ETV Bharat / sports

Tokyo Olympics: ହକିରେ ବିଜୟୀ ଭାରତ, ସଂସଦରେ ହକି ଜର୍ସି ପିନ୍ଧିଲେ ସାଂସଦ ସସ୍ମିତ

ହକି ଦଳର ବିଜୟରେ ସଂସଦ ଭବନରେ ଗୁରୁବାର ହକି ଜର୍ସି ପିନ୍ଧି ପହଞ୍ଚିଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଆଉ ନିଜ କାର୍ଯ୍ୟାଳୟରେ ମିଠା ବାଣ୍ଟି ଭାରତୀୟ ଟିମର ବିଜୟକୁ ସେଲିବ୍ରେଟ କରିଥିଲେ ସାଂସଦ ଜୁଏଲ ଓରାମ । ଅଧିକ ପଢ଼ନ୍ତୁ...

Indian men's hockey team, hockey team wins bronze medal,  Tokyo Olympics, MP Sasmit patra wears a hockey jersey, cheer for the team, ହକି ଜର୍ସୀ ପିନ୍ଧିଲେ ସାଂସଦ ସସ୍ମିତ, ହକିରେ ବିଜୟୀ ଭାରତ
Tokyo Olympics: ହକିରେ ବିଜୟୀ ଭାରତ, ସଂସଦରେ ହକି ଜର୍ସୀ ପିନ୍ଧିଲେ ସାଂସଦ ସସ୍ମିତ
author img

By

Published : Aug 5, 2021, 5:39 PM IST

ହାଇଦ୍ରାବାଦ: ଗୁରୁବାର ଜର୍ମାନୀକୁ ହରାଇ ୪୧ ବର୍ଷ ପରେ ଅଲମ୍ପିକ ପଦକ ଜିତିଛି ଭାରତୀୟ ପୁରୁଷ ହକି ଟିମ୍‌ । ଏହି ବିଜୟ ପରେ ନେତା ଠାରୁ ଅଭିନେତା ଆଉ ୧୩୦ କୋଟି ଭାରତୀୟ ଜନତା ଭାରତୀୟ ଦଳକୁ ଦେଉଛନ୍ତି ଅଭିନନ୍ଦନ । ତେବେ ଏହି କ୍ରମରେ ବାଦ ପଡ଼ି ନାହାନ୍ତି ଓଡ଼ିଶାର ସାଂସଦ । ହକି ଦଳର ବିଜୟରେ ସଂସଦ ଭବନରେ ଗୁରୁବାର ହକି ଜର୍ସି ପିନ୍ଧି ପହଞ୍ଚିଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।

କେବଳ ସସ୍ମିତ ପାତ୍ର ନୁହନ୍ତି, ସାଂସଦ ଜୁଏଲ ଓରାମ ମଧ୍ୟ ମିଠା ବାଣ୍ଟି ଭାରତର ଅଲମ୍ପିକ ବିଜୟରେ ଖୁସି ପ୍ରକଟ କରିଛନ୍ତି । ଏହା ଏକ ଐତିହାସିକ ଦିନ ବୋଲି କହିଛନ୍ତି ଜୁଏଲ । ଏହାସହ ମହିଳା ହକି ଟିମ୍‌କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ଓରାମ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଟ୍ବିଟ କରି ଭାରତୀୟ ହକି ଦଳର ଅନେକ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.