ETV Bharat / sports

ଫ୍ରେଞ୍ଚ ଓପନରୁ ଓହରିଲେ ନାଓମି ଓସାକା

author img

By

Published : Jun 1, 2021, 7:05 PM IST

ଫ୍ରେଞ୍ଚ ଓପନରୁ ଓହରିଲେ ବିଶ୍ବ ମାନ୍ୟତାର ନମ୍ବର 2 ଜାପାନ ଖେଳାଳି ନାଓମି ଓସାକା । ଅଧିକ ପଢନ୍ତୁ...

Naomi withdraws from French Open due to mental health issues
ଫ୍ରେଞ୍ଚ ଓପନରୁ ଓହରିଲେ ନାଓମି ଓସାକା

ପ୍ୟାରିସ: ବିଶ୍ବ ମାନ୍ୟତାର ନମ୍ବର 2 ଜାପାନ ଖେଳାଳି ନାଓମି ଓସାକା ସୋମବାର ଫ୍ରେଞ୍ଚ ଓପନରୁ ଓହରି ଯାଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ନଦେବା ନିଷ୍ପତ୍ତିରେ ଅଟଳ ରହିବା ସହ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି ଓସାକା ।

23 ବର୍ଷୀୟ ନାଓମି, ରବିବାର ପ୍ରଥମ ରାଉଣ୍ଡ ମ୍ୟାଚରେ ରୋମାନିଆର ମାରିଆ ଟିଗ୍‌ଙ୍କୁ ହରାଇଥିଲେ । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇନଥିଲେ । ଆୟୋଜକ ଓସାକାଙ୍କ ଉପରେ 15,000 ଡଲାର ଜୋରିମାନା ଲଗାଇବା ସହ ଆଗକୁ ଏହା ଜାରି ରଖିଲେ ଗ୍ରାଣ୍ଡ ସ୍ଲାମ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବା ନେଇ ଚେତାବନୀ ଦେଇଥିଲେ ।

ସୋମବାର ଟ୍ବିଟରେ ନାଓମି ଏକ ଘୋଷଣାନାମା ଜାରି କରିଛନ୍ତି । "2018 ୟୁଏସ ଓପନ ପରେ ଦୀର୍ଘ ମାନସିକ ଅବସାଦରେ ଥିଲେ ବୋଲି ଉଲ୍ଲେଖ କରିଛନ୍ତି ।" ସେଥିପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ନ ରଖିବା ଉଚିତ ଥିଲା ବୋଲି ସେ କହିଛନ୍ତି ।

ଟୁର୍ଣ୍ଣାମେଣ୍ଟରୁ ଓହରିବା ନେଇ ସ୍ପଷ୍ଟୀକରଣରେ ଓସାକା କହିଛନ୍ତି, ମାନସିକ ସ୍ବାସ୍ଥ୍ୟ ସ୍ଥିତିକୁ ହାଲୁକାରେ ନେଇପାରିବିନି । ନିଷ୍ପତ୍ତି ସ୍ପଷ୍ଟ ଥିଲା । ମୁଁ ଟୁର୍ଣ୍ଣାମେଣ୍ଟରେ ବିଶୃଙ୍ଖଳାର ପାତ୍ର ଉପାଦାନ ହେବାକୁ ଚାହୁଁନାହିଁ । ସେଥିପାଇଁ ଓହରିବାକୁ ନିଷ୍ପତ୍ତି ନେଇଛି । ଯାହାଦ୍ବାରା ଅନ୍ୟ ଖେଳାଳିମାନେ ପ୍ୟାରିସରେ ଚାଲିଥିବା ମେଗା ଟେନିସ ଟୁର୍ଣ୍ଣାମେଣ୍ଟରେ ଫୋକସ କରିପାରିବେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.