ପ୍ୟାରିସ: ଫ୍ରେଞ୍ଚ ଓପନ ମହିଳା ଡବଲ୍ସ ଟାଇଟେଲ ବିଜେତା ହୋଇଛନ୍ତି ତିମିଆ ବାବୋସ ଓ କ୍ରିଷ୍ଟିନା ଏମଲାଦେନୋଭିକ । ହଙ୍ଗେରୀ ଓ ଫ୍ରାନ୍ସର ଏହି ଯୋଡି, ଚିଲେର ଗୁଆରିଚି ଓ ଆମେରିକାର ଡିଜାଏର କ୍ରାଭସଜେକଙ୍କୁ 6-4, 7-5 ସେଟରେ ପରାସ୍ତ କରିଛନ୍ତି । ଏହି ଟାଇଟେଲ ସହ ବାବୋସ ଓ କ୍ରିଷ୍ଟିନା 4ର୍ଥ ଗ୍ରାଣ୍ଡ ସ୍ଲାମ ଟାଇଟେଲ ହାସଲ କରିଛନ୍ତି ।

ବର୍ଷ 2018, 2020 ସଂସ୍କରଣର ଅଷ୍ଟ୍ରେଲିଆ ଓପନରେ ଏହି ଯୋଡି ବିଜେତା ରହିଥିଲେ । ଦୁଇଥର ଫ୍ରେଞ୍ଚ ଓପନ ଟାଇଟେଲ ବିଜେତା ମଧ୍ୟ ହୋଇଛନ୍ତି ।
ଅନ୍ୟପଟେ ପୋଲାଣ୍ଡର 19 ବର୍ଷୀୟା ଇଗା ସ୍ବିଆତେକ ଶନିବାର ଖେଳାଯାଇଥିବା ଫ୍ରେଞ୍ଚ ଓପନ ମହିଳା ଏକକ ଇଭେଣ୍ଟରେ ସୋଫିଆ କେନିନଙ୍କୁ ହରାଇ ଇତିହାସ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ