ରୋମ୍: ୟୁଏସ ଓପନରୁ ବାଦ ପଡିବାର 15 ଦିନ ପରେ ବିଶ୍ବର ନଂ1 ଟେନିସ ଷ୍ଟାର ନୋବାକ ଜୋକଭିକ ଆଉ ଏକ ସଫଳତାର ଅଧିକାରୀ ହୋଇଛନ୍ତି । ସୋମବାର 5ଥର ପାଇଁ ଇଟାଲିୟନ ଓପନ ଟାଇଟେଲ ବିଜେତା ହୋଇଛନ୍ତି ଜୋକଭିକ । ଫାଇନାଲ ମୁକାବିଲାରେ ଆର୍ଜେଣ୍ଟିନାର ଡିଏଗୋ ସ୍କୱାର୍ଟମନଙ୍କୁ 7-5, 6-3 ସେଟରେ ହରାଇଛନ୍ତି ଜୋକଭିକ । ଏଥିସହିତ 36ତମ ମାଷ୍ଟର୍ସ 1000 ଟ୍ରଫି ଅଧିକାରୀ ହୋଇଛନ୍ତି ।
ଟେନିସ ମାନ୍ୟତାରେ ମଧ୍ୟ କ୍ରମାଗତ 287 ସପ୍ତାହ ଶୀର୍ଷ ସ୍ଥାନରେ ରହିବା ସହ ପେଟେ ସାମପ୍ରସଙ୍କୁ ଅତିକ୍ରମ କରିଛନ୍ତି । ତେବେ ରୋଜର ଫେଡେରେର 310 ସପ୍ତାହ ଶୀର୍ଷ ସ୍ଥାନରେ ରହଛନ୍ତି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ