ପ୍ୟାରିସ୍: ଚଳିତ ଫ୍ରେଞ୍ଚ ଓପନର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଡିଫେଣ୍ଡିଂ ଚମ୍ପିଆନ ଇଗା ସ୍ବିଆତେକ । ସୋଫିଆ କେନିନ ମଧ୍ୟ ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ବିଜୟୀ ହେବା ସହ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।
ସ୍ବିଆତେକ, ସ୍ବିଡେନର ରେବେକା ପିଟରସନଙ୍କୁ 6-1, 6-1ରେ ଏକତରଫା ହରାଇଛନ୍ତି । ଅନ୍ୟପଟେ କେନିନ ଆମେରୀକାର ହେଲୀ ବାପଟିଷ୍ଟେଙ୍କୁ 7-5, 6-3ରେ ମାତ୍ ଦେଇଛନ୍ତି ।
ବିଜୟ ଧରା ଜାରି ରଖିବାକୁ ଚାହାନ୍ତି ବୋଲି ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଶ୍ବ ମହିଳା ଟେନିସ ମାନ୍ୟତାର 8 ନମ୍ବର ସ୍ଥାନରେ ଥିବା ସ୍ବିଆତେକ । ପରବର୍ତ୍ତୀ ରାଉଣ୍ଡରେ ସ୍ବିଆତେକ ଇଷ୍ଟୋନିଆର ଅନେଟ କୋଣ୍ଟାଭେଟଙ୍କୁ ଭେଟିବେ ।
ଅନ୍ୟପଟେ କେନିନ ମଧ୍ୟ ପ୍ରଥମ ଦୁଇଟି ରାଉଣ୍ଡରେ ଦମଦାର ପ୍ରଦର୍ଶନ କରିଛନ୍ତି । ଏକତରଫା ବିଜୟ ସହ ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ