ETV Bharat / sports

ପାକିସ୍ତାନ ଆଥଲେଟ ଜାଭେଲିନ ନେବା ଘଟଣା: ଭିଡିଓ ସେୟାର କରି ନୀରଜ ଚୋପ୍ରାଙ୍କ ସ୍ପଷ୍ଟୋକ୍ତି

author img

By

Published : Aug 26, 2021, 5:38 PM IST

ନୀରଜଙ୍କ ଜାଭେଲନି ପାକିସ୍ତାନର ଆଥଲେଟ ନେବା ଘଟଣାକୁ ନେଇ ଭିଡିଓ ସେୟାର କଲେ ନୀରଜ । କୌଣସି ମନ୍ଦ କମେଣ୍ଟ କରନ୍ତୁ ନାହିଁ ବୋଲି କହିଛନ୍ତି ନୀରଜ ଚୋପ୍ରା । ଅଧିକ ପଢ଼ନ୍ତୁ...

ପାକିସ୍ତାନ ଆଥଲେଟ ଜାଭେଲିନ ନେବା ଘଟଣା: ଭିଡିଓ ସେୟାର କରି ନୀରଜ ଚୋପ୍ରାଙ୍କ ସ୍ପଷ୍ଟୋକ୍ତି
ପାକିସ୍ତାନ ଆଥଲେଟ ଜାଭେଲିନ ନେବା ଘଟଣା: ଭିଡିଓ ସେୟାର କରି ନୀରଜ ଚୋପ୍ରାଙ୍କ ସ୍ପଷ୍ଟୋକ୍ତି

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସର ଜାଭେଲିନ ଥ୍ରୋ' ଇଭେଣ୍ଟରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ତେବେ ଇଭେଣ୍ଟ ଆରମ୍ଭ ହେବାକୁ ପୂର୍ବରୁ ନୀରଜଙ୍କ ଜାଭେଲିନ ପାକିସ୍ତାନ ଆଥଲେଟ ଅର୍ଶଦ ନଦୀମ ନେଇଯାଇଥିଲେ । ଏହାକୁ ନେଇ ଏକ ସାକ୍ଷାତକାରରେ ସୂଚନା ଦେଇଥିଲେ ନୀରଜ । ଏହାପରେ ପାକିସ୍ତାନ ଆଥଲେଟଙ୍କ ବିପକ୍ଷରେ ନାନା ଟ୍ବିଟ୍ ଓ କମେଣ୍ଟ କରିଥିଲେ ଭାରତୀୟ ପ୍ରଶଂସକ ।

  • मेरी आप सभी से विनती है की मेरे comments को अपने गंदे एजेंडा को आगे बढ़ाने का माध्यम न बनाए। Sports हम सबको एकजूट होकर साथ रहना सिखाता हैं और कमेंट करने से पहले खेल के रूल्स जानना जरूरी होता है 🙏🏽 pic.twitter.com/RLv96FZTd2

    — Neeraj Chopra (@Neeraj_chopra1) August 26, 2021 " class="align-text-top noRightClick twitterSection" data=" ">

ଏହାକୁ ନେଇ ଏକ ଭିଡିଓ ସେୟାର କରି ଦୁଃଖ ଜାହିର କରିଛନ୍ତି ନୀରଜ ଚୋପ୍ରା । ସେ ଭିଡିଓ ସେୟାର କରି କହିଛନ୍ତି ଯେ, "କିଛି ବି କମେଣ୍ଟ କରିବା ପୂର୍ବରୁ ଖେଳର ନିୟମ ବିଷୟରେ ଜାଣି ନିୟନ୍ତୁ । ଇଭେଣ୍ଟରେ ଆମ ପାଖରେ ନିଜର ଜାଭେଲିନ ଥିଲେ ସୁଦ୍ଧା ଏହାକୁ ଅନ୍ୟମାନେ ବ୍ୟବହାର କରି ପାରିବେ । ଏଥିରେ ଭୁଲ କିଛି ନାହିଁ । କୀଡ଼ା ସମସ୍ତଙ୍କୁ ଏକାଠୀ ହେବା ଶିଖାଏ । ଆମେ ସମସ୍ତ ଖେଳାଳି ଭଲ ଭାବରେ ପରସ୍ପରକୁ ବ୍ୟବହାର କରିଥାଉ । ଆମ ଭିତରେ କୌଣସି ବିବାଦ ନାହିଁ । ଏଥିପାଇଁ କୌଣସି ଖରାପ କମେଣ୍ଟ କରନ୍ତୁ ନାହିଁ ।"

ଇଭେଣ୍ଟ ଆରମ୍ଭ ହେବାପୂର୍ବରୁ ନୀରଜଙ୍କ ଜାଭେଲିନ ପାକିସ୍ତାନର ଅର୍ଶଦ ନଦୀମ ଅଭ୍ୟାସ ପାଇଁ ନେଇଥିଲେ । ତେବେ ପ୍ରଥମ ରାଉଣ୍ଡ ଜାଭେଲିନ ଥ୍ରୋ ବେଳକୁ ନୀରଜଙ୍କୁ ତାଙ୍କ ଜାଭେଲିନ ମିଳିନଥିଲା । ପରେ ସେ ନଦୀମଙ୍କ ହାତରେ ତାଙ୍କ ଜାଭେଲିନ ଥିବା ଦେଖିବାକୁ ପାଇଥିଲେ । ନୀରଜ ଯଥାଶୀଘ୍ର ନଦୀମଙ୍କଠାରୁ ନିଜ ଜାଭେଲିନ ଆଣି ନିଜ ପ୍ରଥମ ରାଉଣ୍ଡ ଶେଷ କରିଥିଲେ । ଏଥିପାଇଁ ନୀରଜଙ୍କ ପ୍ରଥମ ଥ୍ରୋ ଜଲଦି ଜଲଦିରେ ଫୋପାଡ଼ିଥିଲେ । ଏହାକୁ ନେଇ ଏକ ସାକ୍ଷାତକାରରେ ସୂଚନା ଦେଇଥିଲେ ନୀରଜ ।

ଏଭଳି ସୂଚନା ମିଳିବା ପରେ ପାକିସ୍ତାନୀ ଆଥଲେଟଙ୍କ ବିରୋଧରେ ନାନା କମେଣ୍ଟ କରିଥିଲେ କ୍ରୀଡ଼ାପ୍ରେମୀ । ଏହାସହ ଭାରତୀୟ ମିଡିଆରେ ମଧ୍ୟ ଏହାକୁ ନେଇ ଏକ ବଡ଼ ଆଲୋଚନା ଆରମ୍ଭ ହୋଇଯାଇଥିଲା । ତାଙ୍କ ନାମରେ ଏସବୁ ନକରିବାକୁ ନିବେଦନ କରିଛନ୍ତି ନୀରଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.