ମେଲବର୍ଣ୍ଣ: ଭାରତର ଶୀର୍ଷ ଟେନିସ ଖେଳାଳି ପ୍ରଜନେଶ ଗୁନେଶ୍ବରନରଙ୍କ ଅଷ୍ଟ୍ରେଲିଆ ଓପନରେ ଯାତ୍ରା ଶେଷ । ପ୍ରଥମ ରାଉଣ୍ଡରେ ପ୍ରଜନେଶ ପରାସ୍ତ ହୋଇ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି ।

ସୂଚନାଥାଉକି, ପ୍ରଜନେଶ କ୍ବାଲିଫାୟାରର ଶେଷ ରାଉଣ୍ଡରେ ପରାସ୍ତ ହୋଇଥିଲେ ସୁଦ୍ଧା ଲକି ଲୁଜର ଭାବେ ଅଷ୍ଟ୍ରେଲିଆ ଓପନର ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଥିଲେ । ତେବେ ପ୍ରଜନେଶ ପରାସ୍ତ ହେଲା ପରେ ଏହି ଟୁ୍ର୍ଣ୍ଣାମେଣ୍ଟରେ ଭାରତର ଯାତ୍ରା ଶେଷ ହୋଇଛି ।