ETV Bharat / sports

ୟୁଏସ ଓପନ: 4ର୍ଥ ଥର ଟାଇଟଲ ଜିତିଲେ ରାଫେଲ ନାଡାଲ - ୟୁଏସ ଓପନ ଟାଇଟେଲ ଜିତିଲେ ନାଡାଲ

4ର୍ଥ ଥର ପାଇଁ ୟୁଏସ ଓପନ ଟାଇଟଲ ଜିତିଲେ ଟେନିସ ଷ୍ଟାର ରାଫେଲ ନାଡାଲ । ଫାଇନାଲ ମୁକାବିଲାରେ ନାଡାଲ, ଡାନିଏଲ ମେଡଭେଡେଭଙ୍କୁ 7-5, 6-3, 5-7, 4-6, 6-4 ସେଟରେ ହରାଇ ଏହି ଇତିହାସ ରଚିଛନ୍ତି । ଏଥିସହିତ ନାଡାଲ କ୍ୟାରିୟରର 19ତମ ଗ୍ରାଣ୍ଡସ୍ଳାମ ଟ୍ରଫି ହାସଲ କରିଛନ୍ତି ।

ଫଟୋ ସୌଜନ୍ୟ: twitter@usopen
author img

By

Published : Sep 9, 2019, 9:45 AM IST

ହାଇଦ୍ରାବାଦ: ପୁଣି ଚମକିଲେ ଟେନିସ ଷ୍ଟାର ରାଫେଲ ନାଡାଲ । 4ର୍ଥ ଥର ପାଇଁ ଜିତିଲେ ୟୁ ଏସ ଓପନ ଟାଇଟଲ । ଫାଇନାଲ ମୁକାବିଲାରେ ନାଡାଲ, ଡାନିଏଲ ମେଡଭେଡେଭଙ୍କୁ 7-5, 6-3, 5-7, 4-6, 6-4 ସେଟରେ ହରାଇ ଇତିହାସ ରଚିଛନ୍ତି । ଏଥିସହିତ ନାଡାଲ କ୍ୟାରିୟରର 19ତମ ଗ୍ରାଣ୍ଡସ୍ଳାମ ଟ୍ରଫି ହାସଲ କରିଛନ୍ତି ।

ଫାଇନାଲ ଲଢେଇ ଅତ୍ୟନ୍ତ ରୋମାଞ୍ଚକର ଥିଲା । ପ୍ରଥମ 2ଟି ସେଟ 7-5 ଓ 6-3ରେ ନାଡାଲ ବିଜୟୀ ହୋଇଥିଲେ । ତେବେ ପରବର୍ତ୍ତୀ 2ଟି ସେଟରେ 7-5 ଓ 6-4ରେ ବାଜି ମାରିଥିଲେ ମେଡଭେଡେଭ ।

ଭିଡିଓ ସୌଜନ୍ୟ: twitter@usopen
1949 ପରଠାରୁ ପ୍ରଥମ 2ଟି ସେଟରେ ଆଗୁଆ ଖେଳାଳି ୟୁ ଏସ ଓପନ ଫାଇନାଲରେ ପରାଜିତ ହୋଇନାହାଁନ୍ତି । ତେବେ ବିଶ୍ବ ମାନ୍ୟତାର 5ନଂ ସ୍ଥାନରେ ଥିବା ମେଡଭେଡେଭ ନାଡାଲଙ୍କୁ କଡ଼ା ଟକ୍କର ଦେଇଥିଲେ ।

ମ୍ୟାଚର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଛକାପଞ୍ଝା ଲାଗି ରହିଥିଲା । ଏକଦା 5ମ ସେଟ 5-4 ପଏଣ୍ଟ ରହିଥିବାବେଳେ ଏକ ଅବିଶ୍ବସନୀୟ ସଟ ଖେଳିଥିଲେ ନାଡାଲ । ଶେଷରେ ବିଶ୍ବ ମାନ୍ୟତାର 2ନଂ ସ୍ଥାନରେ ଥିବା ନାଡାଲ 5ମ ସେଟକୁ 6-4ରେ ବାଜି ମାରିଥିଲେ । 4ଘଣ୍ଟା 50 ମିନିଟ ଧରି ଚାଲିଥିବା ଏହି ରୋମାଞ୍ଚକର ମୁକାବିଲାରେ ନାଡାଲଙ୍କର ବିଜୟ ହୋଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.