ETV Bharat / sports

Tokyo Olympics: ଟେବୁଲ ଟେନିସ- ତୃତୀୟ ରାଉଣ୍ଡରେ ହାରିଲେ ମନିକା - ଟୋକିଓ ଅଲମ୍ପିକ 2021

ମନିକା ବାତ୍ରାଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଅଷ୍ଟ୍ରିଆନ ଖେଳାଳିଙ୍କ ଠାରୁ 4-0ରେ ପରାସ୍ତ । ଅଧିକ ପଢନ୍ତୁ...

Tokyo Olympics, Day 4: Manika Batra loses against Sofia Polcanova in straight sets
Tokyo Olympics: ଟେବୁଲ ଟେନିସ- ତୃତୀୟ ରାଉଣ୍ଡରେ ହାରିଲେ ମନିକା
author img

By

Published : Jul 26, 2021, 2:29 PM IST

Updated : Jul 26, 2021, 3:16 PM IST

ଟୋକିଓ: ମହିଳା ଟେବୁଲ ଟେନିସରେ ଭାରତକୁ ନିରାଶ କଲେ ତାରକା ମନିକା ବାତ୍ରା । ଚଳିତ ଟୋକିଓ ଅଲମ୍ପିକରେ ମହିଳା ଟେବୁଲ ଟେନିସ ତୃତୀୟ ରାଉଣ୍ଡ ମ୍ୟାଚରେ ବିଶ୍ବ ମାନ୍ୟତାର 17ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରିଆର ସୋଫିଆ ପୋଲକାନୋଭାଙ୍କ ଠାରୁ ପରାସ୍ତ ହୋଇଛନ୍ତି ମନିକା ।

ଏହି ପରାଜୟ ସହିତ ଟୋକିଓ ଅଲମ୍ପିରେ ମହିଳା ଏକକ ଇଭେଣ୍ଟରେ ମନିକାଙ୍କ ଅଭିଯାନ ଶେଷ ହୋଇଛି ।

ମ୍ୟାଚର ପ୍ରଥମ ସେଟ୍‌ରୁ ଚମତ୍କାର ସ୍ମାସ୍‌ ଓ ଅବିଶ୍ବସନୀୟ ବ୍ୟାକହ୍ୟାଣ୍ଡ ଦ୍ବାରା ନିଜର ଟେବୁଲ ଟେନିସ ପାୱର ଦେଖାଇ ଦମଦାର ପ୍ରଦର୍ଶନ କରିଥିଲେ ପୋଲକାନୋଭା । ମନିକା ମଧ୍ୟ କଡା ଟକ୍କର ଦେଇଥିଲେ । ତେବେ ଶେଷରେ ପ୍ରତିପକ୍ଷଙ୍କ ଠାରୁ ବାତ୍ରାଙ୍କୁ 11-8ରେ ପରାଜୟ ମିଳିଥିଲା ।

ଦ୍ବିତୀୟ ସେଟ୍‌କୁ ଏତକରଫା ଜିତି ନେଇଥିଲେ ଅଷ୍ଟ୍ରିଆ ଖେଳାଳି । ମାତ୍ର 4ମିନିଟ ମଧ୍ୟରେ 11-2 ପଏଣ୍ଟରେ ବାତ୍ରାଙ୍କୁ ହରାଇଥିଲେ । ପରେ 0-2ରେ ପଛୁଆ ହୋଇଯାଇଥିଲେ ମନିକା । ତୃତୀୟ ସେଟ୍‌ ମଧ୍ୟ 11-5ରେ ହାରିଥିଲେ ମନିକା । ଚତୁର୍ଥ ସେଟ୍‌ରେ କମବ୍ୟାକ କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ ଓ 11-7ରେ ପରାସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2021, 3:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.