ETV Bharat / sports

Tokyo Olympics, Day 2: ଭାରତକୁ ପ୍ରଥମ ପଦକ, ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଜିତିଲେ ରୌପ୍ୟ

author img

By

Published : Jul 24, 2021, 12:13 PM IST

Updated : Jul 24, 2021, 1:52 PM IST

ଭାରତୀୟ ଷ୍ଟାର ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଭାରତ ପାଇଁ 49 କିଲୋଗ୍ରାମ ଭାରୋତ୍ତୋଳନରେ ଟୋକିଓ ଅଲମ୍ପିକରେ ପ୍ରଥମ ମେଡାଲ ଜିତିଛନ୍ତି । ଅଧିକ ପଢନ୍ତୁ...

Tokyo Olympics, Day 2: India's star weightlifter Mirabai Chanu wins silver for India
Tokyo Olympics, Day 2: ଭାରତକୁ ପ୍ରଥମ ପଦକ, ଭାରୋତ୍ତଳନକାରୀ ମୀରାବାଇ ଚାନୁ ଜିତିଲେ ରୌପ୍ୟ

ଟୋକିଓ: ଭାରତ ପାଇଁ ଶୁଭଙ୍କର ହୋଇଛି ଶନିବାର । ଚଳିତ ଟୋକିଓ ଅଲମ୍ପିକର ଦ୍ବିତୀୟ ଦିନରେ ପଦକ ଖାତା ଖୋଲିଲା ଭାରତ । ରୋପ୍ୟ ପଦକେ ଚମକିଲେ ଭାରତର ତାରକା ଭାରୋତ୍ତୋଳନକାରୀ ମୀରାଇବାଇ ଚାନୁ । ଏଥିସହ ରିଓ ଅଲମ୍ପିକରେ ପରାଜୟର ପ୍ରତିଶୋଧ ଟୋକିଓରେ ନେଇଛନ୍ତି ମୀରାବାଇ । 5 ବର୍ଷ ତଳେ ରିଓ ଅଲମ୍ପିକରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ପରାଜୟ ସହ ବିଦାୟ ନେଇଥିଲେ ମୀରବାଇ । ମାତ୍ର ଶନିବାର ଟୋକିଓ ଅଲମ୍ପିକ୍‌ର ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନ ଇଭେଣ୍ଟରେ ରୋପ୍ୟ ପଦକ ଜିତିଛନ୍ତି । ଟୋକିଓ ଅଲମ୍ପିକରେ ଏହା ଭାରତର ପ୍ରଥମ ପଦକ ହୋଇଛି ।

ମାନ୍ୟତାର ଦ୍ବିତୀୟରେ ଥିବା ଭାରତୀୟ ଭାରୋତ୍ତୋଳନ ଷ୍ଟାର ନିର୍ଣ୍ଣାୟକ ମ୍ୟାଚରେ 110 କିଲୋଗ୍ରାମ ଭାରତକୁ ପ୍ରଥମ କ୍ଲିନ ଓ ଜର୍କରେ ସଫଳତାର ସହ ଉଠାଇ ଦ୍ବିତୀୟ ସ୍ଥାନରେ ରହିବା ସହ ସ୍ବର୍ଣ୍ଣ ପଦକ ହାତେଇଥିଲେ ।

ମଣିପୁରୀ ଷ୍ଟାର ଶେଷ ପ୍ରୟାସରେ 115 କିଲୋଗ୍ରାମ ଭାର ଉଠାଇଥିଲେ ମଧ୍ୟ ଅଲମ୍ପିକ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । 87 କିଲୋଗ୍ରାମ, କ୍ଳିନ ଓ ଜର୍କ 115 କିଲୋଗ୍ରାମ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 24, 2021, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.