ETV Bharat / sports

Tokyo Olympics: ତୀରନ୍ଦାଜ-ମିଶ୍ରିତ ଯୁଗଳରେ ଭାରତ ପଦକ ଦୌଡରୁ ବାଦ୍‌

author img

By

Published : Jul 24, 2021, 3:20 PM IST

ଟୋକିଓ ଅଲମ୍ପିକ୍‌ର ତୀରନ୍ଦାଜ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲରେ କୋରିଆ ଖେଳାଳୀଙ୍କୁ ଠାରୁ ପରାସ୍ତ ହୋଇଛନ୍ତି ଭାରତୀୟ ଯୋଡି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ । ଅଧିକ ପଢନ୍ତୁ...

Tokyo Olympics, Day 2: Inconsistent India lose to Korea, make QF exit in mixed pair section
Tokyo Olympics: ତୀରନ୍ଦାଜ-ମିଶ୍ରିତ ଯୁଗଳରେ ଭାରତ ପଦକ ଦୌଡରୁ ବାଦ୍‌

ଟୋକିଓ: ତୀରନ୍ଦାଜ ମିଶ୍ରିତ ଯୁଗଳ ଇଭେଣ୍ଟରେ ଭାରତ ପଦକ ଦୌଡରୁ ବାହାର । ଶନିବାର ଟୋକିଓ ଅଲମ୍ପିକ୍‌ର ତୀରନ୍ଦାଜ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲରେ କୋରିଆ ଖେଳାଳୀଙ୍କୁ ଠାରୁ ପରାସ୍ତ ହୋଇଛନ୍ତି ଭାରତୀୟ ଯୋଡି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ।

ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏକାଠି ଖେଳିଥିବା ଦୀପିକା ଓ ପ୍ରବୀଣ କୋରିଆ ଯୋଡିଙ୍କ ଠାରୁ 2-6ରେ ପରାସ୍ତ ହୋଇଛନ୍ତି । ତୀରନ୍ଦାଜ ମିଶ୍ରିତ ଇଭେଣ୍ଟରେ ଭାରତର ପଦକ ଆଶା ସର୍ବାଧିକ ରହିଥିଲା ।

ବିଶ୍ବ ନମ୍ବର 1 ଦୀପିକା ନିଜର 8ଟି ତୀରରେ ଗୋଟିଏ ସିଙ୍ଗ୍‌ଲ ଫରଫେକ୍ଟ ଟେନ୍‌ ହାସଲ କରିବାରେ ଫେଲ୍‌ ମାରିଥିଲେ । ଅଲମ୍ପିକ ଡେବ୍ୟୁ କରିଥିବା ପ୍ରବୀଣ 3ଟି ପରଫେକ୍ଟ 10 ପରେ ଗୁରୁତ୍ବପୂର୍ଣ୍ଣ ଚତୁର୍ଥ ସେଟ୍‌ରେ 6ଟି ପ୍ରୟାସ ସନ୍ତୋଷଜନକ ହୋଇନଥିଲା । ଏପରିକି ଭାରତୀୟ ଯୋଡି ପ୍ରଥମ ସେଟ୍‌ରେ ଗୋଟିଏ ସିଙ୍ଗ୍‌ଲ 10 ଲକ୍ଷ୍ୟ ଭେଦ କରିପାରିନଥିଲେ ।

ଅନ୍ୟପଟେ କୋରିଆନ ଯୋଡି ଅନ ସାନ ଓ କିମ ଜି ଡିଓକ ପ୍ରଥମ ସେଟ୍‌କୁ 35-32ରେ ଜିତି ନେଇଥିଲେ ।

ଯାଦବ ଦ୍ବିତୀୟ ରାଉଣ୍ଡରେ ଦୁଇଟି ପରଫେକ୍ଟ 10 ହାସଲ କରିଥିଲେ ମଧ୍ୟ ଦୀପିକାଙ୍କ ଦୁଇଟି ପ୍ରୟାସରେ 8 ଓ 9 ମିଳିଥିଲା । ଫଳରେ ଟିମ 37-38ରେ ଟିମ ପରାସ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.