ETV Bharat / sports

ପାରାଆଥଲେଟ୍‌ଙ୍କ ସଫଳତା ପଛରେ ସରକାରୀ ପ୍ରୋତ୍ସାହନ, ପ୍ରୟାସ ଓ ପ୍ରଶିକ୍ଷଣ - better training

ଚଳିତ ବର୍ଷ ଲୋକସଭାରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ରଖିଥିବା ସୂଚନା ଅନୁଯାୟୀ, ଭାରତ ୫୪ ଜଣିଆ ପାରାଅଲମ୍ପିକ୍‌ ଟିମ ଟୋକିଓକୁ ପଠାଇଥିଲା, ଯାହାକି ଏଯାବତ ଦେଶର ସର୍ବବୃହତ ଟିମ । ଏହି ଟିମର ସମସ୍ତ ସଦସ୍ୟ କେନ୍ଦ୍ର ସରକାରଙ୍କ ଫ୍ଲାଗ୍‌ସିପ୍‌ ଟାର୍ଗେଟ ଅଲମ୍ପିକ ପୋଡିୟମ ସ୍କିମ(TOPS) ଅନ୍ତର୍ଭୁକ୍ତ ଥିଲେ । ସରକାର ପାରା-ସ୍ପୋର୍ଟ୍ସରେ ବର୍ଷ ୨୦୧୮-୧୯ରୁ ୨୦୨୧-୨୨ ମଧ୍ୟରେ ୮.୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଅଧିକ ପଢନ୍ତୁ...

Behind india's Paralympics success: Govt push, pvt effort, better training
ପାରାଆଥଲେଟ୍‌ଙ୍କ ସଫଳତା ପଛରେ ସରକାରୀ ପ୍ରୋତ୍ସାହନ, ପ୍ରୟାସ ଓ ପ୍ରଶିକ୍ଷଣ
author img

By

Published : Sep 7, 2021, 6:38 PM IST

ହାଇଦ୍ରାବାଦ: ସଦ୍ୟ ସମାପ୍ତ ହୋଇଛି ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍‌ସ ଓ ପାରାଲମ୍ପିକ୍‌ସ । ଟୋକିଓରେ ଆୟୋଜିତ ବର୍ଷ ୨୦୨୦ ସଂସ୍କରଣର ଏହି ଦୁଇ ମେଗା ଇଭେଣ୍ଟ ଭାରତ ପାଇଁ ସ୍ମରଣୀୟ ହୋଇଛି । ଅଲମ୍ପିକ୍‌ ପରେ ପାରାଲମ୍ପିକ୍‌ରେ ମଧ୍ୟ ଐତିହାସିକ ପ୍ରଦର୍ଶନ ସହ ସୋମବାର ସ୍ବଦେଶ ଫେରିଛନ୍ତି ଭାରତୀୟ ପାରାଆଥଲେଟ୍‌ । ତେବେ ଖେଳାଳିଙ୍କ ଅଦ୍ଭୁତପୂର୍ଣ୍ଣ ପ୍ରଭାବୀ ପ୍ରଦର୍ଶନ, ରେକର୍ଡ ପଦକ ସଂଖ୍ୟା(୧୯)କୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୁଏ ଯେ, ଏହି ସ୍ବର୍ଣ୍ଣିମ ସଫଳତମ ଅଧ୍ୟାୟ ପଛରେ କ୍ରୀଡା ବିଶ୍ବଗୁରୁ ବନିବାର ଏକ ବିରାଟ ବିଶ୍ବାସ ରହିଛି ।

ଚଳିତ ବର୍ଷ ଲୋକସଭାରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ରଖିଥିବା ସୂଚନା ଅନୁଯାୟୀ, ଭାରତ ୫୪ ଜଣିଆ ପାରାଅଲମ୍ପିକ୍‌ ଟିମ ଟୋକିଓକୁ ପଠାଇଥିଲା, ଯାହାକି ଏଯାବତ ଦେଶର ସର୍ବବୃହତ ଟିମ । ଏହି ଟିମର ସମସ୍ତ ସଦସ୍ୟ କେନ୍ଦ୍ର ସରକାରଙ୍କ ଫ୍ଲାଗ୍‌ସିପ୍‌ ଟାର୍ଗେଟ ଅଲମ୍ପିକ ପୋଡିୟମ ସ୍କିମ(TOPS) ଅନ୍ତର୍ଭୁକ୍ତ ଥିଲେ । ସରକାର ପାରା-ସ୍ପୋର୍ଟ୍ସରେ ବର୍ଷ ୨୦୧୮-୧୯ରୁ ୨୦୨୧-୨୨ ମଧ୍ୟରେ ୮.୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ସଦ୍ୟ ସମାପ୍ତ ପାରାଲମ୍ପିକ୍‌ରେ ରବିବାର, ସର୍ଟଲର କ୍ରୀଷ୍ଣା ନାଗର ଭାରତ ପାଇଣ ପଞ୍ଚମ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଫଳରେ ଭାରତର ପଦକ ସଂଖ୍ୟା ୧୯ ପହଞ୍ଚିବା ସହ ପଦକ ତାଲିକାର ୨୪ତମ ସ୍ଥାନରେ ରହିଥିଲା । ବ୍ୟାଡମିଣ୍ଟନରେ ୪ଟି ପଦକ ଭାରତର ପଦକ ସଂଖ୍ୟାକୁ ବୃଦ୍ଧି କରିବାରେ ବିଶେଷ ସହାୟକ ହୋଇଥିଲା । ଏହି ସଂସ୍କରଣର ପାରାଲମ୍ପିକ୍‌ରେ ବ୍ୟାଡମିଣ୍ଟନ ପ୍ରଥମ କରି ଖେଳାଯାଇଥିଲା ଓ ଭାରତୀୟ ଖେଳାଳି କମାଲ କରିଥିଲେ ।

ଟୋକିଓ ପାରାଲମ୍ପିକ୍‌ ପୂର୍ବରୁ ଭାରତର ପାରାଲମ୍ପିକ୍‌ରେ ପଦକ ସଂଖ୍ୟା ସର୍ବମୋଟ ୧୨ ଥିଲା । ମାତ୍ର ସରକାରଙ୍କ ଦୃରଦୃଷ୍ଟି ଏହି ସଂଖ୍ୟାରେ ୫ଗୁଣା ଅଧିକ ସଫଳତା ଆଣିପାରିଛି । ଖେଳାଳିଙ୍କ ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ବ୍ୟବସ୍ଥା, ପାରା ଆଥଲେଟ୍‌ ସାମ୍ନା କରୁଥିବା ଆହ୍ବାନକୁ ପରକ୍ଷି ସୁବିଧା ଉପଲବ୍ଧ କରିବା ଏବଂ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭାବେ ଆଥଲେଟ୍‌ଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ସଂପୃକ୍ତ ଖେଳର ପରିଚାଳନା ବୋର୍ଡ ଉପରେ ଦାୟିତ୍ବ ନ୍ୟସ୍ତ କରିବାର ସୁଫଳ ସମସ୍ତଙ୍କ ସାମ୍ନାରେ ।

୨୩ ବର୍ଷୀୟ ଜାଭେଲିନ ଥ୍ରୋଅର ସୁମିତ ଅଣ୍ଟିଲ କେବଳ ସ୍ବର୍ଣ୍ଣ ପଦକ ବିଜେତା ହୋଇନଥିଲେ ବରଂ ୩ଟି ବିଶ୍ବ ରେକର୍ଡକୁ ଭଙ୍ଗ କରିଥିଲେ । ଯାହା ଦର୍ଶାଉଛି ଯେ, ଭାରତୀୟ କ୍ରୀଡାର ନୂଆ ପୋଷ୍ଟର ବୟ ନୀରଜ ଚୋପ୍ରାଙ୍କ ଠାରୁ କୌଣସି ଗୁଣରେ ତାଙ୍କର ପ୍ରଶିକ୍ଷଣ ଓ ପାରଦର୍ଶିତା କମ ନଥିଲା ।

ସଫଳତା ପରେ ସୁମିତ କରିଛନ୍ତି, ନୀରଜଙ୍କ ଠାରୁ ତାଙ୍କର ପ୍ରଶିକ୍ଷଣ ମଧ୍ୟ ଅଧିକ ଭିନ୍ନ ନଥିଲା । "ବର୍ଷ ୨୦୧୮ରେ କିଛି ପାରା ଆଥଲେଟ ମଧ୍ୟ ନୀରଜ ଚୋପ୍ରାଙ୍କ ପରି ଫିନଲାଣ୍ଡ୍‌ରେ ପ୍ରସ୍ତୁତି କରିବାକୁ ସୁଯୋଗ ପାଇଥିଲେ, ଯାହା ଆମପାଇଁ ଏକ ମାନସିକ ପ୍ରେରଣା ହୋଇଥିଲା । ଶାରୀରିକ ସକ୍ଷମ ଆଥଲେଟ୍‌ଙ୍କ ପରି ପାରାଆଥଲେଟ୍‌ଙ୍କୁ ମଧ୍ୟ ସମାନ ଭାବେ ଗ୍ରହଣ କରାଯାଇଥିଲା । ଫ୍ରାନ୍ସ, ଇଟାଲି, ଟୁନିସିଆ ଭଳି ଦେଶରେ ଗତ ତିନିବର୍ଷମଧ୍ୟରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ମିଳିଥିଲା, ଯାହା ବିଦେଶୀ ପରିବେଶକୁ ପରଖିବାକୁ ବରଦାନ ସାବ୍ୟସ୍ତ ହେଇଥିଲା । ୨୦୨୪ ପାରାଲମ୍ପିକ୍‌ ପ୍ରସ୍ତୁତି ପାଇଁ ଏହିସବୁ ମଧ୍ୟ ଉପଯୋଗୀ ହେବ ।"

ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ(SAI) ଓ NGO ଗୋ ସ୍ପୋର୍ଟ୍ସ ଫାଉଣ୍ଡେସନ ପକ୍ଷରୁ ସୁମିତଙ୍କ ମିଳିଥିଲା ଭରପୁର ସହଯୋଗ । ଏଥିସହ ୭ ଲକ୍ଷ ଟଙ୍କାର ପ୍ରୋସ୍ତେଟିକ ବ୍ଲେଡ୍‌, ଅନ୍ୟ ସରଞ୍ଜାମ ଓ ବାୟୋମେକାନିକ୍‌ସ ସପୋର୍ଟ ମଧ୍ୟ ମିଳିଥିଲା ।

ରୌପ୍ୟ ବିଜେତା ଡିସକସ ଥ୍ରୋଅର ଯୋଗେଶ କାଠୁନିୟା କହିଛନ୍ତି, "ସମସ୍ତ ଆନୁସାଙ୍ଗିକ ସୁବିଧା ବ୍ୟତୀତ, ଚାକିରୀ ଓ ଆର୍ଥିକ ପ୍ରୋତ୍ସାହନ କ୍ଷେତ୍ରରେ ଅନ୍ୟ ସାଧାରଣ ଆଥଲେଟ୍‌ଙ୍କ ପରି ପାରା-ଆଥଲେଟ୍‌ଙ୍କ ସମାନ ପ୍ରକାର ସଫଳତାକୁ ବର୍ତ୍ତମାନ ସରକାର ଦେଖୁଛନ୍ତି । ଯାହା ଆମର ଆତ୍ମବିଶ୍ବାସକୁ ଦ୍ବିଗୁଣିତ କରିଛି । ଚୋପ୍ରାଙ୍କ ପରି ଜାଭେନିଲରେ ସ୍ବର୍ଣ୍ଣ ପଦକ ପାଇଁ ହରିୟାଣା ସରକାର ଅଣ୍ଟିଲଙ୍କୁ ମଧ୍ୟ ୬ କୋଟି ଟଙ୍କା ପୁରସ୍କାର ପ୍ରଦର୍ଶନ କରିଛନ୍ତି ।"

କେବଳ ଏତିକି ନୁହେଁ, କ୍ରୀଡା ମନ୍ତ୍ରଣାଳୟ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ବିଜୟିନୀ ସୁଟର ଅବନୀ ଲେଖାରାଙ୍କ ଘରେ ଏକ କମ୍ପ୍ୟୁଟର ଚାଳିତ ଡିଜିଟାଲ ଟାର୍ଗେଟ ମେସିନ ଲଗାଇବା ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲା । ଏହା ବ୍ୟତୀତ ଏୟାର ର ରାଇଫଲ, ଗୁଳି ଓ ଅନ୍ୟ ସହାୟକ ଉପକରଣର ମାତ୍ରାଧିକ ଖର୍ଚ୍ଚ ମଧ୍ୟ ବହନ କରିଥିଲା । ସେହିପରି TOPS ଅନ୍ତର୍ଭୁକ୍ତ ହ୍ବିଲଚେୟାର ରୌପ୍ୟ ବିଜେତା ଭାବନା ପଟେଲଙ୍କୁ ଏକ ଅତ୍ୟାଧୁନିକ ''ପ୍ରାକ୍ସିସ ପାର୍ଟନର'' ରୋବର୍ଟ ମଧ୍ୟ ଉପଲବ୍ଧ କରାଯାଇଥିଲା । ଯାହା ତାଙ୍କୁ ଗତବର୍ଷ ଲକଡାଉନରେ ପ୍ରସ୍ତୁତି ପାଇଁ ସହାୟକ ହୋଇଥିଲା ।

ଫଳାଫଳ ସମସ୍ତଙ୍କ ସାମ୍ନାରେ ଥିଲା । ଯେଉଁ ଖେଳରେ ଦୀର୍ଘ ବର୍ଷ ଧରି ଚାଇନିଜ ଖେଳାଳି ମାନେ ଦବଦବା ଦେଖାଇଆସୁଥିଲେ, ଭାବିନା ସେଠାରେ ନିଜର ପରାକ୍ରମ ଦେଖାଇଥିଲେ । ବିଶ୍ବର ନମ୍ବର ୩ ଝାଙ୍ଗ୍‌ ମିଆଓଙ୍କୁ ହରାଇ ମହିଳା କ୍ଳାସ ୪(ହ୍ବିଲଚେୟାଲ) ସିଙ୍ଗଲ୍ସ ଇଭେଣ୍ଟରେ ରୌପ୍ୟ ପଦକ ହାତେଇଥିଲେ ।

ବିଜୟ ପରେ ଭାବିନା କହିଥିଲେ, "ଚାଇନିଜ ପ୍ରତିପକ୍ଷଙ୍କୁ ନେଇ ଥାଆନ୍ତି ସମସ୍ତେ ଚିନ୍ତିତ ହୋଇଯାଆନ୍ତି । ମାତ୍ର ସେମାନଙ୍କୁ ହରାଇ ମୁଁ ଏହା ପ୍ରମାଣ କରିଛି ଯେ, ସେମାନେ ବି ମଣିଷ । ଐତିହାସିକ ବିଜୟ ସହ ଭାବିନା ଅଲମ୍ପିକ୍‌ କିମ୍ବା ପାରାଲମ୍ପିକ୍‌ରେ ପଦକ ଜିତିଥିବା ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ହେବାର କୀର୍ତ୍ତିମାନ ନିଜ ନାମରେ କରିଥିଲେ ।

ପୂର୍ବରୁ ଏକାଡେମୀରେ ଅଭ୍ୟାସ କରିବାକୁ ଏକ ସମୟ ବୁକ୍‌ କରିବାକୁ ପଡୁଥିଲା । ମାତ୍ର ଏବେ ଆମ ପାଖରେ ସମସ୍ତ ସୁବିଧା ଓ ସ୍ପୋର୍ଟ୍ସ ସାଇନ୍ସ ଉପକରଣ ଥିବା ପେଶାଦାର ଏକାଡେମୀ ଲକ୍ଷ୍ନୌରେ ରହିଛି । ଏହା କହିଛନ୍ତି, ପାରା-ବ୍ୟାଡମିଣ୍ଟନ ମୁଖ୍ୟ କୋଚ୍‌ ଗୌରବ ଖାନ୍ନା । ଏକାଡେମୀରେ ଜିମ ରହିଛି, ଷ୍ଟିମ ବାଥ୍‌ ପାଇଁ ସୁବିଧା ଉପଲବ୍ଧ, ହାଇଡ୍ରୋଥେରାପି ଭଳି ଜଣେ ପେଷାଦାର ଆଥଲେଟ୍‌ ପାଇଁ ଜରୁରୀ ସମସ୍ତ ସୁବିଧା ମହଜୁଦ ରହିଛି । SAI କ୍ୟାମ୍ପ୍‌ସ ଗାନ୍ଧିନଗରର ଅତ୍ୟାଧୁନିକ ସୁବିଧା, ଇନ୍ଦୋରରେ ଟେବୁଲ ଟେନିସ ସେଣ୍ଟର ଦେଶର ପାରା-ଆଥଲେଟ୍‌ଙ୍କ ପାଇଁ ଗତ କିଛି ବର୍ଷ ମଧ୍ୟରେ ଉପକରଣ ଉପଲବ୍ଧ କ୍ଷେତ୍ରରେ କିମ୍ବା ପ୍ରଶିକ୍ଷଣ ପଦ୍ଧତିରେ ବ୍ୟାପକ ଉନ୍ନତି ହୋଇଛି ।

ପାରା-ଆଥଲେଟ୍‌ଙ୍କ ସଂଖ୍ୟା ମଧ୍ୟ ଦେଶରେ ବୃଦ୍ଧି ପାଇବାରେ ଲାଗିଛି । ବର୍ଷ ୨୦୧୫ରେ ଦେଶରେ ପ୍ରାୟ ୭୦୦ ଜାତୀୟ ପାରା ଆଥଲେଟ୍‌ ରହିଥିଲେ, ଏହିସଂଖ୍ୟା ୨୦୧୯ରେ ୧୮୦୦ରେ ପହଞ୍ଚିଲାଣି । ପୂର୍ବରୁ ପାରାଲମ୍ପିକ୍‌ କଣ ଲୋକେ ଜାଣୁନଥିଲେ ଏହା କହିଛନ୍ତି, ଟେବୁଲ ଟେନିସ ଷ୍ଟାର ଭାବିନା । "ଏଥିରେ ଉନ୍ନତି ଘଟିଛି, ମାତ୍ର ଏହା ଯଥେଷ୍ଟ ନୁହେଁ । ଏବେବି ଅନେକ ସ୍ଥାନ ରହିଛି ଯେଉଁଠି ଲୋକେ ଭାବୁଛନ୍ତି 'ୟେ ବିଚରା' ଏହି ମାନସିକକତା ବଦଳିବା ଦରକାର । ଆମର ପାରାଲମ୍ପିଆନ୍‌, ଅଲମ୍ପିଆନଙ୍କ ଠାରୁ ଅଧିକ ପଦକ ଆଣିଛନ୍ତି ଏବଂ ଭବିଷ୍ୟତରେ ଏହି ସଂଖ୍ୟା ଆହୁରି ବୃଦ୍ଧିପାଇବ ।"

ପୂର୍ବରୁ ଟୋକିଓ ଅଲମ୍ପିକ୍‌ରେ ନୀରଜ ଚୋପ୍ରାଙ୍କ ସ୍ବର୍ଣ୍ଣ ପଦକ ସହିତ ଶ୍ରେଷ୍ଠ ୭ଟି ପଦକ ସହିତ ଭାରତ ପଦକ ତାଲିକାରେ ୪୮ତମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା ।

ଆଗାମୀ ଦଶନ୍ଧି ସୁଦ୍ଧା ଭାରତ ଅଲମ୍ପିକ ପଦକ ତାଲିକାର ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ରହିବ ବୋଲି ଭାରତ ସରକାରଙ୍କ କ୍ରୀଡାମନ୍ତ୍ରଣାଳୟର ପୂର୍ବତନ ମନ୍ତ୍ରୀ କିରଣ ରିଜିଜୁ ଏକାଧିକ ବାର କହିଛନ୍ତି । ଲକ୍ଷ୍ୟ ଧାର୍ଯ୍ୟ ସରିଛି, ଏବେ ହାସଲ କରିବାରୁ ତଦନୁଯାୟୀ କାର୍ଯ୍ୟ କରିବାକୁ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଏହି ସ୍ବପ୍ନକୁ ପୂରଣ କରିବାକୁ ସରକାର ଆକ୍ସନ ପ୍ଳାନ୍‌ ମଧ୍ୟ ପ୍ରସ୍ତୁତ କରି କାର୍ଯ୍ୟ କରୁଥିବା ବର୍ତ୍ତମାନର କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.