ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନର ପ୍ରାରମ୍ଭିକ ରାଉଣ୍ଡରୁ ପରାଜୟର ମୁହଁ ଦେଖିଛନ୍ତି ଏଣ୍ଡି ମରେ । ଏହାପରେ ଗ୍ରେଟ ବ୍ରିଟେନର ଏହି ଖେଳାଳି ପ୍ରଦର୍ଶନର ସମୀକ୍ଷା କରିବେ ବୋଲି କହିଛନ୍ତି ।
ମରେଙ୍କୁ ସ୍ବିଜରଲାଣ୍ଡର ଷ୍ଟନ ବାବରିଙ୍କା ପ୍ରଥମ ରାଉଣ୍ଡର ମ୍ୟାଚରେ 6-1, 6-3 ଓ 6-2 ସେଟରେ ହରାଇଛନ୍ତି । ମରେ ବର୍ଷ 2017 ପରେ ପ୍ରଥମ ଥର କ୍ଳେ କୋର୍ଟରେ ଖେଳିଛନ୍ତି ।

ମରେଙ୍କ 237ଟି ଗ୍ରାଣ୍ଡସ୍ଲାମ ମ୍ୟାଚର କ୍ୟାରିୟରରେ ଏହା ସବୁଠୁ ଖରାପ ପ୍ରଦର୍ଶନ । 2014ରେ ରୋନାଲ୍ଡୋ ଗାରୋସରେ 12 ଥର ଚମ୍ପିଆନ ରାଫେଲ ନାଦାଲଙ୍କୁ ଠାରୁ ପରାସ୍ତ ହୋଇଥିଲେ ।

କୋରୋନା ଭାଇରସ କାରଣରୁ ମଇ ମାସରେ ହେବାକୁ ଥିବା ଫ୍ରେଞ୍ଚ ଓପନ ସେପ୍ଟେମ୍ବରରେ ଖେଳାଯାଉଛି । ଫ୍ରାନ୍ସରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଷ୍ଟାଡିୟମକୁ ମାତ୍ର 1000 ଦର୍ଶକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ