ବର୍ଲିନ୍: ଲକ୍ସେମବର୍ଗ ଓପନ କ୍ବାର୍ଟର ଫାଇନାଲରେ ପରାଜିତ ହେଲା ସାନିଆ-ସୁଆଇଙ୍କ ଯୋଡ଼ି । ଏହି ଇଣ୍ଡୋ-ଚୀନ ଯୋଡ଼ି ଯୁଗଳ ବର୍ଗର କ୍ବାଟରଫାଇନାଲରେ ବେଲଜିୟମର ଯୋଡ଼ିକୁ ଭେଟିଥିଲା । ତେବେ ତିନିଟି ସେଟ୍ରେ ସାନିଆ-ସୁଆଇଙ୍କୁ ପରାଜିତ ହେବାକୁ ପଡ଼ିଛି ।
ସାନିଆ ମିର୍ଜା ଓ ସୁଆଇ ଝାଙ୍ଗ୍ ବେଲଜିୟମର ଯୋଡିକୁ ପ୍ରାୟ ୧ ଏକ ଘଣ୍ଟା ୧୧ ମିନିଟ ଧରି ଟକ୍କର ଦେଇଥିଲେ । ତେବେ ୨-୧ ସେଟ୍ରେ ସାନିଆ-ସୁଆଇଙ୍କୁ ପରାଜିତ ହେବାକୁ ପଡ଼ିଛି । ପ୍ରଥମ ସେଟରେ ସାନିଆ-ସୁଆଇ ୩-୬ରେ ପଏଣ୍ଟରେ ବିଜୟ ହାସଲ କରିଥିଲେ । ଫଳରେ ମ୍ୟାଚକୁ ଅତି ସହଜରେ ସାନିଆ-ସୁଆଇ ଜିତି ନେବେ ବୋଲି ମନେ ହେଉଥିଲା । ତେବେ ଦ୍ବିତୀୟ ସେଟ୍କୁ ବେଲଜିୟମ ଯୋଡ଼ି ୬-୩ରେ ଜିତି ନେଇଥିଲେ । ଏହାପରେ ତୃତୀୟ ବା ନିର୍ଣ୍ଣାୟକ ସେଟ୍କୁ ମଧ୍ୟ ବେଲଜିୟମର ଗ୍ରୀଟ୍ ମିନେନ୍ ଓ ଏଲିସନ ଭାନ୍ ଉଟଭ୍ୟାଙ୍କ ୧୦-୮ରେ ଜିତି ନେଇଥିଲେ ।
ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ଦେଖିବାକୁ ମିଳିଥିଲା । ରାଉଣ୍ଡ ୧୬ ମ୍ୟାଚରେ ଏହି ଇଣ୍ଡୋ-ଚୀନ ଯୋଡ଼ି ସାନିଆ-ସୁଆଇ ଜର୍ମାନୀର ଟାଇସିଆ ମୋରଡରଜର୍ ଓ ୟାନା ମୋରଡରଜର୍ଙ୍କୁ ମାତ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ସାନିଆ ମିର୍ଜା ୬ଟି ଯୁଗଳ ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟ ହୋଇ ସାରିଛନ୍ତି । ସେପଟେ ସୁଆଇ ଝାଙ୍ଗ ବର୍ତ୍ତମାନ ସୁଦ୍ଧା ୨ଟି ଯୁଗଳ ଗ୍ଲାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । କ୍ବାର୍ଟର ଫାଇନାଲ ମୁକାବିଲା ପୂର୍ବରୁ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଥିଲେ ସାନିଆ ଓ ସୁଆଇ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ