ETV Bharat / sports

Tokyo Paralympics: କାଂସ୍ୟ ଜିତିଲେ ବିନୋଦ କୁମାର, ଗୋଟିଏ ଦିନରେ ୩ ପଦକ

ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ତୃତୀୟ ପଦକ । ଡିସକସ୍ ଥ୍ରୋ F-52 ଫାଇନାଲ ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରିଛନ୍ତି ଭାରତୀୟ ପାରା ଆଥଲେଟ ବିନୋଦ କୁମାର । ଅଧିକ ପଢ଼ନ୍ତୁ...

Tokyo Paralympics: ଗୋଟିଏ ଦିନରେ ୩ ପଦକ, କାଂସ୍ୟ ପଦକ ଜିତିଲେ ବିନୋଦ କୁମାର

author img

By

Published : Aug 29, 2021, 6:43 PM IST

ଟୋକିଓ: ପାରାଲମ୍ପିକ୍ସରେ ଭାରତକୁ ମିଳିଲା ତୃତୀୟ ପଦକ । ଡିସକସ୍ ଥ୍ରୋ F-52 ଫାଇନାଲ ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରିଛନ୍ତି ଭାରତୀୟ ପାରା ଆଥଲେଟ ବିନୋଦ କୁମାର । ଫାଇନାଲ ରାଉଣ୍ଡରେ ସେ ୧୯.୯୧ ମିଟର ଡିସକସ୍ ଫିଙ୍ଗି କାଂସ୍ୟ ପଦକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ଏହାକୁ ନେଇ ଜାତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ଫାଇନାଲ ରାଉଣ୍ଡର ୬ଟି ପ୍ରୟାସରେ ବିନୋଦ ଯଥାକ୍ରମେ ୧୭.୪୬ ମିଟର, ୧୮.୩୨ ମିଟର, ୧୭.୮୦ ମିଟର, ୧୯.୧୨ ମିଟର ଓ ୧୯.୮୧ ମିଟର ଡିସକସ୍ ଫୋଫାଡ଼ିଛନ୍ତି । ଏହି ଇଭେଣ୍ଟରେ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ହିସାବ କରାଯାଇଥିଲା । ଏହି କାଟାଗୋରୀରେ ପୋଲାଣ୍ଡର ପିଓ କୋସୱିକ ୨୦.୦୨ ମିଟର ଡିସକସ ଫୋଫାଡ଼ି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି କୋଏସିଆର ଭେଲିମିର ସାଣ୍ଡର ୧୯.୯୮ ମିଟର ଡିସକସ୍ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି ।

ଗୋଟିଏ ଦିନରେ ଲଗାତାର ତିନୋଟି ପଦକ ହାସଲ କରିଛି ଭାରତ । ପ୍ରଥମେ ଟେବୁଲ ଟେନିସ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା । ଏହାପରେ ଉଚ୍ଚ ଡିଆଁ ଇଭେଣ୍ଟରେ ଭାରତର ନିଷାଦ କୁମାର ରୌପ୍ୟ ପଦକ ହାସଲ କରିଥିବା ବେଳେ ବର୍ତ୍ତମାନ ଡିସକସ୍ ଥ୍ରୋ ଇଭେଣ୍ଟରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି ପାରା ଆଥଲେଟ ବିନୋଦ କୁମାର । ଏହାକୁ ନେଇ ବିଭିନ୍ନ ମହଲରୁ କ୍ରୀଡ଼ାବିତଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇିଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.