ETV Bharat / sports

ପଦକରେ ପ୍ରମୋଦଙ୍କ ଗୁରୁଦକ୍ଷିଣା: କୋଳକୁ ଡେଇଁବା ମୁହୂର୍ତ୍ତ 'ସ୍ବତନ୍ତ୍ର' କହିଲେ କୋଚ୍‌

author img

By

Published : Sep 5, 2021, 8:53 PM IST

ଟୋକିଓ ପାରାଲମ୍ପିକ୍‌ରେ ପ୍ରଥମ ଥର ବ୍ୟାଡମିଣ୍ଟନ ଡେବ୍ୟୁ କରିଥିଲା ଓ ଭାରତର ୭ଜଣ ସର୍ଟଲର ଅଂଶଗ୍ରହଣ କରିଥିଲେ । ଐତିହାସିକ ପ୍ରଦର୍ଶନ ସହ ୨ଟି ସ୍ବର୍ଣ୍ଣ ପଦକ ସମେତ ୪ଟି ପଦକ ହାସଲ କରିଛନ୍ତି ଭାରତୀୟ ଖେଳାଳି । ଅଧିକ ପଢନ୍ତୁ...

Paralympics: Didn't expect Pramod to jump and embrace after his gold, says badminton coach Gaurav Khanna
ପଦକରେ ପ୍ରମୋଦଙ୍କ ଗୁରୁଦକ୍ଷିଣା: କୋଳକୁ ଡେଇଁବା ମୂହୂର୍ତ୍ତ 'ସ୍ବତନ୍ତ୍ର' କହିଲେ କୋଚ୍‌

ହାଇଦ୍ରାବାଦ: ଭାରତୀୟ ମୁଖ୍ୟ ପାରା-ବ୍ୟାଡମିଣ୍ଟନ କୋଚ୍‌ ଗୌରବ ଖାନ୍ନାଙ୍କ ପାଇଁ ଏଥର ଗୁରୁ ଦିବସ ସ୍ବତନ୍ତ୍ର ହୋଇଛି । ଶିଷ୍ୟ ତଥା ଛାତ୍ରଙ୍କ ସଫଳତାରେ ଗୁରୁ ଗର୍ବିତ ହେବାସହ ପରିଚିତ ହୋଇଥାନ୍ତି । ସେଥିପାଇଁ ସର୍ବଦା ଶିଷ୍ୟଙ୍କ ଶୁଭ ମନାସି ଜଗତଜିତା କରିବାକୁ ଅଧିକ ଦକ୍ଷ ପାଇଁ ପ୍ରୟାସ ଚଳାଇଥା'ନ୍ତି ଗୁରୁ । ତେବେ ଯଦି ଉପହାରରେ ଗୁରୁଙ୍କୁ ଶିଷ୍ୟ ପାରାଲମ୍ପିକ୍‌ ପଦକ ଉପହାର ଦିଅନ୍ତି, ତେବେ ଖୁସି ଦ୍ବିଗୁଣିତ ହେବା ସ୍ବାଭାବିକ ।

  • Strong presence of India in Tokyo Paralympic.
    Out of the 7 players representing the country in Tokyo Paralympics In Para Badminton, 6 are in Semifinals.
    Thanks to the first dedicated professional para Badminton academy of the country @GKEBA_
    Celebration 🎉🎉#Praise4Para pic.twitter.com/MmmSPbU8pF

    — Para-Badminton India (@parabadmintonIN) September 3, 2021 " class="align-text-top noRightClick twitterSection" data=" ">

ଏପରି କିଛି ଘଟିଛି ପାରା-ବ୍ୟାଡମିଣ୍ଟନ ଜାତୀୟ କୋଚ୍‌ ଗୌରବ ଖାନ୍ନାଙ୍କ କ୍ଷେତ୍ରରେ । ଟୋକିଓ ପାରାଲମ୍ପିକ୍‌ରେ ପ୍ରଥମ ଥର ବ୍ୟାଡମିଣ୍ଟନ ଡେବ୍ୟୁ କରିଥିଲା ଓ ଭାରତର ୭ଜଣ ସର୍ଟଲର ଅଂଶଗ୍ରହଣ କରିଥିଲେ । ଐତିହାସିକ ପ୍ରଦର୍ଶନ ସହ ୨ଟି ସ୍ବର୍ଣ୍ଣ ପଦକ ସମେତ ୪ଟି ପଦକ ହାସଲ କରିଛନ୍ତି ଭାରତୀୟ ଖେଳାଳି ।

୪ଥରର ବିଶ୍ବ ଚମ୍ପିଆନ ପ୍ରମୋଦ ଭଗତ ପୁରୁଷ ଏକକ SL୩ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ଓ ମନୋଜ ସରକାର କାଂସ୍ୟ ପଦକ ନିଜ ନାମରେ କରିଛନ୍ତି । ସେହିପରି IAS ଅଫିସର ତଥା ନୋଏଡା ଜିଲ୍ଲା ମାଜିଷ୍ଟ୍ରେଟ୍‌ ସୁହାସ ୟାଥିରାଜ ପୁରୁଷ ଏକକ SL୩ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି । ଅନ୍ୟପଟେ ପାରାଲମ୍ପିକ୍‌ରେ ପୁରୁଷ ଏକକ SH୬ ବ୍ୟାଡମିଣ୍ଟନ ବର୍ଗରେ ଭାରତକୁ ପଞ୍ଚମ ସ୍ବର୍ଣ୍ଣ ପଦକ ଦେଇଛନ୍ତି କ୍ରୀଷ୍ଣା ନାଗର ।

ଶନିବାର ଗୋଟିଏ ଇଭେଣ୍ଟରେ ଗୌରବ ଖାନ୍ନା ଓ ପ୍ରମୋଦ ଭଗତଙ୍କୁ ପଦକ ପୋଡିୟମରେ ଦେଖିବା କୋଚ୍‌ ଗୌରବ ଖାନ୍ନାଙ୍କ ପାଇଁ ଗର୍ବର ମୁହୂର୍ତ୍ତ ହୋଇଥିଲା । ସ୍ବର୍ଣ୍ଣ ପଦକ ଜିତିବାପରେ ପ୍ରମୋଦ କୋଚ୍‌ ଗୌରବଙ୍କ ଆଡକୁ ଦୌଡିବା ସହ ଖୁସିରେ କୋଳକୁ ଡେଇଁ ପଡିଥିଲେ । ଏହା ବିଶେଷ ଭାବବିହ୍ବଳ ମୁହୂର୍ତ୍ତ ଥିଲା ବୋଲି କୋଚ୍‌ ଗୌରବ ଖାନ୍ନା କହିଛନ୍ତି ।

କୋଚ୍‌ ଗୌରବ ଖାନ୍ନା ଗୁରୁ ଦିବସ ଅବସରରେ କହିଛନ୍ତି, "ଏହା ଭାଷାରେ ବୟାନ କରିବା କଷ୍ଟକର । ନିଜର ଭାବାବେଗକୁ ସର୍ବଦା ଚାପି ରଖିବାକୁ ପ୍ରୟାସ କରେ ମାତ୍ର ଏହି ସମୟରେ ଭାବବିହ୍ବଳ ହେବାକୁ ବାଧ୍ୟ ହେଲି । ଆଶାଥିଲା କୋଳାକୋଳି ହେବା । ମାତ୍ର ସେ(ପ୍ରମୋଦ) କୋଳକୁ ଡେଇଁ ପଡିଥିଲେ, ଏହା ଆଶା କରିନଥିଲି । ମନୋଜ ଓ ପ୍ରମୋଦ ଉଭୟ ଅବିଶ୍ବସନୀୟ ପ୍ରଦର୍ଶନ କରିଛନ୍ତି । ଜଣେ ସ୍ବର୍ଣ୍ଣ ଓ ଜଣେ କାଂସ୍ୟ ପଦକ ଜିତିଲେ । ଜଣେ କୋଚ୍‌ଙ୍କ ପାଇଁ ଆଉ କଣ ଖୁସି ହୋଇପାରେ ?"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.