ପୁରୀ: ହକିରେ ଭାରତର ଲଢ଼ୁଆ ପ୍ରଦର୍ଶନ ପରେ ସାରା ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚର୍ଚ୍ଚା । ତେବେ ସବୁଠି ନବୀନଙ୍କ ପ୍ରଶଂସା ହେଉଥିବା ବେଳେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳାରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଭାରତୀୟ ହକିକୁ ଯେତେବେଳେ କେହି ପ୍ରାୟୋଜକ ମିଳୁନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରି ଥିଲେ ବୁଡ଼ି ଯାଉଥିବା ଭାରତୀୟ ହକି ଡଙ୍ଗାର କାତ । ୨୦୧୮ ମସିହାରୁ ୫ ବର୍ଷ ଭାରତୀୟ ହକିର ପ୍ରାୟୋଜକ ହୋଇଛି ଓଡ଼ିଶା । ଆଉ ଧୀରେ ଧୀରେ କୂଳରେ ଲାଗିଛି ଭାରତୀୟ ହକି । ଚଳିତ ଟୋକିଓ ଅଲମ୍ପିକରେ ଗୋଟିଏ ପରେ ଗୋଟିଏ ବିଚକ୍ଷଣ ପ୍ରଦର୍ଶନ କରି କାଂସ୍ୟ ପଦକ ଜିତିଛି ଭାରତୀୟ ପୁରୁଷ ହକି ଟିମ ଟିମ୍ । ସେପଟେ ପଦକ ଜିତି ନଥିଲେ ବି ଲଢ଼ୁଆ ପ୍ରଦର୍ଶନ କରି ଶ୍ରେଷ୍ଠ ୪ ଦଳ ମଧ୍ୟରେ ରହିଥିଲା ଭାରତୀୟ ମହିଳା ହକି ଦଳ ।
ତେବେ ଭାରତୀୟ ହକିର ଏହି ବିଜୟ ପାଇଁ ସମସ୍ତେ ଶ୍ରେୟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ଏହି କ୍ରମରେ ପୂରୀ ବେଳ ଭୂମିରେ ଏକ ସୁନ୍ଦପ ବାଲୁକା କଳା କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ