ETV Bharat / sports

Tokyo Olympics: ପଦକ ଠାରୁ ଗୋଟିଏ ବିଜୟ ଦୂରରେ ପୂଜା ରାନୀ - ଇଚ୍ରାକ ଚାଇବ

ଆଲଜେରିଆର ଇଚ୍ରାକ ଚାଇବଙ୍କୁ ୫-୦ ରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ସ୍ଥାନ ପକ୍କା କଲେ ଭାରତୀୟ ବକ୍ସର ପୂଜା ରାନୀ । ଅଧିକ ପଢ଼ନ୍ତୁ...

Pooja Rani,  Boxing,  Tokyo Olympics,  Ichrak Chaib , ବକ୍ସର ପୂଜା ରାନୀ, ମୁଷ୍ଟିଯୋଦ୍ଧା ପୂଜା ରାନୀ, ୭୫ କିଗ୍ରା ମହିଳା ବର୍ଗ, ଇଚ୍ରାକ ଚାଇବ, ବକ୍ସିଂ
Tokyo Olympics: ପଦକ ଠାରୁ ଗୋଟିଏ ବିଜୟ ଦୂରରେ ପୂଜା ରାନୀ
author img

By

Published : Jul 28, 2021, 4:19 PM IST

ଟୋକିଓ: Tokyo Olympics ରେ ୨ ଦିନ ଧରି ପରାଜୟ ହାତକୁ ଆସିଥିବା ବେଳେ ବୁଧବାର ପୁଣି ଭାରତର ପଦକ ଆଶାକୁ ଜାଗ୍ରତ କରିଛନ୍ତି ଭାରତୀୟ ଆଥଲେଟ । ବୁଧବାର ମୁଷ୍ଟିଯୋଦ୍ଧା ପୂଜା ରାନୀ ବକ୍ସିଂ ୭୫ କିଗ୍ରା ମହିଳା ବର୍ଗରେ ଆଲଜେରିଆର ଇଚ୍ରାକ ଚାଇବଙ୍କୁ ୫-୦ ରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

ଉଭୟ ପ୍ରଥମ ଓ ଦ୍ବିତୀୟ ରାଉଣ୍ଡରେ ଭାରତୀୟ ବକ୍ସର ପୂଜା ୫-୦ ରେ ବିଜୟୀ ହୋଇ କ୍ବାର୍ଟର ଫାଇନାଲକୁ ଉତିନ୍ନ ହୋଇଛନ୍ତି । କ୍ବାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଥିବା ଦ୍ବିତୀୟ ବକ୍ସର ହେଉଛନ୍ତି ପୂଜା ।

ତେବେ ବର୍ତ୍ତମାନ ପୂଜା ଓ ପଦକ ମଧ୍ୟରେ ରହିଛନ୍ତି ପୂର୍ବତନ ବିଶ୍ବ ଚାମ୍ପିଅନ ତି କିଆନ । ଶନିବାର ପୂଜା ଓ ଲି ମୁହାଁମୁହିଁ ହେବେ । ପୂର୍ବରୁ ପୂଜା ଚୀନର ଏହି ଖେଳାଳିଙ୍କ ଠାରୁ ଦୁଇ ଥର ପରାସ୍ତ ହୋଇଛନ୍ତି । ୨୦୧୪ ଏସିଆନ ଗେମ୍ସ ଓ ଏସିଆନ ଅଲମ୍ପିକ କ୍ବାଲିଫାୟର୍ସ ୨୦୨୦ ରେ ।

ମଙ୍ଗଳବାର ରାଉଣ୍ଡ ଅଫ ୧୬ ରେ ଜର୍ମାନୀ ପ୍ରତିପକ୍ଷଙ୍କୁ ହରାଇ ଲଭଲିନା ବର୍ଗୋହେନ (୬୯ କିଗ୍ରା) ବର୍ଗରେ ବିଜୟୀ ହୋଇ କ୍ବାର୍ଟର ଫାଇନାଲକୁ ପ୍ରବେଶ କରିଛନ୍ତି ।

ସେପଟେ ଗତ ରବିବାର ଭାରତୀୟ ଷ୍ଟାର ବକ୍ସର ଏମସି ମେରୀ କମ୍‌ ଡୋମିନିକାନ ରିପବ୍ଲିକର ମିଗୁଏଲିନାଙ୍କୁ ହରାଇ ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଛନ୍ତି । ରାଉଣ୍ଡ ଅଫ୍‌ ୩୨ରେ ନିଜ ପ୍ରତିପକ୍ଷ ମିଗୁଏଲିନାଙ୍କୁ ସେ ୪-୧ ପଏଣ୍ଟରେ ପରାସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.