ETV Bharat / state

ଲକ ଡାଉନ ସମୟରେ ବିଦେଶରୁ ୫୧, ରାଜ୍ୟ ବାହାରୁ ୨୧୬୪ ଜଣ ଫେରିଛନ୍ତି ଅନୁଗୋଳ - 2164 people returns angul

କୋରୋନା ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛି ଅନୁଗୋଳ ଜିଲ୍ଲା ପ୍ରଶାସନ । ଲକ ଡାଉନ ଘୋଷଣା ହେବା ପୂର୍ବରୁ ଓ ପରେ କେତେ ଜଣ ରାଜ୍ୟ ବାହାରୁ ଓ ଦେଶ ବାହାରୁ ଆସିଛନ୍ତି ତାହା ପଞ୍ଜିକରଣ କରାଯାଇଛି । ଅଧିକ ପଢନ୍ତୁ...

ଲକ ଡାଉନ ସମୟରେ ବିଦେଶରୁ ୫୧ ରାଜ୍ୟ ବାହାରୁ ୨୧୬୪ ଜଣ ଫେରିଛନ୍ତି ଅନୁଗୋଳ

author img

By

Published : Mar 31, 2020, 5:14 PM IST

ଅନୁଗୋଳ: ଲକ ଡାଉନ କଡାକଡି କରିବା ପାଇଁ ସବୁ ସୀମା ସିଲ । ଯେଉଁମାନେ ବାହାରରୁ ଆସୁଛନ୍ତି ସେମାନଙ୍କୁ ସେହି ସୀମାରେ ହିଁ କ୍ଵାରେଣ୍ଟାଇନରେ ବ୍ୟବସ୍ଥା କରାଯାଇଛି। ଆଜି ସୁଦ୍ଧା ଅନୁଗୋଳ ଜିଲ୍ଲାକୁ ବିଦେଶରୁ ୫୧ ଜଣ ଓ ବାହାର ରାଜ୍ୟରୁ ୨୧୬୪ ଜଣ ଫେରିଥିବାବେଳେ ସେମାନେ ପ୍ରଶାସନ ନିକଟରେ ପଞ୍ଜିକୃତ କରାଇଛନ୍ତି। ଫଳରେ ପ୍ରଶାସନ ତରଫରୁ ସେମାନଙ୍କୁ ହୋମ କ୍ଵାରେଣ୍ଟାଇନରେ ରଖାଯାଇଛି। ପ୍ରତ୍ୟେକ ବ୍ଲକ ସ୍ତରରେ ବିଡ଼ିଓ , ତହସିଲଦାର ଗାଁ ଗାଁକୁ ଯାଇ ବାହାରୁ ଫେରିଥିବା ଲୋକଙ୍କ ଘରେ ନୋଟିସ ଲଗାଇଛନ୍ତି। ସେମାନଙ୍କୁ ଓ ଗ୍ରାମବାସୀଙ୍କୁ ସଚେତନ କରାଉଛନ୍ତି।

ଲକ ଡାଉନ ସମୟରେ ବିଦେଶରୁ ୫୧ ରାଜ୍ୟ ବାହାରୁ ୨୧୬୪ ଜଣ ଫେରିଛନ୍ତି ଅନୁଗୋଳ

ଗତକାଲି ଠାରୁ ଜିଲ୍ଲାର ସୀମାନ୍ତକୁ ସିଲ କରି ଦିଆଯାଇଛି। ତେବେ ଜିଲ୍ଲାର 225ଟି ପଞ୍ଚାୟତରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ହୋଇଛି । ଆବଶ୍ୟକ ପଡିଲେ ସେଠାରେ ସନ୍ଦିଗ୍ଧମାନଙ୍କୁ ରଖାଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ହୋମ କ୍ଵାରେଣ୍ଚାଇନରେ ରହୁଛନ୍ତି ସେମାନଙ୍କ ଉପରେ ପ୍ରଶାସନ କଡା ନଜର ରଖାଯାଇଥିବା ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଥା କୋଭିଡ ୧୯ ର ନୋଡାଲ ଅଫିସର ଅତୁଲ୍ୟ ଚମ୍ପତି ରାୟ ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.