ETV Bharat / sports

Tokyo Paralympics: ନିରାଶ କଲେ ସୋନାଲବେନ, ଦ୍ବିତୀୟ ମ୍ୟାଚ ବି ହାରିଲେ - ସୋନାଲବେନ ହାରିଲେ

ପାରାଲମ୍ପିକ୍ସର ଟେବୁଲ ଟେନିସ ଇଭେଣ୍ଟ ଗ୍ରୁପ-ଡି C୩ କାଟାଗୋରୀ ମ୍ୟାଚରେ ପରାଜିତ ହେଲେ ଭାରତୀୟ ପେଡଲର ସୋନାଲବେନ ପଟେଲ । ବୁଧବାର ପ୍ରଥମ ମ୍ୟାଚରେ ମଧ୍ୟ ସେ ପରାଜିତ ହୋଇଥିଲେ । ଅଧିକ ପଢ଼ନ୍ତୁ...

Tokyo Paralympics: ନିରାଶ କଲେ ସୋନାଲବେନ, ଦ୍ବିତୀୟ ମ୍ୟାଚ ବି ହାରିଲେ

author img

By

Published : Aug 26, 2021, 7:23 PM IST

ଟୋକିଓ: ପାରାଲମ୍ପିକ୍ସର ଟେବୁଲ ଟେନିସ ଇଭେଣ୍ଟ ଗ୍ରୁପ-ଡି C୩ କାଟାଗୋରୀ ମ୍ୟାଚରେ ପରାଜିତ ହେଲେ ଭାରତୀୟ ପେଡଲର ସୋନାଲବେନ ପଟେଲ । C୩ କାଟାଗୋରୀ ପ୍ରଥମ ରାଉଣ୍ଡରେ ଦକ୍ଷିଣ କୋରିଆର ଲି' ମି-ଗ୍ୟୁଙ୍କୁ ଭେଟିଥିଲେ ସୋନାଲବେନ । ମହିଳା ଏକକ ବର୍ଗ ବିଭାଗରେ ଦକ୍ଷିଣ ଆଫ୍ରିକାର ପେଡଲରଙ୍କଠାରୁ ୩-୧ରେ ପରାଜିତ ହୋଇଛନ୍ତି ସୋନାଲ ବେନ ।

ପ୍ରଥମ ସେଟରେ ଦୁହିଁଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଏହି ସେଟକୁ ୧୦-୧୨ରେ ଜିତି ନେଇଥିଲେ ସୋନାଲବେନ । ଏହାପରେ ଲଗାତାର ୩ଟି ସେଟ୍ ୧୧-୫, ୧୧-୩ ଓ ୧୧-୯ରେ ଲି' ମି-ଗ୍ୟୁ ସୋନାଲବେନଙ୍କୁ ପରାଜିତ କରିଛନ୍ତି । ଦୀର୍ଘ ୩୦ ମିନିଟ ଧରି ଏହି ମ୍ୟାଚ ଚାଲିଥିଲା ।

ପ୍ରଥମ ସେଟରେ ବିଜୟୀ ହୋଇଥିଲେ ସୁଦ୍ଧା ଏହି ମୋମେଣ୍ଟମକୁ ଆଗକୁ ନେଇ ପାରିନଥିଲେ ସୋନାଲବେନ । ଯାହାଫଳରେ ତାଙ୍କୁ ପରାଜିତ ହେବାକୁ ପଡ଼ିଛି । ଏହାଛଡ଼ା ବୁଧବାର ଖେଳାଯାଇଥିବା ଗ୍ରୁପ ଡି' ଅନ୍ୟ ଏକ ମ୍ୟାଚରେ ମଧ୍ୟ ସେ ପରାଜିତ ହୋଇଥିଲେ । ଚୀନର କିୟାନ ଲି'ଙ୍କଠାରୁ ପ୍ରଥମ ମ୍ୟାଚରେ ସେ ପରାଜିତ ହୋଇଥିଲେ ।

ସେପଟେ ଭାବିନା ପଟେଲ ନିଜର ମ୍ୟାଚ ଜିତି ରାଉଣ୍ଡ ୧୬କୁ ଉନ୍ନିତ ହୋଇଛନ୍ତି । ସୋନାଲବେନ ମଧ୍ୟ ଭଲ ପ୍ରଦର୍ଶନ କରିବେ ଆଶା କରାଯାଉଥିଲା । ତେବେ ତାହା ଫଳପ୍ରଦ ହୋଇ ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.