ETV Bharat / sports

French Open: ଫାଇନାଲରେ ନାଦାଲ

ଫ୍ରେଞ୍ଚ ଓପନ ଫାଇନାଲରେ ରାଫେଲ ନାଦାଲ, ରୋଜର ଫେଡେରରଙ୍କୁ 6-3, 6-4, 6-2 ହରାଇ ଫାଇନାଲରେ ପହଞ୍ଚିଛନ୍ତି ।

author img

By

Published : Jun 8, 2019, 9:37 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର)

ପ୍ୟାରିସ: ଫ୍ରେଞ୍ଚ ଓପନ ସେମିଫାଇନାଲରେ ରାଫେଲ ନାଡାଲ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ରୋଜର ଫେଡେରରଙ୍କୁ 6-3, 6-4, 6-2 ସେଟରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି ନାଦାଲ । ଚଳିତଥରକୁ ମିଶାଇ ରାଫେଲ ନାଦାଲଙ୍କ ଏହା ଦ୍ବାଦଶତମ ଫାଇନାଲ ପ୍ରବେଶ । ତେବେ ପୂର୍ବରୁ ଥରେ ବି ଫାଇନାଲରେ ହାରିନାହାଁନ୍ତି ନାଦାଲ । 11ଥର ଚମ୍ପିଆନ ହୋଇଛନ୍ତି ସେ ।

French
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର)

ମ୍ୟାଚପରେ ଫେଡେରର ନାଦାଲଙ୍କୁ ପ୍ରଶଂସା କରିଥିଲେ । କୋର୍ଟରେ ନାଦାଲଙ୍କ ଖେଳ ସର୍ବଦା ଉଚ୍ଚକୋଟୀର ଥାଏ । ନାଦାଲ ପ୍ରତିପକ୍ଷକୁ ଉପାୟ ଶୂନ୍ୟ କରିଦିଅନ୍ତି ବୋଲି ଫେଡେରର କହିଛନ୍ତି ।

ନାଦାଲ ମଧ୍ୟ ଫେଡେରରଙ୍କ ଠାରୁ ଶକ୍ତିଶାଳୀ ପ୍ରତିପକ୍ଷ କେହି ନାହାଁନ୍ତି ଏବଂ ସବୁବେଳେ ତାଙ୍କ ବିପକ୍ଷରେ ଖେଳିବା ସୌଭାଗ୍ୟର କଥା ବୋଲି କହିଥିଲେ । ଫେଡେରରଙ୍କ ପରି ଦ୍ବିତୀୟ ବ୍ୟକ୍ତି ପୃଥିବୀରେ ନାହାନ୍ତି କହି ପ୍ରଶଂସା କରିଥଲେ ନାଦାଲ ।

ରବିବାର ଫ୍ରେଞ୍ଚ ଓପନର ଫାଇନାଲ ମୁକାବଲା ଖେଳାଯିବ । ବର୍ଷା ଯୋଗୁଁ ବିଶ୍ବ ମାନ୍ୟତାର ଶୀର୍ଷ ଖେଳାଳି ନୋଭାକ ଜୋକଭିକ ଓ 4ନଂ ଖେଳାଳି ଡୋମିନିକା ମଧ୍ୟରେ ମ୍ୟାଚ ଅଧା ଖେଳାଯାଇଛି । ତେବେ ଆଜି ଏହି ମ୍ୟାଚ ଖେଳାଯିବ। ଏହି ମ୍ୟାଚର ବିଜେତା ଫାଇନାଲରେ ରାଫେଲ ନାଦାଲଙ୍କୁ ଭେଟିବେ ।

Intro:Body:

xcxc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.