ETV Bharat / sports

ସହଜ ଡ୍ର'ରେ କୁସ୍ତିଯୋଦ୍ଧା ରବି ଓ ଦୀପକ, ବଢିଲା ପଦକ ଆଶା - କୁସ୍ତିଯୋଦ୍ଧା ରବି ଦହିୟା ନ୍ୟୁଜ

ଟୋକିଓ ଅଲମ୍ପିକରେ କୁସ୍ତି ପ୍ରତିଯୋଗିତାର ୫୭ କିଲୋଗ୍ରାମ ବର୍ଗରେ କଲମ୍ପିଆର ଟିଗ୍ରେରସ ଉରବାନୋଙ୍କୁ ପ୍ରଥମ ମୁକାବିଲାରେ ଭେଟିବେ ଭାରତୀୟ କୁସ୍ତିଯୋଦ୍ଧା ରବି ଦହିୟା । ଅଧିକ ପଢନ୍ତୁ...

Ravi and Deepak get good draw; European champion awaits Anshu Malik in her 57kg opener
ସହଜ ଡ୍ର'ରେ କୁସ୍ତିଯୋଦ୍ଧା ରବି ଓ ଦୀପକ, ବଢିଲା ପଦକ ଆଶା
author img

By

Published : Aug 3, 2021, 5:54 PM IST

ଟୋକିଓ: ଭାରତୀୟ କୁସ୍ତିଯୋଦ୍ଧା ରବି ଦହିୟା ଓ ଦୀପକ ପୁନିଆଙ୍କ ଠାରୁ ବଢିଲା ଭାରତର ପଦକ ଆଶା । ମଙ୍ଗଳବାର ପ୍ରକାଶିତ ପ୍ରତିନ୍ଦ୍ବନ୍ଦ୍ବୀ ସୂଚୀ(DRAW) ରେ ଉଭୟଙ୍କ ପାଇଁ ପଦକ ରାଉଣ୍ଡ ରାସ୍ତା ସହଜ ରହିଛି । ଚଳିତ ଟୋକିଓ ଅଲମ୍ପିକରେ କୁସ୍ତି ପ୍ରତିଯୋଗିତାର ୫୭ କିଲୋଗ୍ରାମ ବର୍ଗରେ କଲମ୍ବିଆର ଟିଗ୍ରେରସ ଉରବାନୋଙ୍କୁ ପ୍ରଥମ ମୁକାବିଲାରେ ଭେଟିବେ ରବି । ଫଳରେ ସେମିରେ ପହଞ୍ଚିବାକୁ ତାଙ୍କ ସାମ୍ନାରେ ବିଶେଷ ବଡ ଆହ୍ବାନ ନାହିଁ ।

୨୦୧୯ ବିଶ୍ବ ଚମ୍ପିଆନସିପ ବ୍ରୋଞ୍ଜ ପଦକ ବିଜେତା ଓ ଏସିଆନ ଚମ୍ପିଆନ ରବି, କଲମ୍ବିଆ ପ୍ରତିପକ୍ଷଙ୍କୁ ଓପନିଂ ରାଉଣ୍ଡରେ ହରାଇବେ ତେବେ ଆଲଜେରିଆର ଏବଦେଲହାକ ଖେରାବାଚେ କିମ୍ବା ବୁଲଗେରିଆର ଜିରୋଗି ଭେଲେଣ୍ଟିନୋଭ ଭଙ୍ଗେଲଭଙ୍କୁ ଭେଟିବେ । ଫଳରେ ସେମିଫାଇନାଲରେ ସେ ସର୍ବିୟାନ ଶୀର୍ଷ ମାନ୍ୟତା ଖେଳାଳି ଷ୍ଟିଭେନ ଆଣ୍ଡ୍ରିଆ ମିକିକ୍‌ କିମ୍ବା ଜାପାନର ୟୁକି ତାକାହାସିଙ୍କୁଙ୍କୁ ଭେଟିପାରନ୍ତି ।

ଅନ୍ୟପଟେ ପୁରୁଷ ଫ୍ରୀଷ୍ଟାଇଲ ୮୬ କିଲୋଗ୍ରାମ ବର୍ଗରେ ଦୀପକ ପୁନିଆ ନାଇଜେରିଆର ଆଫ୍ରିକୀୟ ବ୍ରୋଞ୍ଜ ପଦକ ବିଜେତା ଏକେରେକେମେ ଏଗିଓମୋରଙ୍କୁ ଭେଟିବେ । ଯଦି ୨୦୧୯ ବିଶ୍ବ ରୌପ୍ୟ ପଦକ ବିଜେତା ପୁନିଆ ବିଜୟୀ ହୁଅନ୍ତି, ତେବେ ଚାଇନାର ଜୁସେନ ଲିନ କିମ୍ବା ପେରୁର ୨୦୨୦ ପାନ ଆମେରିକାନ ରୌପ୍ୟ ବିଜେତା ଏଡିନସନ ଆମ୍ବ୍ରୋସିଓ ଗ୍ରେଇଫୋଙ୍କୁ ଭେଟିବେ । ତେବେ ୧୯ ବର୍ଷୀୟ ଭାରତୀୟ ଯୁବକୁସ୍ତିଯୋଦ୍ଧା ଅଂଶୁ ମଲିକ ଏକ କଠିନ ଡ୍ରରେ ରହିଛନ୍ତି । ଓପନିଂ ରାଉଣ୍ଡର ତାଙ୍କର ସାମ୍ନା ୟୁରୋପିଅନ ଚମ୍ପିଆନ ଇରିନା କୁରାଚକନାଙ୍କ ସହ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.