ETV Bharat / sports

ଭାରତୀୟ ମହିଳା ଦଳ ଅଧିନାୟିକା ଓ କୋଚଙ୍କ ସହ କଥା ହେଲେ ମୋଦି - ଭାରତୀୟ ମହିଳା ହକି ଦଳ ଖବର

ଆର୍ଜେଣ୍ଟିନାଠାରୁ ୨-୧ ଗୋଲରେ ପରାଜିତ ହୋଇଛି ଭାରତୀୟ ଦଳ । ଏହାପରେ ଭାରତୀୟ ମହିଳା ହକି ଟିମ ଅଧିନାୟିକା ରାଣୀ ରାମପାଲ ଓ ଟିମର କୋଚଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢ଼ନ୍ତୁ...

prime minister talked to indian women hockey team captain and coach
ଭାରତୀୟ ମହିଳା ଦଳ ଅଧିନାୟିକା ଓ କୋଚଙ୍କ ସହ କଥା ହେଲେ ମୋଦି
author img

By

Published : Aug 4, 2021, 8:27 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ଗେମ୍ସରେ ଭାରତୀୟ ମହିଳା ହକି ଦଳର କଡ଼ା ସଂଘର୍ଷ ସତ୍ତ୍ବେ ପରାଜୟବରଣ କରିବାକୁ ପଡ଼ିଛି । ଆର୍ଜେଣ୍ଟିନାଠାରୁ ୨-୧ ଗୋଲରେ ପରାଜିତ ହୋଇଛି ଭାରତୀୟ ଦଳ । ଏହାପରେ ଭାରତୀୟ ମହିଳା ହକି ଟିମ ଅଧିନାୟିକା ରାଣୀ ରାମପାଲ ଓ ଟିମର କୋଚଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ମହିଳା ଟିମ୍‌ର ପ୍ରଦର୍ଶନ ପାଇଁ ଗର୍ବିତ ଥିବା କଥା ସେ କହିଛନ୍ତି ।

  • Thanks very much Sir @narendramodi for your inspirational phone call, I will bring over the message to the team, we will show resilience and also keep showing the Indian Shernis fighting spirit in the match for the bronze medal. @TheHockeyIndia #PMO

    — Sjoerd Marijne (@SjoerdMarijne) August 4, 2021 " class="align-text-top noRightClick twitterSection" data=" ">

ମହିଳା ହକି ଟିମ୍‌ରେ ସମସ୍ତ ଆଥଲେଟ ଖୁବ୍‌ କୁଶଳୀ, ଯେଉଁମାନେ ଅନେକ ପରିଶ୍ରମ କରିଛନ୍ତି । ଆଉ ବର୍ତ୍ତମାନ ସେମାନେ ଆଗକୁ ଦେଖିବା ଉଚିତ୍‌ । ହାର-ଜିତ୍‌ ଜୀବନର ଅଂଶ, ତେଣୁ ମନ ଦୁଃଖ ନକରିବାକୁ କହିଲେ ପ୍ରଧାନମନ୍ତ୍ରୀ ।

ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍ ସୋର୍ଡ ମାର୍ଜିନ । ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, "ଆପଣଙ୍କ ପ୍ରେରଣାଦାୟୀ ଫୋନ ପାଇଁ ଧନ୍ୟବାଦ ସାର୍ । ଆପଣ ଦେଇଥିବା ସନ୍ଦେଶ ମୁଁ ମୋର ଦଳକୁ ନିଶ୍ଚୟ ଜଣାଇବି । କାଂସ୍ୟ ପଦକ ମ୍ୟାଚରେ ଭାରତୀୟ ବାଘୁଣୀ ନିଶ୍ଚୟ ସେମାନଙ୍କ ପରକାଷ୍ଠା ପ୍ରମାଣିତ କରିବେ ।"

ଟୋକିଓ ଅଲମ୍ପିକର ମହିଳା ହକି ଇଭେଣ୍ଟ ସେମିଫାଇନାଲ ମ୍ୟାଚ ହାରିବା ପରେ ବର୍ତ୍ତମାନ କାଂସ୍ୟ ପଦକ ପାଇଁ ଗ୍ରେଟ ବ୍ରିଟେନ ସହ ଲଢ଼େଇ କରିବ ଭାରତୀୟ ଦଳ ।

ପ୍ରଥମ ଥର ପାଇଁ ସେମିଫାଇନାଲ ମ୍ୟାଚରେ ପହଞ୍ଚି ପାରିଥିଲା ଭାରତୀୟ ଦଳ । ସେମିଫାଇନାଲ ମ୍ୟାଚରେ ପରାଜୟ ପରେ କୋଟିକୋଟି ଦେଶବାସୀଙ୍କ ହକିରେ ସ୍ବର୍ଣ୍ଣ ପଦକ ହାସଲ କରିବା ସ୍ବପ୍ନ ଭାଙ୍ଗି ଯାଇଛି । ଏବେବି ଦଳ କାଂସ୍ୟ ପଦକ ହାସଲ କରିବା ନେଇ ଆଶାବାଦୀ ଅଛନ୍ତି କ୍ରୀଡ଼ାପ୍ରେମୀ ।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.