ନ୍ୟୁୟର୍କ: କୋରୋନା ଭାଇରାସ କାରଣରୁ 5ମାସ ପରେ Western & Southern Openରେ କୋର୍ଟକୁ ଫେରିଥିଲେ ଭାରତୀୟ ଟେନିସ ଖେଳାଳି ରୋହନ ବୋପନ୍ନା । କିନ୍ତୁ ସେ ଓ ତାଙ୍କର କାନାଡାର ସାଥୀ ଖେଳାଳି ଡେନିସ ଶାପୋଭାଲୋଭ ପୁରୁଷ ଯୁଗଲଳ ବର୍ଗର ପ୍ରଥମ ରାଉଣ୍ଡରେ ହିଁ ପରାସ୍ତ ହୋଇଛନ୍ତି ।
ଭାରତ-କାନାଡା ଯୋଡି ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ 2019ର ୟୁଏସ ଓପନର ଉପବିଜେତା ମାର୍ସେଲ ଗ୍ରେନୋଲର୍ସ -ହୋରାସିୟୋ ଜେବାଲୋସଙ୍କ ଠାରୁ 4-6,6-7(1) ସେଟରେ ପରାସ୍ତ ହୋଇଛନ୍ତି ।
ତେବେ ବୋପନ୍ନା କହିଛନ୍ତି ଯେ, ଏହି ମ୍ୟାଚ ଅଳ୍ପକରେ ହାରିଛୁ । ସତ କହଲେ 5ମାସ ପରେ ସିଧା ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁ ଭଳି ପ୍ରଦର୍ଶନ କରିଛୁ ସେଥିରେ ମୁଁ ସନ୍ତୁଷ୍ଟ ଅଛି । ଆମେ ବହୁତ ଭଲ ଟିମ ସହ ଖେଳୁଥିଲୁ । ଏବେ କିଛି ଦିନ ଭିତରେ ୟୁଏସ ଓପନ ପାଇଁ ପ୍ରାଟିକ୍ସ ଆରମ୍ଭ କରିବୁ ।
ସୂଚନାଥାଉକି, ୟୁଏସ ଓପନ ନ୍ୟୁୟର୍କରେ 31ଅଗଷ୍ଟରୁ ଆରମ୍ଭ ହେବ ।