ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ଅନୁରାଗ ଠାକୁର ଟୋକିଓ ଅଲମ୍ପିକ୍ରେ 7ଜଣ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ନୀରଜ ଚୋପ୍ରା, ରବି କୁମାର ଦହିୟା, ମୀରାବାଇ ଚାନୁ, ପିଭି ସିନ୍ଧୁ, ବଜରଙ୍ଗ ପୁନିଆ, ଲଭଲିନା ବୋର୍ଗହେନ ଓ ପୁରୁଷ ହକି ଟିମଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ସମ୍ବର୍ଦ୍ଧିତ କରିଛି ।
-
🇮🇳INDIA’s OLYMPIC CHAMPIONS 🇮🇳#Tokyo2020 #TeamIndia pic.twitter.com/0aAALhc324
— Anurag Thakur (@ianuragthakur) August 9, 2021 " class="align-text-top noRightClick twitterSection" data="
">🇮🇳INDIA’s OLYMPIC CHAMPIONS 🇮🇳#Tokyo2020 #TeamIndia pic.twitter.com/0aAALhc324
— Anurag Thakur (@ianuragthakur) August 9, 2021🇮🇳INDIA’s OLYMPIC CHAMPIONS 🇮🇳#Tokyo2020 #TeamIndia pic.twitter.com/0aAALhc324
— Anurag Thakur (@ianuragthakur) August 9, 2021
ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଜ୍ୟ ମନ୍ତ୍ରୀ ନୀତିଶ ପ୍ରାମାଣିକ, କ୍ରୀଡା ବିଭାଗର ସଚିବ ରବି ମିତ୍ତଲ ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ (SAI) ର ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।
ସ୍ବର୍ଣ୍ଣ ବିଜେତା ନୀରଜ ଓ ରୌପ୍ୟ ପଦକ ବିଜେତା ରବି, କାଂସ୍ୟ ପଦକ ବିଜେତା ବଜରଙ୍ଗ, ଲଭଲିନା, ମନପ୍ରୀତ ଗତକାଲି ଉଦଘାଟନୀ ସମାରୋହରେ ସାମିଲ ହେବାପରେ ଆଜି ଭାରତ ଫେରିଥିଲେ । ଅନ୍ୟ ପଦକ ବିଜେତା ମୀରାବାଇ ଓ ସିନ୍ଧୁଙ୍କ ସହ ପଦକ ବିଜେତା ସମ୍ମାନ ସମାରୋହରେ ସାମିଲ ହୋଇଥିଲେ ।
ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ନିଜାର ପଦକ ଦେଖାଇଥିଲେ ଓ କହିଥିଲେ ଏହା ସମସ୍ତ ଦେଶବାସୀଙ୍କର । ବିଜୟ ପାଇଁ ପ୍ରତିପକ୍ଷଙ୍କୁ ଭୟ ନୁହେଁ କେବଳ ଶ୍ରେଷ୍ଠ ପ୍ରଦର୍ଶନର ରହିଛି ଆବଶ୍ୟକତା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ