ETV Bharat / sports

Tokyo Olympics: ବିଜୟୀ ଭାରତୀୟ ଟିମ ସହ କଥା ହେଲେ ପ୍ରଧାନମନ୍ତ୍ରୀ

author img

By

Published : Aug 5, 2021, 3:43 PM IST

କାଂସ୍ୟ ପଦକ ଜିତିଲା ଭାରତୀୟ ହକି ଟିମ୍‌ । ଫୋନ ଯୋଗେ ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ପରିଶ୍ରମ ସାର୍ଥକ ହୋଇଛି । ଅଧିକ ପଢ଼ନ୍ତୁ...

PM Narendra Modi, PM speaks to the India Hockey team Captain Manpreet Singh, coach Graham Reid, assistant coach Piyush Dubey,  team won, ବିଜୟୀ ଭାରତୀୟ ଟିମ, hockey team
Tokyo Olympics: ବିଜୟୀ ଭାରତୀୟ ଟିମ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଟୋକିଓ: ୪୧ ବର୍ଷ ପରେ ଭାରତୀୟ ହକି ଟିମ୍‌ ଗୁରୁବାର ଇତିହାସ ରଚିଛି । Tokyo Olympicsରେ କାଂସ୍ୟ ପଦକ ଜିତିଛି ଟିମ୍‌ । ଆଉ ସାରା ଦେଶ ହୋଇ ଉଠିଛି ଉତ୍ସବ ମୁଖର । ସମସ୍ତ ଦେଶବାସୀ ଭାରତୀୟ ହକି ଟିମ୍‌କୁ ଶୁଭେଚ୍ଛା ଦେଉଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିନାୟକ ମନପ୍ରୀତ ସିଂହ ଓ ଉଭୟ କୋଚଙ୍କ ସହ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଦେଇଛନ୍ତି ।

  • The Captain and Coach of the Indian Men’s Hockey Team🏑 🇮🇳 had a surprise caller after their historic victory this morning in #Tokyo2020

    Listen in and send in your wishes as the country celebrates an #Olympics medal in hockey after 41 years👏🏼🎉

    And don’t forget to #Cheer4India pic.twitter.com/XU0VNXeSMw

    — SAIMedia (@Media_SAI) August 5, 2021 " class="align-text-top noRightClick twitterSection" data=" ">

ମଙ୍ଗଳବାର ସେମିଫାଇନାଲରେ ପରାଜିତ ହେବା ପରେ ଭାରତରୁ ଟୋକିଓକୁ ଫୋନ ଲଗାଇଥିଲେ ପ୍ରଧାନମନ୍ତ୍ରୀ ଆଉ ବଢ଼ାଇଥିଲେ ଖେଳାଳିଙ୍କ ମନୋବଳ । ଆଉ ଗୁରୁବାର ଯେତେବେଳେ କାଂସ୍ୟ ପଦକ ଜିତିଥିଲା ଭାରତୀୟ ଟିମକୁ ପୁଣି ଏକ କଲ୍‌ ଯାଇଥିଲା ଭାରତରୁ, ଆଉ ଏଥର ସାନ୍ତ୍ବନା ନୁହେଁ ଶୁଭେଚ୍ଛା ଦେବା ପାଇଁ ।

ପ୍ରଧାନମନ୍ତ୍ରୀ ମୋଦି ଫୋନ ଯୋଗେ ମନପ୍ରୀତଙ୍କୁ କହିଥିଲେ ଯେ, ‘‘ଆପଣଙ୍କୁ ଅନେକ ଅନେକ ଅନେକ ଶୁଭେଚ୍ଛା । ଦେଶ ଆଜି ଆପଣଙ୍କ ପାଇଁ ଖୁସିରେ ନାଚୁଛି । ସେଦିନ ଆପଣଙ୍କ ସ୍ବର ଟିକେ ଧିମା ଧିମା ଥିଲା ଆଜି କିନ୍ତୁ ଠିକ୍‌ ଶୁଣାଯାଉଛି ।’’

ମନପ୍ରୀତ ମଧ୍ୟ କହିଥିଲେ ଯେ, ‘‘ଆପଣଙ୍କ କଥା ଆମ ମନୋବଳ ବଢ଼ାଇଥିଲା ।’’ ଏହାପରେ ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଆପଣଙ୍କ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି । ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବେ । ଅଗଷ୍ଟ ୧୫ ତାରିଖରେ ସମସ୍ତଙ୍କ ସହ ଦେଖାହେବ ।’’

ପ୍ରଧାନମନ୍ତ୍ରୀ ଉଭୟ କୋଚଙ୍କ ସହ ମଧ୍ୟ କଥା ହୋଇ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.