ETV Bharat / sports

ପରାଜୟ ପରେ ଜାତୀୟ ମହିଳା ହକି ଦଳ ସହ କଥା ହେଲେ ମୋଦି

author img

By

Published : Aug 6, 2021, 4:00 PM IST

ଟୋକିଓ ଅଲମ୍ପିକ ଗେମ୍ସରେ ଗ୍ରେଟ ବ୍ରିଟେନ ବିପକ୍ଷରେ କାଂସ୍ୟ ପଦକ ମ୍ୟାଚରେ ଭାରତୀୟ ମହିଳା ହକି ଦଳକୁ ପରାଜିତ ହେବାକୁ ପଡ଼ିଛି । ଦଳରେ ନିରାଶାର ମାହୋଲ ଥିବା ବେଳେ ସେମାନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ...

ଜାତୀୟ ମହିଳା ହକି ଦଳ ସହ କଥା ହେଲେ ମୋଦି
ଜାତୀୟ ମହିଳା ହକି ଦଳ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ଗେମ୍ସରେ ଗ୍ରେଟ ବ୍ରିଟେନ ବିପକ୍ଷରେ କାଂସ୍ୟ ପଦକ ମ୍ୟାଚରେ ଭାରତୀୟ ମହିଳା ହକି ଦଳକୁ ପରାଜିତ ହେବାକୁ ପଡ଼ିଛି । ଏହି ମ୍ୟାଚକୁ ୪-୩ ଗୋଲରେ ହାତେଇ ନେଇଛି ଗ୍ରେଟ ବ୍ରିଟନେ ଦଳ । ଏହାକୁ ନେଇ ମହିଳା ଦଳରେ ନିରାଶାର ମାହୋଲ ଥିବା ବେଳେ ସେମାନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରାଜୟ ପାଇଁ ନିରାଶ ନହେବାକୁ ସେ ମହିଳା ଦଳର ମନୋବଳ ବଢାଇବାକୁ ଚେଷ୍ଟା କରିଛନ୍ତି । ତା ସହିତ ଆହତ ହୋଇଥିବା ଖେଳାଳିଙ୍କ ବିଷୟରେ ସେ ପଚାରି ବୁଝିଛନ୍ତି ।

ପରାଜୟ ପରେ ଜାତୀୟ ମହିଳା ହକି ଦଳ ସହ କଥା ହେଲେ ମୋଦି

ମୋଦି ଭାରତୀୟ ମହିଳା ଦଳ ସହ କୋଚଙ୍କ ସହ କଥା ହୋଇଛନ୍ତି । ସେ କହିଛନ୍ତି ଯେ, "ଗତ ୫ରୁ ୬ ବର୍ଷ ହେଲା ଆପଣମାନେ ପରିଶ୍ରମ କରି ଆସୁଛନ୍ତି । ଆପଣମାନେ ଏକ ସାଧନା କରୁଥିଲେ । ଆପଣଙ୍କ ଝାଳବୁହା ପରିଶ୍ରମ ପଦକ ସିନା ଆଣି ପାରିଲାନି, କିନ୍ତୁ ଦେଶର ଝିଅମାନଙ୍କୁ ପ୍ରେରଣା ଦେଇଗଲା । ଏଥିପାଇଁ ନିରାଶ ହୁଅନ୍ତୁ ନାହିଁ । ଆପଣମାନେ ବହୁତ ପରିଶ୍ରମ କରିଥିଲେ ।"

ଏହାପରେ ପ୍ରଧାନମନ୍ତ୍ରୀ ଅଭ୍ୟାସ ବା ମ୍ୟାଚ ବେଳେ ଆହତ ହୋଇଥିବା ଖେଳାଳିଙ୍କ ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ସେ ମହିଳା ଦଳର ଫରୱାର୍ଡ ଖେଳାଳି ନବନୀତ୍ କୌରଙ୍କ ଆଖିରେ ଲାଗିଥିବା ଆଘାତ ବିଷୟରେ ପଚାରି ବୁଝିଥିଲେ । ଏହାପରେ ମୋଦି ଫରୱାର୍ଡ ଖେଳାଳି ବନ୍ଦନା ଓ ସଲିମାଙ୍କ ଖେଳର ପ୍ରଶଂସା କରିଥିଲେ । ମ୍ୟାଚରେ ପରାଜିତ ହେବାପରେ ମହିଳା ଦଳ ଖେଳାଳିଙ୍କୁ ଆଖିରେ ଲୁହର ଧାର ଦେଖିବାକୁ ମିଳିଛି । ଏଥିପାଇଁ ସେମାନଙ୍କୁ ସମବେଦନା ଜଣାଇଥିଲେ ମୋଦି । ଏହାପରେ ଦଳର କୋଚ ସୋର୍ଡ ମାର୍ଜିନଙ୍କ ସହ ମଧ୍ୟ କଥା ହୋଇଥିଲେ ।

କାଂସ୍ୟ ପଦକ ପାଇଁ ଗ୍ରେଟ ବ୍ରିଟେନ ସହ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲା । ଖାସ କରି ଭାରତୀୟ ମହିଳା ହକିର ଗୋଲ କିପର ସବିତା ପୁନିଆ ଦମଦାର ଗୋଲ କିପିଂ କରିଥିଲେ । ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳର ଅଲମ୍ପିକ୍ ଗେମ୍ସରେ ଶୀର୍ଷ ୪ଟି ସ୍ଥାନରେ ରହି ପାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.