ETV Bharat / sports

ଦଶମ ଥର ପାଇଁ ଇଟାଲିୟନ ଓପନ ବଜୟୀ ରାଫେଲ ନାଡାଲ - ଇଟାଲିୟନ ଓପନ 2021

ଦଶମ ଥର ପାଇଁ ଇଟାଲିୟନ ଓପନ ଟାଇଟଲ ହାତେଇଲେ ରାଫେଲ ନାଡାଲ । ଫାଇନାଲ ମ୍ୟାଚର ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକଭିକଙ୍କୁ ଭେଟିଥିଲେ ନାଡାଲ । ଅଧିକ ପଢ଼ନ୍ତୁ...

ଦଶମ ଥର ପାଇଁ ଇଟାଲିୟନ ଓପନ ବଜୟୀ ରାଫେଲ ନାଡାଲ

author img

By

Published : May 17, 2021, 4:31 PM IST

ରୋମ: ଦଶମ ଥର ପାଇଁ ଇଟିଲିୟନ ଓପନ ଟାଇଟଲ ହାତେଇଲେ ରାଫେଲ ନାଡାଲ । ଫାଇନାଲ ମ୍ୟାଚର ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକଭିକଙ୍କୁ ଭେଟିଥିଲେ ନାଡାଲ । ତେବେ ତିନୋଟି ରୋମାଞ୍ଚକର ସେଟରେ ଜୋକଭିକ ପରାଜିତ ହୋଇଛନ୍ତି । ଇଟାଲିୟନ ଓପନ ଫାଇନାଲ ମ୍ୟାଚ ପ୍ରାୟ ଦୁଇ ଘଣ୍ଟା 49 ମିନିଟ ଧରି ଚାଲିଥିଲା ।

ପ୍ରଥମ ସେଟରେ ଦୁଇ ବିଶ୍ବସ୍ତରୀୟ ଖେଳାଳିଙ୍କ ମଧ୍ୟର କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଏହି ସେଟକୁ 7-5 ପଏଣ୍ଟରେ ଜିତି ନେଇଥିଲେ ନାଡାଲ । ତେବେ ଦ୍ବିତୀୟ ସେଟକୁ ଏକତରଫା ଭାବରେ ନିଜ ନାମରେ କରିଥିଲେ ନାଡାଲ । ଏହାପରେ ତୃତୀୟ ସେଟରେ ଦୁହିଁଙ୍କ ମଧ୍ୟରେ ପୁନଃ ଦମଦାର ଖେଳ ଦେଖିବାକୁ ମିଳିଥିଲା । ଏହି ସେଟକୁ 6-3 ପଏଣ୍ଟରେ ଜିତି ଟାଇଟଲ ଜିତିଛନ୍ତି ନାଡାଲ ।

12 ଥର ପାଇଁ ଇଟାଲିୟନ ଓପନ ଫାଇନାଲରେ ପହଞ୍ଚିଥିଲେ ନାଡାଲ । ଏହାପୂର୍ବରୁ ସେ 9 ଥର ଏହି ଟାଇଟଲ ବିଜୟୀ ହୋଇ ସାରିଥିଲେ । ବିଶ୍ବର ଏକ ନମ୍ବର ଟେନିସ ଖେଳାଳିଙ୍କୁ ପରାଜିତ କରିଛନ୍ତି ନାଡାଲ । ଏହାସହ ସେ ଜୋକଭିକଙ୍କ 36 ଏଟିପି 1000 ଟାଇଟଲ ବିଜୟ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ରାଫେଲ ନାଡାଲ ।

ଫାଇନାଲ ମ୍ୟାଚରେ ଜୋକଭିକ 5ଟି ଏସ୍ ସଟ ଖେଳିଥିବା ବେଳେ 4ଟି ବେଞ୍ଜୋ ଭୁଲ କରିଥିଲେ । ସେପଟେ ନାଡାଲ କେବଳ 3ଟି ଏସ୍ ସଟ ଖେଳି କେବଳ ଗୋଟିଏ ବେଞ୍ଜୋ ଭୁଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.