ETV Bharat / sports

ଅଲମ୍ପିକ ହକି ସେମିରେ ଭାରତ ପରାସ୍ତ, ଗୁରଜନ୍ତଙ୍କ ପରିବାର ନିରାଶ

author img

By

Published : Aug 3, 2021, 2:46 PM IST

ଅଲମ୍ପିକ ହକି ସେମିଫାଇନାଲରେ ଭାରତ ହାରିବା ପରେ ଅମୃତସରର ହକି ଖେଳାଳି ଗୁରଜନ୍ତ ସିଂହଙ୍କ ଜଣ୍ଡିଆଲା ଘରେ ନିରାଶା ଖେଳିଯାଇଛି । ଅଧିକ ପଢନ୍ତୁ...

Family members of the men's hockey team, Gurjant Singh Felling Sad
ଅଲମ୍ପିକ ହକି ସେମିରେ ଭାରତ ପରାସ୍ତ, ଗୁରଜନ୍ତଙ୍କ ପରିବାରରେ ନିରାଶ

ଅମୃତସର(ପଞ୍ଜାବ): ଅଲମ୍ପିକ ହକି ସେମିଫାଇନାଲରେ ଭାରତ ହାରିବାପରେ ଅମୃତସରର ହକି ଖେଳାଳି ଗୁରଜନ୍ତ ସିଂହଙ୍କ ଜଣ୍ଡିଆଲା ଘରେ ନିରାଶା ଖେଳିଯାଇଛି । ୪୯ ବର୍ଷ ପରେ ସେମିଫାଇନାଲରେ ପହଞ୍ଚିଥିଲା ଭାରତୀୟ ହକି ଟିମ । ମ୍ୟାଚରେ ଗୁରଜନ୍ତଙ୍କ ପ୍ରଦର୍ଶନ ଭଲ ରହିତିଲା । ମାତ୍ର ପରାଜୟର କାରଣ ପେନାଲିଟି କର୍ଣ୍ଣର ବୋଲି କହିଛନ୍ତି ପରିବାର ସଦସ୍ୟ । ତେବେ ଆଗାମୀ ବ୍ରୋଞ୍ଜ ପଦକ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ସହ ଭାରତ ବିଜୟୀ ହେବ ବୋଲି ଦୃଢୋକ୍ତି କରିଛନ୍ତି ।

ସେମିଫାଇନାଲ ମୁକାବିଲାରେ ଭାରତୀୟ ପୁରୁଷ ହକି ଟିମକୁ ବେଲଜିୟମ ହାତରୁ ପରାଜୟ ମିଳିଛି । ଚଳିତ ଟୋକିଓ ଅଲମ୍ପିକର ହକି ସେମିଫାଇନାଲ ମ୍ୟାଚ୍‌ରେ ବେଲଜିୟମ ୫-୨ ଗୋଲ୍‌ରେ ଭାରତକୁ ହରାଇଛି । ଫଳରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ର ବିଜେତା ସହ ସ୍ବର୍ଣ୍ଣ ପଦକ ମ୍ୟାଚ ଖେଳିବ ବେଲଜିୟମ । ଅନ୍ୟପଟେ ଭାରତ ଗୁରୁବାର, ଅଷ୍ଟ୍ରେଲିଆ ଓ ଜର୍ମାନୀ ବିପକ୍ଷ ମ୍ୟାଚର ପରାଜିତ ଟିମ ସହ ବ୍ରୋଞ୍ଜ ପଦକ ମ୍ୟାଚ ଖେଳିବ ।

ଭାରତୀୟ ଟିମ ଭଲ ଆରମ୍ଭ କରିଥିଲା ଓ ଶେଷ ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖିବାକୁ ପ୍ରୟାସ କରିଥିଲା । ମାତ୍ର ଶେଷ କ୍ବାର୍ଟରରେ ଲୟ ହରାଇବସିଲା । ମ୍ୟାଚର ଶେଷ ଭାଗରେ ଗୋଲ୍‌କିପର ଶ୍ରୀଜେଶଙ୍କୁ ପ୍ରତ୍ୟାହାର କରି ଜଣେ ଫିଲ୍ଡ ଖେଳାଳି ଖେଳାଇଥିଲା ଭାରତ । ଏହାର ଫାଇଦା ଉଠାଇ ଶେଷ ଗୋଲ୍‌ କରିବାରେ ସକ୍ଷମ ହୋଇଗଲା ବେଲଜିୟମ । ପୂର୍ବରୁ ମ୍ୟାଚ ଆରମ୍ଭର(ପ୍ରଥମ କ୍ବାର୍ଟର) ପ୍ରଥମ ମିନିଟରେ ହିଁ ଲୋଇକ ଲୁଏପର୍ଟ ଗୋଲ୍‌ କରିବା ସହ ବେଲଜିୟମକୁ ୧-୦ରେ ଆଗୁଆ କରିଥିଲେ । ଫଳରେ ଆରମ୍ଭରୁ ଚାପରେ ପଡିଯାଇଥିଲା ଭାରତ ।

ତେବେ ହରମନପ୍ରୀତ ସିଂହ ଓ ମନଦୀପ ସିଂହ ଶୀଘ୍ର ଗୋଲ୍‌ କରିବା ସହ ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ଭାରତକୁ ୨-୧ରେ ଆଗୁଆ କରିଥିଲେ । ଦ୍ବିତୀୟ କ୍ବାର୍ଟରରେ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ବେଲଜିୟମକୁ ମିଳିଥିବା ଏକ ପେନାଲିଟି କର୍ଣ୍ଣରର ଫାଇଦା ଉଠାଇ ଗୋଲ୍‌ କରିବା ସହ ସ୍କୋର ୨-୨ରେ ବରାବର କରିଥିଲେ । ଦ୍ବିତୀୟ କ୍ବାର୍ଟରରେ ଆଉ କୌଣସି ଗୋଲ୍‌ ହୋଇନଥିଲା ଓ ସ୍କୋର ସମାନ ରହିଥିଲା ।

ତୃତୀୟ କ୍ବାର୍ଟରରେ ମଧ୍ୟ ପ୍ରବଳ ଛକାପଞ୍ଝା ମଧ୍ୟରେ ଉଭୟ ଟିମ ପରସ୍ପରକୁ ଗୋଲ୍‌ କରିବାକୁ ଦେଇନଥିଲେ । ଫଳରେ ଶେଷ ୧୫ ମିନିଟରେ ମ୍ୟାଚର ନିର୍ଣ୍ଣର ହେବାକୁ ଯାଇଥିଲା । ଉଭୟ ବେଲଜିୟମ ଓ ଭାରତୀୟ ଖେଳାଳି ଅତ୍ୟଧିକ ଚାପରେ ଥିଲେ । ଚତୁର୍ଥ କ୍ବାର୍ଟରରେ ବେଲଜିୟମ ପକ୍ଷରୁ ହେଣ୍ଡ୍ରିକ୍ସ ଦ୍ବିତୀୟ ଗୋଲ୍‌ କରିବା ସହ ୩-୨ରେ ଟିମକୁ ଆଗୁଆ କରିଥିଲେ । ଏହି ଗୋଲ୍‌ ସହ ମ୍ୟାଚକୁ ପ୍ରାୟ ୧୧ ମିନିଟ ବାକି ଥିବା ପର୍ଯ୍ୟନ୍ତ ଆଗୁଆ ରହିଥିବା ବେଲଜିୟମ । ଏହାର କିଛି ମିନିଟ ପରେ ଆଉ ଏକ ପେନାଲିଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବା ସହ ହ୍ୟାଟ୍ରିକ୍‌ ପୂରଣ କରିଥିଲେ ହେଣ୍ଡ୍ରିକ୍ସ ଓ ବେଲଜିୟମର ସ୍କୋର ୪-୨ ହୋଇଯାଇଥିଲା । ଶେଷରେ ବେଲଜିୟମ ଅଧିକ ଆକ୍ରମଣତ୍ମକ ଖେଳିବା ସହ ବିଜୟୀ ହୋଇଥିଲା । ଏହା ବେଲଜିୟମର ଦ୍ବିତୀୟ ଲଗାତାର ଅଲମ୍ପିକ ଫାଇନାଲ ପ୍ରବେଶ ।

ପୂର୍ବରୁ କ୍ବାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ୩-୧ରେ ହରାଇ ଶ୍ରେଷ୍ଠ ୪ ଟିମ ମଧ୍ୟରେ ସ୍ଥାନ ପକ୍କା କରିଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.