ETV Bharat / sports

Tokyo Olympics: ପଦକ ଲକ୍ଷ୍ୟରେ ଭାରତ, ସିନ୍ଧୁଙ୍କ ସେମି ଫାଇଟ ଉପରେ ନଜର - ପିଭି ସିନ୍ଧୁ ନ୍ୟୁଜ

ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ବ୍ୟାଡମିଣ୍ଟନ ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚ ପରେ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ...

Tokyo Olympics: All eyes on PV Sindhu as India aims for another medal
Tokyo Olympics: ପଦକ ଲକ୍ଷ୍ୟରେ ଭାରତ, ସିନ୍ଧୁଙ୍କ ସେମି ଫାଇଟ ଉପରେ ନଜର
author img

By

Published : Jul 31, 2021, 1:04 PM IST

ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍‌ରେ ଭାରତ ପାଇଁ ଶନିବାର ଗୁରୁତ୍ବପୂର୍ଣ୍ଣ ଦିନ ରହିଛି । ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ଶନିବାର ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଣ୍ଟର ସେମିଫାଇନାଲ ମ୍ୟାଚ ଖେଳିବେ । ଏହି ମ୍ୟାଚରେ ସିନ୍ଧୁଙ୍କ ବିଜୟ ସହିତ ଭାରତକୁ ଆଉ ଏକ ପଦକ ମିଳିବା ନିଶ୍ଚିନ୍ତ ହେବ ।

ଶୁକ୍ରବାର ସିନ୍ଧୁ କ୍ବାର୍ଟର ଫାଇନାଲ ମୁକାବିଲାରେ ଜାପାନର ଅକାନେ ୟାମାଗୁଚିଙ୍କୁ ସିଧାସଳଖ ଦୁଇଟି ସେଟ୍‌ରେ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ସଂସ୍କରଣର ଅଲମ୍ପିକ ତଥା ୨୦୧୬ ରିଓ ଅଲମ୍ପିକ୍‌ରେ ରୌପ୍ୟ ପଦକ ଜିତିଥିଲେ ସିନ୍ଧୁ । ଏହା ତାଙ୍କର ଲଗାତାର ଦ୍ବିତୀୟ ଅଲମ୍ପିକ ସେମିଫାଇନାଲ ହେବ । ଫାଇନାଲରେ କାରୋଲିନା ମାରିଙ୍କ ଠାରୁ ପରାସ୍ତ ହୋଇ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହେବାସହ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ ହାଇଦ୍ରାବାଦର ଝିଅ । ଫଳରେ ସିନ୍ଧୁଙ୍କ ସେମିଫାଇନାଲ ମ୍ୟାଚ୍‌ ଉପରେ ସମସ୍ତ ଭାରତୀୟଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.