ETV Bharat / sports

ମୀରାବାଇ ଚାନୁ: ଡାଏଟ୍‌ ପାଇଁ ନ ଥିଲା ଅର୍ଥ, ପ୍ରତିଦିନ କରୁଥିଲେ 44 କିମି ଯାତ୍ରା

author img

By

Published : Jul 24, 2021, 5:38 PM IST

ପିଲାଦିନେ ଜାଳେଣୀ କାଠ ବିଡା ଉଠାଇବା ଠାରୁ ମୀରାବାଇ ଚାନୁଙ୍କ ଭାରୋତ୍ତୋଳନକାରୀ ପୋଡିୟମ ପର୍ଯ୍ୟନ୍ତ ପହଞ୍ଚିବାର ଯାତ୍ରା ଅତ୍ୟନ୍ତ ସଂଘର୍ଷମୟ ରହିଛି । ଅଧିକ ପଢନ୍ତୁ...

TOKYO OLYMPICS 2021 MIRABAI CHANU BAGS INDIAS FIRST MEDAL A SILVER IN 49KG WEIGHTLIFTING DO YOU KNOW WEIGHTLIFTER MIRABAI CHANU
ମୀରାବାଇ ଚାନୁ: ଡାଏଟ୍‌ ପାଇଁ ଅର୍ଥ ନଥିଲା, ପ୍ରତିଦିନ କରୁଥିଲେ 44 କିମି ଯାତ୍ରା

ହାଇଦ୍ରାବାଦ: ଟୋକିଓରୁ ଶନିବାର ପ୍ରଥମ ଖୁସି ଖବର ଆସିଛି । ଅଲମ୍ପିକରେ ଭାରତର ଆରମ୍ଭ (Silver medal in Tokyo olympic)ରୌପ୍ୟ ପଦକରୁ ହୋଇଛି । ଭାରତ ପାଇଁ 49 କିଲୋଗ୍ରାମ ବର୍ଗରେ ଭାରୋତ୍ତୋଳନରେ ସୈଖୋମ ମୀରାବାଇ ଚାନୁ(Saikhom Mirabai Chanu ) ପ୍ରଥମ ପଦକ ହାସଲ କରିଛନ୍ତି । ଭାରୋତ୍ତୋଳନରେ ଭାରତକୁ 20 ବର୍ଷ ପରେ ପଦକ ମିଳିଛି, ପୂର୍ବରୁ 2000 ସିଡନୀ ଅଲମ୍ପିକ୍‌ରେ କର୍ଣ୍ଣମ ମାଲେଶ୍ବରୀ ବ୍ରୋଞ୍ଜ ପଦକ ଜିତିଥିଲେ ।

ପିଲାଦିନେ ଜାଳେଣୀ କାଠ ବିଡା ଉଠାଇବା ଠାରୁ ମୀରାବାଇ ଚାନୁଙ୍କ ଭାରୋତ୍ତୋଳନକାରୀ ପୋଡିୟମ ପର୍ଯ୍ୟନ୍ତ ପହଞ୍ଚିବାର ଯାତ୍ରା ଅତ୍ୟନ୍ତ ସଂଘର୍ଷମୟ ରହିଛି । ଅଲମ୍ପିକରେ ରୂପା ପଦକ ଜିତିବା ପୂର୍ବରୁ ନିଜର ପ୍ରଥମ ସ୍ବର୍ଣ୍ଣ ପଦକ ମାତ୍ର 11 ବର୍ଷ ବୟସରେ ଜିତିସାରିଥିଲେ । ନିଜ ଅଞ୍ଚଳର ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ସେ ବିଜୟୀ ହୋଇଛନ୍ତି ।

TOKYO OLYMPICS 2021 MIRABAI CHANU BAGS INDIAS FIRST MEDAL A SILVER IN 49KG WEIGHTLIFTING DO YOU KNOW WEIGHTLIFTER MIRABAI CHANU
ମୀରାବାଇ ଚାନୁ

ରିପୋର୍ଟ ଅନୁସାରେ, ମୀରାବାଇ ଚାନୁଙ୍କ ଜନ୍ମ 8 ଅଗଷ୍ଟ 1994ରେ ନୈଙ୍ଗପୋକ କାଚିଙ୍ଗ ଅଞ୍ଚଳର ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ନୈଙ୍ଗପୋକ କାଚିଙ୍ଗ ଇମ୍ଫାଲରେ ରହିଛି ଓ ଇମ୍ଫାଲ ମଣିପୁରର ରାଜଧାନୀ । ମାତ୍ର ପ୍ରତିଯୋଗିତାରେ ବିଜୟ ପରେ ପରିବାର ଲୋକେ ଚାନୁଙ୍କ ଶକ୍ତିକୁ ଜାଣିପାରିଥିଲେ । ମାତ୍ର 12 ବର୍ଷ ବୟସରେ ସେ ସହଜରେ ଯେଉଁ କାଠବିଡା ସବୁ ଘରକୁ ନେଇଆସୁଥିଲେ, ସେହି ସବୁକୁ ଉଠାଇବାକୁ ତାଙ୍କ ଭାଇଙ୍କ ପକ୍ଷରେ କଷ୍ଟକର ଥିଲା ।

2000 ସିଡନୀ ଅଲମ୍ପିକ୍‌ରେ କର୍ଣ୍ଣମ ମାଲେଶ୍ବରୀ ବ୍ରୋଞ୍ଜ ପଦକ ଜିତିଥିଲେ

କୁଞ୍ଜୁରାନୀ ଦେବୀ ହେବାର ସ୍ୱପ୍ନ ତାଙ୍କୁ ଅଲମ୍ପିକ ପଦକ ବିଜୟିନୀ ବନାଇଦେଇଛି:

26 ବର୍ଷୀୟା ମୀରାବାଇ ଚାନୁ ଏକ ୱେବସାଇଟକୁ ସାକ୍ଷାତକାରରେ କହିଛନ୍ତି, ଯେବେ ସେ ଛୋଟ ଥିଲେ, ସେବେ କୁଞ୍ଜୁରାନୀ ଦେବୀଙ୍କ ପ୍ରଦର୍ଶନ ଦେଖିଥିଲେ । ଏତେ ଓଜନିଆ ଭାର କିପର କୁଞ୍ଜୁରାନୀ ସହଜରେ ଉଠାଇଦେଉଛନ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ପରେ ସେ ତାଙ୍କର ପିତା ସୈଖମ କ୍ରିତି ମାଇତିଙ୍କ ଆଗରେ ଜଣେ ଭାରୋତ୍ତୋଳନକାରୀ ବନିବାକୁ ଇଚ୍ଛା ଥିବା କହିଥିଲେ । ପିତା ରାଜି ହୋଇଯାଇଥିଲେ । ଛୋଟ ଝିଅର ଏପରି ଦୃଢ ଲକ୍ଷ୍ୟ ଦେଖି ମା' ଅଗବି ତାମ୍ବି ଲେମା ମଧ୍ୟ ରାଜି ହୋଇଯାଇଥିଲେ ।

କୁଞ୍ଜୁରାନୀ ଦେବୀ ବିଶ୍ବ ଭାରୋତ୍ତୋଳନ ଚମ୍ପିଆନସିପରେ 7ଥର ରୌପ୍ୟ ପଦକ ଓ ଏସିଆନ ଗେମ୍ସରେ ମଧ୍ୟ ଦୁଇଥ ବ୍ରୋଞ୍ଜ ପଦକ ଜିତିସାରିଛନ୍ତି । ଚାନୁ କହିଛନ୍ତି, ଯେବେ ସେ ବଡ ହେଉଥିଲେ, ସେବେ ମଣିପୁରର ଝିଅ କୁଞ୍ଜୁରାନୀ ଦେବୀ ନଚେତ ସାନିଆ ମୀର୍ଜା ବନିବାକୁ ଚାହୁଁଥିଲେ । ଚାନୁ କୁଞ୍ଜୁରାନୀଙ୍କୁ ଅନୁକରଣ କରିଛନ୍ତି । ଅତୀତର ଏହି କଥା ଆଗକୁ ବଢାଇବା ପୂର୍ବରୁ ସୂଚନାଯୋଗ୍ୟ ଯେ, 2016ରେ ଯେବେ ରିଓ ଅଲମ୍ପିକ ପାଇଁ ଟ୍ରାଏଲ ଚାଲୁଥିଲା ସେବେ ଚାନୁ କୁଞ୍ଜୁରାନୀ ଦେବୀଙ୍କ 12 ବର୍ଷ ତଳର ପୁରୁଣା ରେକର୍ଡ ଭଙ୍ଗ କରିଥିଲେ ଓ ଭାରତୀୟ ଟିମରେ ସ୍ଥାନ ପକ୍କା କରିଥିଲେ ।

କୋଚ୍‌ ପ୍ରତିଦିନ ଚିକେନ ଖାଇବାକୁ କହିଥିଲେ, ମାତ୍ର ଘରେ ଟଙ୍କା ନଥିଲା:

ଏବେ କାହାଣୀ ସଂଘର୍ଷର, ଯେଉଁ ରାସ୍ତାରେ ସମସ୍ତ ଭାରତୀୟ ଖେଳାଳି ଦିନେ ଆସିଥାନ୍ତି । କୁଞ୍ଜୁରାନୀଙ୍କୁ ଅନୁସରଣ କରି ମୀରାବାଇ ଚାନୁ 2008ରେ ଖୁମନ ଲମ୍ପକ ସ୍କୋର୍ଟ୍ସ କମ୍ପ୍ଲେକ୍ସରେ ଭାରୋତ୍ତୋଳନ ଟ୍ରେନିଂ ଆରମ୍ଭ କରନ୍ତି । ତାଙ୍କ ଗାଁରେ କୌଣସି ଭାରୋତ୍ତୋଳନ ସେଣ୍ଟର ନଥିଲା ଫଳରେ ଇମ୍ପାଲ ସହରକୁ ଯିବାକୁ ତାଙ୍କୁ ପ୍ରତିଦିନ 44 କିଲୋମିଟର ଯିବାକୁ ପଡୁଥିଲା ।

ଚାନୁ ଇଣ୍ଟରଭିନ୍ୟୁରେ କହିଛନ୍ତି, ଅଭ୍ୟାସ ସମୟରେ କୋଚ୍‌ ତାଙ୍କୁ ସୁଷମ ଖାଦ୍ୟ ଖାଇବାକୁ ପରାମର୍ଶ ଦେବା ସହ ଖାଦ୍ୟର ଏକ ତାଲିକା (Diet Chart)ଧରାଇଦେଇଥିଲେ । ମୀରାବାଇଙ୍କ 5 ଭାଇ ଭଉଣୀ ରହିଛନ୍ତି ଓ ସେ ସମସ୍ତଙ୍କ ଠାରୁ ସାନ । ପବ୍ଲିକ ୱାର୍କ ଡିପାର୍ଟମେଣ୍ଟରେ ପିତା କାମ କରୁଥିଲେ ଓ ମା' ଅଧିକ ରୋଜଗାର ପାଇଁ ଏକ ଦୋକାନ ଚଳାଉଥିଲେ । ଏପରି ଅବସ୍ଥାରେ ଏହି ଖର୍ଚ୍ଚ ପରିବାର ପାଇଁ ବୋଝ ଭଳି ଥିଲା । ମାତ୍ର ଇଚ୍ଛାଶକ୍ତି ଓ ଦୃଢ ମନୋବଳକୁ କଣ ସହଜରେ ହାର୍‌ ମାନିପାରିବ । ଏ ନେଇ ଚାନୁ ନିଜ ଅଭ୍ୟାସ ଜାରି ରଖିଥିଲେ ।

ଲଗାତାର ବିଜୟ ସହ 2011ରେ ଦମ ଦେଖାଇଥିଲେ:

ବର୍ଷ 2011ରେ ସାଉଥ ଏସିଆନ ୟୁଥ ଚମ୍ପିଆନସିପ ହୋଇଥିଲା । ଏହାପରେ ଜୁନିୟର ସାଉଥ ଏସିଆନ ଗେମ୍ସ ମଧ୍ୟ ହୋଇଥିଲା । ଉଭୟ ପ୍ରତିଯୋଗିତାରେ ମୀରାବାଇ ସ୍ବର୍ଣ୍ଣ ପଦକ ଜିତିଲେ । ଏହି ବିଜୟ ମନୋବଳକୁ ଅଧିକ ଦୃଢ କରିଥିଲା । 2013 ଗୁଆହାଟିରେ ଜୁନିୟର ନ୍ୟାସନାଲ ଚମ୍ପିଆନସିପ ହୋଇଥିଲା ଓ ଏଥିରେ ଚାନୁ ଶ୍ରେଷ୍ଠ ଭାରୋତ୍ତୋଳନକାରୀ ରେକର୍ଡ କରିଥିଲେ । ଏହିପରି ସେ କୁଞ୍ଜୁରାନୀଙ୍କ ରେକର୍ଡର ଅଧିକ ନିକଟତର ହୋଇଚାଲିଲେ । 2014ରେ ସ୍କଟଲାଣ୍ଡରେ ଗ୍ଳାସଗୋରେ ରାଜ୍ୟଗୋଷ୍ଠୀ କ୍ରୀଡା ହୋଇଥିଲା । ଚାନୁ ଏହି ସୁଯୋଗର ଭରପୁର ଫାଇଦା ଉଠାଇ କଠିନ ପରିଶ୍ରମ କଲେ ଓ 48 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଲେ । ଗ୍ଳାସଗୋରେ 20 ବର୍ଷୀୟା ଏହି ଯୁବ ଖେଳାଳି 170 କିଲୋଗ୍ରାମ ଭାର ଉଠାଇଥିଲେ ।

ସରକାରୀ ଚାକିରୀ, ଧୋନିଙ୍କ ପରି ବନିଥିଲେ ରେଲୱେ ଟିକେଟ କଲେକ୍ଟର:

ଆମ ସମାଜରେ ଅଜବ ବ୍ୟବସ୍ଥା ରହିଛି, ଖେଳାଳିଙ୍କ ପାଇଁ ଅଭ୍ୟାସ ପାଇଁ ଉଚିତ ବ୍ୟବସ୍ଥା ମିଳେନି ମାତ୍ର ଜିତିବା ପରେ ସରକାରୀ ଚାକିରୀ ମିଳିଯାଏ । 31 ଅଗଷ୍ଟ 2015ରେ ଚାନୁଙ୍କୁ ଇଣ୍ଡିଆନ ରେଲୱେ ଟିକେଟ କଲେକ୍ଟର ଚାକିରୀ ମିଳିଥିଲା । କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କୁ ମଧ୍ୟ ରଣଜୀ ଖେଳିବା ପରେ ଟିକେଟ କଲେକ୍ଟର ଚାକିରୀ ମିଳିଥିଲା ।

ରିଓ ଅଲମ୍ପିକରେ ସମାଲୋଚନାରେ ନିରାଶ ଥିଲେ ଆଜିର ସିଲଭର ଗାର୍ଲ:

2016ରେ କୁଞ୍ଜୁରାନୀଙ୍କ ରେକର୍ଡ ଭଙ୍ଗ କରିବା ପରେ ରିଓ ଅଲମ୍ପିକ ଟିକେଟ ମିଳିଥିଲା ସତ ମାତ୍ର ପଦକ ବିଜୟ ପୋଡିୟମ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲେ ମୀରାବାଇ । ଏହାପରେ ସେ ବହୁତ ନିରାଶ ହୋଇଯଇଥିଲେ ବୋଲି କହିଛନ୍ତି । ସୋସିଆଲ ମିଡିଆରେ ଚାନୁ ଓ ତାଙ୍କର କୋଚ୍‌ଙ୍କୁ ନେଇ ବହୁତ ଟିପ୍ପଣୀ କରାଯାଇଥିଲା । ଏଥିରେ ଏତେ ବ୍ୟଥିତ ହୋଇଥିଲେ ଯେ ସେ ଅଭ୍ୟାସ ମଧ୍ୟ ବନ୍ଦ କରିଦେଇଥିଲେ ବୋଲି କହିଛନ୍ତି । ତେବେ ଖରାପ ସମୟର ଶେଷ ହିଁ ହୁଏ । ଅଲମ୍ପିକର ଏହି ନୂଆ ସିଲଭର ଗାର୍ଲ 2017ରେ ପୁନର୍ବାର ନିଜର ଦମ ଦେଖାଇଥିଲେ । ବିଶ୍ବ ଚମ୍ପିଆନସିପରେ 48 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହାପୂର୍ବରୁ ଏହି କୀର୍ତ୍ତିମାନ କର୍ଣ୍ଣମ ମାଲେଶ୍ବରୀଙ୍କ ନାମରେ ଥିଲା ।

ବିଶ୍ବ ଚମ୍ପିଆନସିପ ଯୋଗୁଁ ଭଉଣୀର ବିବାହରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ:

ରିଓ ଅଲମ୍ପିକରେ ନିଜର ଖରାପ ପ୍ରଦର୍ଶନରେ ବହୁତ ଦୁଃଖି ଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି ମୀରାବାଇ । ଫଳରେ ଏକାଗ୍ର ଚିତ୍ତରେ ସେ ଏହି ପରାଜୟକୁ ବିଜୟରେ ବଦଳାଇବାକୁ ଦିନ ଗଣୁଥିଲେ । ଭଉଣୀର ବିବାହରେ ମଧ୍ୟ ପରିବାରରେ ସାମିଲ ହୋଇନଥିଲେ । ତେବେ 2018ରେ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଏହି କଷ୍ଟକୁ ଦୂର କରିଥିଲେ । ଏହି ସଫଳତା ପାଇଁ ତାଙ୍କୁ ବର୍ଷ 2018ରେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ମୀରାବାଇ ଟୋକିଓରେ ରୌପ୍ୟ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଅଭିନନ୍ଦନ ଜଣାଇଛନ୍ତି । ନିଜେ ମୋଦି ଚାନୁଙ୍କ ସହ କଥା ହୋଇଥିବା ମଧ୍ୟ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.