ETV Bharat / sports

Tokyo Olympics: ବକ୍ସର ଆଶିଷ କୁମାର ପରାସ୍ତ, ପ୍ରତିଯୋଗିତାରୁ ବାଦ୍‌ - ଟୋକିଓ ଅଲମ୍ପିକ 2020

ରାଉଣ୍ଡ ଅଫ 32ରେ ଚାଇନା ବକ୍ସର ତୌହେତା ଇରବେକେଙ୍କ ଠାରୁ 0-5ରେ ହାରିଲେ ଭାରତୀୟ ବକ୍ସର ଆଶିଷ କୁମାର । ଅଧିକ ପଢନ୍ତୁ...

BOXER ASHISH KUMAR LOST TO ERBIEKE TUOHETA OF CHINA
ଟୋକିଓ ଅଲମ୍ପିକ୍‌ରୁ ବାଦ୍‌ ପଡିଲେ ବକ୍ସର ଆଶିଷ କୁମାର
author img

By

Published : Jul 26, 2021, 3:41 PM IST

Updated : Jul 26, 2021, 4:04 PM IST

ଟୋକିଓ: ଭାରତୀୟ ବକ୍ସର ଆଶିଷ କୁମାର ଚଳିତ ଟୋକିଓ ଅଲମ୍ପିକ (69-75 କିଲୋଗ୍ରାମ) ପୁରୁଷ ମିଡିଲୱେଟ୍‌ ବର୍ଗ ଇଭେଣ୍ଟରୁ ବାଦ ପଡିଛନ୍ତି । ରାଉଣ୍ଡ ଅଫ 32ରେ ଚାଇନା ବକ୍ସର ତୌହେତା ଇରବେକେଙ୍କ ଠାରୁ ପରାସ୍ତ ହୋଇଛନ୍ତି ଆଶିଷ । ସୋମବାର ଖେଳାଯାଇଥିବା ଏହି ମୁକାବିଲାରେ 5-0 ବ୍ୟବଧାନରେ ଭାରତୀୟ ବକ୍ସର ଆଶିଷଙ୍କୁ ପରାଜୟ ମିଳିଛି ।

ଚାଇନା ପ୍ରତିନ୍ଦ୍ବନ୍ଦ୍ବୀ ପ୍ରଥମ ରାଉଣ୍ଡରେ ପ୍ରଭାବୀ ପ୍ରଦର୍ଶନ ସହ 5-0ରେ ଆଗୁଆ ହୋଇଥିଲେ । ଫଳରେ ଆଶିଷଙ୍କ ପାଇଁ ମ୍ୟାଟଚକୁ ଫେରିବା କଷ୍ଟକର ହୋଇପଡିଥିଲା । ପରବର୍ତ୍ତୀ ରାଉଣ୍ଡରେ ମଧ୍ୟ ଭାଗ୍ୟ ଭାରତୀୟ ବକ୍ସର ଆଶିଷଙ୍କ ସାଥ୍‌ ଦେଇନଥିଲା । ଶେଷ ରାଉଣ୍ଡରେ କମବ୍ୟାକ କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇପାରିନତିଲେ ଆଶିଷ । ଫଳରେ ଅଲମ୍ପିକରୁ ପରାଜୟ ସହ ବାଦ୍‌ ପଡିଥିଲେ ।

ମେରୀକମ ରବିବାର ମହିଳା ଫ୍ଳାଏୱେଟ୍‌(48-51କିଲୋଗ୍ରାମ) ବର୍ଗର ରାଉଣ୍ଡ 32 ମୁକାବିଲାରେ ଡୋମିନିକାନ ରିପ୍ଳବିକ୍‌ର ମିଗ୍ୟୁଏଲିନା ଗ୍ରାସିଆଙ୍କୁ ହରାଇ ରାଉଣ୍ଡ ଅଫ 16ରେ ପ୍ରବେଶ କରିଥିଲେ ।

ମେରୀ କମ 1-1ରେ ମିଗ୍ୟୁଏଲିନାଙ୍କୁ ହରାଇଥିଲେ ।

ଶନିବାର 29 ବର୍ଷୀୟ ବିକାଶ କ୍ରୀଷନ ନିଜର ପୁରୁଷ ରାଉଣ୍ଡ ଅଫ 32 ମ୍ୟାଚରେ ପରାଜିତ ହୋଇଥିଲେ । ଚଳିତ ଟୋକିଓ ଅଲମ୍ପିକର ୱେଲ୍‌ଟର ବକ୍ସିଂ ଇଭେଣ୍ଟରେ ପରାଜୟ ସହ ମେଗା ଇଭେଣ୍ଟରୁ ବିଦାୟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

Last Updated : Jul 26, 2021, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.