକରୁ ସର୍ବାଧିକ ୧୧ ଜଣ , ଅନୁଗୋଳ ପୌରାଞ୍ଚଳରୁ ୫ ଜଣ ବଅଁରପାଳ ବ୍ଲକ ଅଞ୍ଚଳରୁ ୩ ଜଣ , ପାଲଲହଡ଼ା ବ୍ଲକ ଅଞ୍ଚଳରୁ ୨ ଜଣ ଓ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଣିହାଁ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ଏକ ଶିଳ୍ପସଂସ୍ଥାରୁ ୨ ଜଣ ଓ ଅବଶିଷ୍ଟ ୯ ଜଣ ବ୍ଲକ ଅଞ୍ଚଳର ଚିହ୍ନଟ ଅଛନ୍ତି। ସମସ୍ତ ୧୧ ଜଣ ଆକ୍ରାନ୍ତଙ୍କ ମଧରୁ ୭ ଜଣ ମହିଳା ଓ ୩ ଜଣ ପୁରୁଷ ଓ ଜଣେ ୧୦ ବର୍ଷର ବାଳକ ଅଟନ୍ତି । ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ହୋଇଛନ୍ତି ।

ସେହିପରି ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ମହିଳା ଓ ଜଣେ ପୁରୁଷ ଓ ଜଣେ ୬ ବର୍ଷର ଶିଶୁକନ୍ୟା ରହିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ମହିଳା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କରୋନା ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୪ ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ସେମାନେ ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ।

ପାଲଲହଡ଼ା ବ୍ଲକ ଅଞ୍ଚଳରୁ ଚିହ୍ନଟ ୨ ଜଣ ୩୩ ବର୍ଷିୟ ହୋଇଥିବା ବେଳେ ସେମାନେ ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ଚିହ୍ନଟ ହୋଇଛନ୍ତି । ବୁଧବାର ଚିହ୍ନଟ ହୋଇଥିବା ସମସ୍ତ ୨୨ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କର ଚିକିତ୍ସା ପାଇଁ ପଦକ୍ଷେପ ନିଆ ଯାଉଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଏହା ମଧ୍ୟରେ କୋଭିଡ ହସପିଟାଲରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ସେମାନଙ୍କ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆ ଯାଇଛି । ସେହିପରି ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ସୁସ୍ଥଙ୍କ ସଂଖ୍ୟା ୩୯୨ ରେ ପହଞ୍ଚିଛି ।

ଅନୁଗୋଳରୁ ସଂଗ୍ରାମ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.