ETV Bharat / sports

Tokyo Olympics: ଉଦଘାଟନୀ ଉତ୍ସବରେ ତିରଙ୍ଗା ଧରିଲେ ମେରୀ-ମନପ୍ରୀତ

author img

By

Published : Jul 23, 2021, 8:54 PM IST

ଟୋକିଓ ଅଲମ୍ପିକ୍ସର ଉଦଘାଟନୀ ସନ୍ଧ୍ୟାରେ ଭାରତୀୟ ଦଳର ପ୍ରତିନିଧିତ୍ବ କରିଛନ୍ତି ମେରୀ କମ୍‌ ଓ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ । ଅଧିକ ପଢ଼ନ୍ତୁ...

mary kom, manpreet, mary manpreet lead indian contigent, parade of nation, ceremony of tokyo olympic, Tokyo Olympics, ଉଦଘାଟନୀ ସମାରୋହ, ତିରଙ୍ଗା ଧରିଲେ ମେରୀ-ମନପ୍ରୀତ, ଟୋକିଓ ଅଲମ୍ପିକ, ବିଶ୍ବ ଚାମ୍ପିୟନ ମେରୀ କମ୍‌, କ୍ରୀଡ଼ା ମନ୍ତ୍ରୀ ଅନୁରୋଗ ଠାକୁର
Tokyo Olympics: ଉଦଘାଟନୀ ଉତ୍ସବରେ ତିରଙ୍ଗା ଧରିଲେ ମେରୀ-ମନପ୍ରୀତ

ଟୋକିଓ: ପାଞ୍ଚ ଥରର ବିଶ୍ବ ଚାମ୍ପିୟନ ମେରୀ କମ୍‌ ଓ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଟୋକିଓ ଅଲମ୍ପିକ୍ସର ଉଦଘାଟନୀ ସନ୍ଧ୍ୟାରେ ଭାରତୀୟ ଦଳର ପ୍ରତିନିଧିତ୍ବ କରିଛନ୍ତି । ଜାପାନ ଜାତୀୟ ଷ୍ଟାଡିଅମରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି ।

ଏପଟେ ଭାରତରେ ରହି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରୋଗ ଠାକୁର ମଧ୍ୟ ଭାରତୀୟ ଦଳର ମାର୍ଚ୍ଚ ପାଷ୍ଟ ବେଳେ ତିରଙ୍ଗା ଦେଖାଇ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତୀୟ ଦଳରୁ ୨୫ ଜଣ ସଦ୍ୟ ଏହି ପରେଡରେ ଅଂଶଗ୍ରହଣ କରିଥିଲେ । କୋରୋନା ଯୋଗୁଁ ଚଳିତ ବର୍ଷ ଖୁବ୍‌ କମ୍‌ ଖେଳାଳିଙ୍କୁ ଉଦଘାଟନୀ ଉତ୍ସବରେ ଭାଗ ନେବାକୁ ଅନୁମତି ଦିଆଯାଇଛି ।

ଅଙ୍କିତା ରାଇନା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଟେବୁଲ ଟେନିସ ଖେଳାଳି ମାନିକା ବତ୍ରା ଓ ଶରଥ କମଲ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ । ୮ ଜଣ ମୁଷ୍ଟିଯୋଦ୍ଧା ମାନଙ୍କ ମଧ୍ୟରୁ ଅମିତ ପଙ୍ଘାଲ, ଆଶିଷ କୁମାର ଓ ମେରୀ କମ୍‌ ଭାଗ ନେଇଥିଲା ବେଳେ ୬ ଜଣ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

କୋରୋନା କାରଣରୁ ଅନେକ ଖେଳାଳି ଆଇସୋଲେସନରେ ରହି ଅଭ୍ୟାସ କରୁଛନ୍ତି, ଏବଂ ଏହାକୁ ହିଁ ଉଦଘାଟନୀ ଉତ୍ସବରେ ପ୍ରଦର୍ଶିତ କରିଥିଲେ କିଛି କଳାକାର । ସୂତାରେ ଛନ୍ଦା ଛନ୍ଦି କିଛି ଜାଲର ପ୍ରଦର୍ଶନ ହୋଇଥିଲା ଯାହା ସୂଚାଇ ଦେଉଥିଲା ଯେ, ଏକତ୍ର ନଥିଲେ ମଧ୍ୟ ସମସ୍ତେ ପରସ୍ପର ସହ ଯୋଡ଼ି ହୋଇ ରହିଛନ୍ତି ।

ଆଲୋକ ମାଳାରେ ଝଲସି ଉଠିଥିଲା ଜାପାନର ଜାତୀୟ ଷ୍ଟାଡିଅମ । ଏହାପରେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଅଧ୍ୟକ୍ଷ ଥୋମାସ ବାଚଙ୍କୁ ମଞ୍ଚ ଉପରେ ସ୍ବାଗତ କରାଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.