ETV Bharat / sports

ଟ୍ବିଟରରେ ନୀରଜ ଝଡ, ବିଶ୍ବର 3ୟ ସର୍ବାଧିକ ଚର୍ଚ୍ଚିତ ଆଥଲେଟ୍‌

author img

By

Published : Aug 10, 2021, 8:35 PM IST

ଅଲମ୍ପିକର ଅଫିସିଆଲ ଟ୍ବିଟର ପେଜ୍‌ରେ ସେୟାର ହୋଇଥିବା ନୀରଜଙ୍କ ସ୍ବର୍ଣ୍ଣିମ ବିଜୟୀ ପ୍ରଦର୍ଶନର ଭିଡିଓକୁ ଭାରତରେ ସର୍ବାଧିକ ଲୋକେ ଦେଖିଛନ୍ତି । ଅଧିକ ପଢନ୍ତୁ...

Chopra third most talked-about athlete globally on Twitter; hockey logs record high
ଟ୍ବିଟରରେ ନୀରଜ ଝଡ, ବିଶ୍ବର ତୃତୀୟ ସର୍ବାଧିକ ଚର୍ଚ୍ଚିତ ଆଥଲେଟ୍‌

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ସ୍ବର୍ଣ୍ଣ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ନେଇ ଆସିବାରେ ଲାଗିଛି ରୋମାଞ୍ଚକର ତଥ୍ୟ । ଐତିହାସିକ ପ୍ରଦର୍ଶନ ସହ ୨୩ ବର୍ଷୀୟ ନୀରଜ ଅଲମ୍ପିକ୍‌ ଚମ୍ପିଆନ ହୋଇଛନ୍ତି । ଏଥିସହ ଭାରତକୁ ଆଥଲେଟିକ୍‌ସରେ ପ୍ରଥମ ଅଲମ୍ପିକ ସ୍ବର୍ଣ୍ଣ ମଧ୍ୟ ଭେଟିଛନ୍ତି ।

ଏହାପରେ କେବଳ ଭାରତରେ ନୁହେଁ, ବରଂ ବିଶ୍ବବ୍ୟାପୀ ନୀରଜ ଚର୍ଚ୍ଚିତ ଖେଳାଳି ପାଲଟିଯାଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ବିଶ୍ବବ୍ୟାପୀ ଚର୍ଚ୍ଚା କରାଯାଇଥିବା ଆଥେଲ୍‌ଟକଙ୍କ ମଧ୍ୟରେ ନୀରଜ ତୃତୀୟ ସର୍ବାଧିକ ଚର୍ଚ୍ଚିତ ଆଥଲେଟ୍‌ । ସେହିପରି ଭାରତରେ ଲୋକପ୍ରିୟ ସାମାଜିକ ଗଣାମାଧ୍ୟମ ଟ୍ବିଟରରେ ହକିକୁ ନେଇ ସର୍ବାଧିକ ଚର୍ଚ୍ଚା ହୋଇଛି । ୨୦୧୬ ରିଓ ଅଲମ୍ପିକ୍‌ସ ଠାରୁ ୧୩୪ ପ୍ରତିଶତ ଅଧିକ ଚର୍ଚ୍ଚା ହକିକୁ ନେଇ ହୋଇଛି ।

ନୀରଜଙ୍କ ସ୍ବର୍ଣ୍ଣିମ ପ୍ରଦର୍ଶନର ଭିଡିଓ ଅଲମ୍ପିକର ଅଫିସିଆଲ ଟ୍ବିଟର ପେଜ୍‌ରେ ସେୟାର ହୋଇଥିଲା । ଅଲମ୍ପିକ ଭିଡିଓ ମଧ୍ୟରେ ଏହି ଭିଡିଓକୁ ଭାରତରେ ସର୍ବାଧିକ ଲୋକେ ଟ୍ବିଟଟରେ ଦେଖିଛନ୍ତି ।

୨୩ ବର୍ଷୀୟ ନୀରଜ ଅଲମ୍ପିକ ସ୍ବର୍ଣ୍ଣ ବିଜୟ ପରେ ଦେଶବାସୀଙ୍କୁ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ । ନୀରଜଙ୍କ ଏହି ଟ୍ବିଟକୁ ସର୍ବାଧିକ ଲୋକେ ପସନ୍ଦ କରିବା ସହ ରିଟ୍ବିଟ କରିଛନ୍ତି ଓ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.