ମେଲବୋର୍ଣ୍ଣ(ଅଷ୍ଟ୍ରେଲିଆ): ପୁଣି କୋର୍ଟରେ ଦମ ଦେଖାଇଲେ ଟେନିସ ସୁପରଷ୍ଟାର ରାଫେଲ ନାଦାଲ । ଆମେରିକୀୟ ଖେଳାଳି ମାକ୍ସିମେ କ୍ରେସିଙ୍କୁ ରବିବାର ଫାଇନାଲ ମୁକାବିଲାରେ ହରାଇ ମେଲବୋର୍ଣ୍ଣ ସମର ସେଟ୍ ଟାଇଟେଲ ବିଜେତା ହୋଇଛନ୍ତି ନାଦାଲ । ୩୫ ବର୍ଷୀୟ ନାଦାଲ ମ୍ୟାଚ୍ରେ ସଂପୂର୍ଣ୍ଣ ପ୍ରଭାବୀ ପ୍ରଦର୍ଶନ କରିବା ସହ ସିଧାସଳଖ ସେଟ୍ରେ ବିଜୟୀ ହୋଇଥିଲେ ।
ଏହାମଧ୍ୟ ପଢନ୍ତୁ: ଭାରତୀୟ ଯୋଡି ବୋପାନ୍ନ ଓ ରାମାନାଥନ ଆଡିଲେଡ୍ ଡବଲ୍ସ ଟାଇଟେଲ ବିଜେତା
ଏକ ଘଣ୍ଟା ୪୪ ମିନିଟ ଧରି ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଆମେରିକୀୟ ପ୍ରତିନ୍ଦ୍ବନ୍ଦ୍ବୀ କ୍ରେସିଙ୍କୁ ୭-୬(୬), ୬-୩ ସେଟ୍ରେ ମାତ୍ ଦେଇଥିଲେ ନାଦାଲ । ୨୦୨୧ ସିଜିନରେ ଆହତ ହେବାପରେ ସ୍ପାନିସ ଖେଳାଳି ଅଗଷ୍ଟ ମାସ ଠାରୁ ପ୍ରଥମ ଥର ମ୍ୟାଚ୍ ଖେଳିଥିଲେ । ବିଶ୍ବ ମାନ୍ୟତାର ୭ ନମ୍ବର ସ୍ଥାନରେ ଥିବା ଭେଟେରାନ ଟେନିସ ଷ୍ଟାର ମେଲବୋର୍ଣ୍ଣରେ ଫର୍ମାରେ ନଜର ଆସିଛନ୍ତି । ATP ୨୫୦ ଇଭେଣ୍ଟରେ ଅପରାଜେୟ ରହିବା ସହ ୮୯ତମ ଟୁର୍ ଲେଭଲ ତାଜ ହାତେଇଛନ୍ତି ।
ମାର୍ଚ୍ଚ ୨୦୧୯ରେ ଅଷ୍ଟ୍ରେଲିଆନ ଓପନ ଚାମ୍ପିଅନସିପରେ ନୋଭାକ ଜୋକଭିକଙ୍କ ଠାରୁ ପରାସ୍ତ ହେବାପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ପ୍ରତିନ୍ଦ୍ବନ୍ଦ୍ବୀତାରେ ଅଂଶଗ୍ରହଣ କରିଥିଲେ । ଏହି ବିଜୟ ସହ ୨୦୦୪ ଠାରୁ ପ୍ରତିବର୍ଷ ଅତିକମରେ ଗୋଟିଏ ଟୁର୍ ଲେଭଲ ଟାଇଟେଲ ବିଜୟଧାରା ଜାରି ରଖିଛନ୍ତି ନାଦାଲ ।
IANS