ETV Bharat / sports

Olympics: ଏହି ଖେଳାଳିଙ୍କ ଉପରେ ଆସନ୍ତାକାଲି ଆଶା, ସତୀଶଙ୍କୁ ନେଇ ସଂଶୟ

author img

By

Published : Jul 31, 2021, 10:52 PM IST

ରବିବାର ପିଭି ସିନ୍ଧୁ ମହିଳା ଏକକ ବର୍ଗ କାଂସ୍ୟ ପଦକ ପାଇଁ ମ୍ୟାଚ ଖେଳିବେ । ଅନ୍ୟପକ୍ଷରେ ଡାହାଣ ଆଖିରେ ଆଘାତ ଲାଗି କଟିଯାଇଥିବା ବକ୍ସର ସତୀଶ କୁମାର ସେମି ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିବାକୁ ଚେଷ୍ଟା କରିବେ । ଅଧିକ ପଢନ୍ତୁ

tokyo-olympics-day-10-athletes-to-watch-out-for
Tokyo Olympics: ଏହି ଖେଳାଳିଙ୍କ ଉପରେ ଆସନ୍ତାକାଲି ଆଶା

ଟୋକିଓ: Tokyo Olympics ରେ ଶନିବାର ସେମିଫାଇନାଲରେ ଚାଇନା ତାଇପେଇର ତାଇ ଜୁ ୟିଙ୍ଗଙ୍କ ଠାରୁ ପରାଜୟର ସମ୍ମୁଖୀନ ହୋଇଥିବା ପିଭି ସିନ୍ଧୁ ମହିଳା ଏକକ ବର୍ଗ କାଂସ୍ୟ ପଦକ ପାଇଁ ରବିବାର ମ୍ୟାଚ ଖେଳିବେ । ଅନ୍ୟପକ୍ଷରେ ଡାହାଣ ଆଖିରେ ଆଘାତ ଲାଗି କଟିଯାଇଥିବା ବକ୍ସର ସତୀଶ କୁମାର ସେମି ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିବାକୁ ଚେଷ୍ଟା କରିବେ ।

ଏହି ଆଥଲେଟଙ୍କ ଉପରେ ରହିବ ଦେଶବାସୀଙ୍କ ନଜର ।

ସତୀଶ କୁମାର - ବକ୍ସିଂ

ଅଲିମ୍ପିକ୍ସରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଭାରତର ପ୍ରଥମ ସୁପର ହେଭିୱେଟ୍ (+୯୧ କିଗ୍ରା) ବକ୍ସର ସତୀଶ କୁମାର ଗୁରୁବାର ନିଜର ପ୍ରି-କ୍ବାର୍ଟର ଫାଇନାଲରେ ଜାମାଇକର ରିକାର୍ଡୋ ବ୍ରାଉନଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲକୁ ଉତିର୍ଣ୍ଣ ହୋଇଥିଲେ। ଡେବ୍ୟୁଟାଣ୍ଟଙ୍କ ଯୁଦ୍ଧରେ, 32 ବର୍ଷୀୟ ସତୀଶ 4-1ରେ ବିଜୟୀ ହୋଇଥିଲେ ।

ସତିଶ କ୍ବାର୍ଟର ଫାଇନାଲରେ ଉଜବେକିସ୍ତାନର ବାଖୋଡିର ଜାଲୋଲୋଭଙ୍କ ସହ ମୁହାଁମୁହିଁ ହେବେ । ତେବେ ସତୀଶ ଆହତ ହୋଇଥିବା ଯୋଗୁଁ ତାଙ୍କର ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ପିଭି ସିନ୍ଧୁ - ବ୍ୟାଡମିଣ୍ଟନ

ଶନିବାର ସେମିଫାଇନାଲରେ ଚାଇନା ତାଇପେଇର ତାଇ ଜୁ ୟିଙ୍ଗଙ୍କ ଠାରୁ ୧୮-୨୧, ୧୨-୨୧ ରେ ପରାଜିତ ହେବାପରେ ସିନ୍ଧୁ କାଂସ୍ୟ ପଦକ ପାଇଁ ଚାଇନାର ହେ ବିଙ୍ଗ ଜିଆଓଙ୍କ ସହ ରବିବାର ଖେଳିବେ ।

ଭାରତୀୟ ପୁରୁଷ ଦଳ - ହକି

ଚଳିତ Tokyo Olympics କ୍ବାର୍ଟର ଫାଇନାଲରେ ରବିବାର ଭାରତୀୟ ପୁରୁଷ ହକି ଦଳ ଗ୍ରେଟ ବ୍ରିଟେନ ସହ ମୁହାଁମୁହିଁ ହେବ ।

ଶୁକ୍ରବାର ଦିନ ଭାରତ ପୁଲ୍-ଏ ମ୍ୟାଚରେ ଜାପାନକୁ 5-3ରେ ପରାସ୍ତ କରି ନିଜ ପୁଲର ଦ୍ବିତୀୟ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.