ETV Bharat / sports

ଫ୍ରେଞ୍ଚ ଓପନ: ଆହତ କାରଣରୁ ଅଧାରୁ ଓହରିଲେ ବିଶ୍ବ ନଂ1 ବାର୍ଟି

author img

By

Published : Jun 4, 2021, 7:07 PM IST

ଫ୍ରେଞ୍ଚ ଓପନରୁ ଅଧାରୁ ଓହରିଲେ ମହିଳା ବିଶ୍ବ ନମ୍ବର 1 ଟେନିସ ଖେଳାଳି ଆସଲେ ବାର୍ଟି । ଅଧିକ ପଢନ୍ତୁ...

French Open: World No. 1 Barty pulls out due to injury
ଫ୍ରେଞ୍ଚ ଓପନ: ଆହତ କାରଣରୁ ଅଧାରୁ ଓହରିଲେ ବିଶ୍ବ ନଂ1 ବାର୍ଟି

ପ୍ୟାରିସ୍‌: ଫ୍ରେଞ୍ଚ ଓପନରୁ ଅଧାରୁ ଓହରିଲେ ମହିଳା ବିଶ୍ବ ନମ୍ବର 1 ଟେନିସ ଖେଳାଳି ଆସଲେ ବାର୍ଟି । ଦ୍ବିତୀୟ ରାଉଣ୍ଡ ମ୍ୟାଚବେଳେ ଆହତ ହୋଇଛନ୍ତି ବାର୍ଟି । 2019 ଫ୍ରେଞ୍ଚ ଓପନ ଚମ୍ପିଆନ ବାର୍ଟି 1-6, 2-2ରେ ପୋଲାଣ୍ଡର ମଗଦା ଲିନେଟଙ୍କ ଠାରୁ ପଛରେ ରହିଥିଲେ । ତେବେ ଆହତ ପରେ ମ୍ୟାଚ୍‌ ଅଧାରୁ ଓହରି ଯାଇଥିଲେ ବାର୍ଟି ।

"ଏହା ହୃଦୟ ବିଦାରକ" ବୋଲି ଟୁର୍ଣ୍ଣାମେଣ୍ଟରୁ ଓହରିବା ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବାର୍ଟି । ସେ ଟୁର୍ଣ୍ଣାମେଣ୍ଟ ଟାଇଟେଲ ବିଜେତାର ପ୍ରମୁଖ ଦାବିଦାର ଥିଲେ ।

ଅନ୍ୟପଟେ ସୋଫିଆ କେନିନ ମଧ୍ୟ ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ବିଜୟ ସହ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ସ୍ବିଆତେକ, ସ୍ବିଡେନର ରେବେକା ପିଟରସନଙ୍କୁ 6-1, 6-1ରେ ଏକତରଫା ହରାଇଛନ୍ତି । ଅନ୍ୟପଟେ ସୋଫିଆ କେନିନ ଆମେରୀକାର ହେଲୀ ବାପଟିଷ୍ଟେଙ୍କୁ 7-5, 6-3ରେ ମାତ୍‌ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.