ETV Bharat / sports

Tokyo Olympics day 7: ପରାଜୟ ପାଇଁ ବିଚାରପତିଙ୍କୁ ଦାୟୀ କଲେ ମେରୀକମ

author img

By

Published : Jul 29, 2021, 10:43 PM IST

ଛଅ ଥରର ବିଶ୍ବ ଚମ୍ପିଆନ ମେରୀକମ ଟୋକିଓ ଅଲମ୍ପିକ୍ସର ୫୧ କେଜି ବର୍ଗରେ କୋଲମ୍ବିଆର ବକ୍ସରଠାରୁ ପରାଜିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

Tokyo Olympics day 7: ପରାଜୟ ପାଇଁ ଅନ୍ତର୍ଜାତୀୟ ଅଲମ୍ପିକ୍ ବକ୍ସିଂ ସମିତି କାର୍ଯ୍ୟବଳ ଦାୟୀ କଲେ ମେରୀକମ

ଟୋକିଓ: ଛଅ ଥରର ବିଶ୍ବ ଚମ୍ପିଆନ ମେରୀକମ ଟୋକିଓ ଅଲମ୍ପିକ୍ସର ୫୧ କେଜି ବର୍ଗରେ କୋଲମ୍ବିଆର ବକ୍ସରଠାରୁ ପରାଜିତ ହୋଇଛନ୍ତି । ତେବେ ଏହି ପରାଜୟକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠାଇଛନ୍ତି ଭାରତୀୟ ବକ୍ସିଂ ତାରକା ମେରୀକମ । କାରଣ ଦୁଇଟି ରାଉଣ୍ଡରେ ବିଜୟ ହେବା ସତ୍ତ୍ବେ ତାଙ୍କୁ କିଭଳି ଭାବରେ ପରାଜିତ ଘୋଷଣ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରିକ୍ବାର୍ଟର ଫାଇନାଲରେ କୋଲମ୍ବିଆର ଇଙ୍ଗ୍ରିଟ ୱାଲୋନ୍ସିଆଙ୍କୁ ଭେଟିଥିଲେ ମେରୀକମ । ତେବେ ଅନ୍ତର୍ଜାତୀୟ ବକ୍ସିଂ ସଂଘର କୁଶାନ ଯୋଗୁଁ ଏହାକୁ ବ୍ୟାନ କରିବା ପରେ ଅନ୍ତର୍ଜାତୀୟ ଅଲମ୍ପିକ୍ ବକ୍ସିଂ ସମିତି କାର୍ଯ୍ୟବଳ ଏହି ଇଭେଣ୍ଟ ଆୟୋଜନ କରୁଛି । ତେବେ ଅଲମ୍ପିକ୍ ବକ୍ସିଂ ସମିତି କାର୍ଯ୍ୟବଳର ଭୁଲ ଯୋଗୁଁ ମେରୀକମଙ୍କୁ ପରାଜିତ ହେବାକୁ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି ।

ଏକ ଫୋନ ସାକ୍ଷାତକାରେ ମେରୀକମ ମ୍ୟାଚ ପରେ କହିଛନ୍ତି ଯେ, "ମୁଁ ଜାଣିନି ମୁଁ କିଭଳି ପରାଜିତ ହେଲି । ପ୍ରଥମ ଦୁଇଟି ରାଉଣ୍ଡରେ ବିଜୟ ହାସଲ କରିବା ପରେ ମୁଁ ଖୁସି ଥିଲି । ତୃତୀୟ ରାଉଣ୍ଡ ଶେଷ ହେବାପରେ ମଧ୍ୟ ମୁଁ ବିଜୟ ହୋଇଛି ବୋଲି ଭାବୁଥିଲି । ଦ୍ବିତୀୟ ରାଉଣ୍ଡରେ ବିଜୟ ହାସଲ କରିବା ପରେ ସର୍ବସମ୍ମତିକ୍ରମେ ମୁଁ ବିଜୟୀ ଘୋଷିତ ହେବା କଥା । ତେବେ ଏହି ୩-୨ କଥା ଆସିଲା କେଉଁଠୁ । ମୁଁ ମଧ୍ୟ ଅଲମ୍ପିକ୍ ବକ୍ସିଂ ସମିତି କାର୍ଯ୍ୟବଳର ଜଣେ ସଦସ୍ଯ । ମୁଁ ତାଙ୍କୁ ବାରମ୍ବାର ସଠିକ ଉପାୟର ଇଭେଣ୍ଟ ପରିଚାଳନା କରିବାକୁ ପରାମର୍ଶ ଦେଉଥିଲି । ସେମାନେ ମୋ ସହ ହିଁ ଏମିତି କଲେ ।"

ଏହି ଇଭେଣ୍ଟ ବିରୋଧରେ କିମ୍ବାର ଇଭେଣ୍ଟର ଫଳାଫଳ ବିରୋଧରେ କେଉଁଠି ଅଭିଯୋଗ କରି ହେବ ନାହିଁ । ଗତ ରିଓ ଅଲମ୍ପିକ୍ସରେ ମଧ୍ୟ ଅଲମ୍ପିକ୍ ବକ୍ସିଂ ସମିତି କାର୍ଯ୍ୟବଳର ଭୁଲ ନିଷ୍ପତ୍ତି ଯୋଗୁଁ କଡ଼ା ସମଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏହାପରେ ସମିତିର ୩୬ ଜଣ ସଦସ୍ୟଙ୍କୁ ନିଲମ୍ବିତ କରି ଦିଆଯାଇଥିଲା । ଏହି ସମିତିର ୧୦ ଜଣିଆ ସଦସ୍ୟା ଟିମରେ ମେରୀକମ ମଧ୍ୟ ସାମିଲ ରହିଛନ୍ତି । ସେପଟେ ମେରୀକମଙ୍କ ପରାଜୟ ପରେ ତାଙ୍କୁ ସମବେଦନା ଜଣାଇଛନ୍ତି ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.